ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକ ଦାଦନ ଯାଇ ଶବ ହୋଇ ଫେରିଲା

ଥୁଆମୂଳ ରାମପୁର: ୩୦/୧୧ – (ମ.ନି.ସ) :- ସରକାରଙ୍କ ତରଫରୁ ଗରିବଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ବ୍ଯୟ କରିବା ସହିତ ଗାଁରେ ପୁଣି କାମ ଯୋଗାଇ ଦାଦନ ରୋକିବା ପାଇଁ ଚେଷ୍ଟା କରାଯାଇଛି ବୋଲି ଡିଣ୍ଡିମ ପିଟାଯାଉଛି। କିନ୍ତୁ ଏହାକୁ ଅନୁଧ୍ୟାନ କଲେ ଜଣାପଡେ ଯେ ଗରିବଙ୍କ ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି। ଯାହାଫଳରେ ଲୋକେ ବାହାର ରାଜ୍ଯକୁ ପେଟପାଟଣା ଉଦ୍ଦେଶ୍ୟ ନେଇ ଗାଁ ଛାଡି ଦାଦନ ଖଟିବାକୁ ଚାଲିଯାଉଛନ୍ତି। କେତେ ଜଣ ଭଲରେ ଫେରୁଥିବା ବେଳେ କେତେକଙ୍କ ମୃତ ଶରୀର ଗାଁକୁ ଫେରୁଥିବା ଜଣାପଡିଛି। ପୁଣି ଏକ ଅଭାବନୀୟ ଘଟଣା ସାମ୍ମାକୁ ଆସିଛି ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ ଶରୀର ଗାଁକୁ ଫେରିଥିବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଅଭାବନୀୟ ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ମମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ଅଧିନସ୍ଥ କେରପାଇ ଗ୍ରାମପଞ୍ଚାୟତ ପିଣ୍ତାପଦର ଗ୍ରାମର ଜନୈକ ବ୍ଯକ୍ତି ସୁନାଙ୍ଗ ମାଝୀଙ୍କ ପୁଅ ରବି ମାଝୀ (୧୯) ସେ ଆନ୍ଦ୍ରପ୍ରଦେଶ ର ପ୍ରକାଶମ ଜିଲ୍ଲାର ଏଡିକେଜି କଟାଗଲପ୍ଳ ଠାରେ ଏକ ମାଛ କମ୍ପାନୀରେ ଏକ ମାସ ହେଲା କାମ କରୁଥିଲେ। ରବି ମାଝୀ ଗତ ୨୮/୧୧/୨୦୨୨ ତାରିଖ ସକାଳ ୧୦ ଘଣ୍ଟା ସମୟରେ ନିଶୁଣି ସାହାଯ୍ୟରେ ଉପରକୁ ଚଢୁଥିବା ବେଳେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଗୋଡ ଖସି ଯିବାରୁ ତଳେ ପଡି ମୃତ୍ୟୁବରଣ କରିଥିବା ସୂଚନା ଅନୁସାରେ ଜଣାପଡିଛି। କମ୍ପାନୀ ତରଫରୁ ଗତ ୨୯/ ୧୧/୨୦୨୨ ତାରିଖ ଦିନ ରବିମାଝୀଙ୍କ ଶବ ନିଜ ଗାଁ ପିଣ୍ତାପଦର କୁ ପହଞ୍ଚାଇ ଦିଆଯାଇଛି। ଏହାପରେ ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇ ଥିବା ଜଣାପଡିଛି। ତେବେ ଏହି ଗରିବ ପରିବାରରେ ରବି ମାଝୀ ହିଁ ଏକ ମାତ୍ର ରୋଜଗାରିଆ ପୁଅ ଥିଲା। ରୋଜଗାରିଆ ପୁଅକୁ ହରାଇଥିବା ଯୋଗୁଁ ପରିବାର ସଦସ୍ୟ ଏବେ ମର୍ମାହତ ହୋଇପଡିଛନ୍ତି। ତେବେ ଏହି ଘଟଣା ନେଇ ପ୍ରଶାସନ ତରଫରୁ ମୃତ ପରିବାର ସଦସ୍ୟ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଟ୍ରକ ଚକା ଲଗାଉଥିବା ବେଳେ ଚକା ଫାଟି ହେଲପର ମୃତ

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା ତୁମ ପ୍ରୀତି ଅମୂଲ ମୂଲ

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଙ୍କ ଜନ୍ମପୀଠ ଉପରବେଡା ଜାହେରା ଗାଳରୃ ପୂଜାର୍ଚ୍ଚନା

Sunil Chandra Nayak

Leave a Comment

error: Content is protected !!