ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯୁବକ ଦାଦନ ଯାଇ ଶବ ହୋଇ ଫେରିଲା

ଥୁଆମୂଳ ରାମପୁର: ୩୦/୧୧ – (ମ.ନି.ସ) :- ସରକାରଙ୍କ ତରଫରୁ ଗରିବଙ୍କ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରି କୋଟିକୋଟି ଟଙ୍କା ବ୍ଯୟ କରିବା ସହିତ ଗାଁରେ ପୁଣି କାମ ଯୋଗାଇ ଦାଦନ ରୋକିବା ପାଇଁ ଚେଷ୍ଟା କରାଯାଇଛି ବୋଲି ଡିଣ୍ଡିମ ପିଟାଯାଉଛି। କିନ୍ତୁ ଏହାକୁ ଅନୁଧ୍ୟାନ କଲେ ଜଣାପଡେ ଯେ ଗରିବଙ୍କ ଯୋଜନା ଏକ ପ୍ରକାର ପ୍ରହସନ ପାଲଟିଛି। ଯାହାଫଳରେ ଲୋକେ ବାହାର ରାଜ୍ଯକୁ ପେଟପାଟଣା ଉଦ୍ଦେଶ୍ୟ ନେଇ ଗାଁ ଛାଡି ଦାଦନ ଖଟିବାକୁ ଚାଲିଯାଉଛନ୍ତି। କେତେ ଜଣ ଭଲରେ ଫେରୁଥିବା ବେଳେ କେତେକଙ୍କ ମୃତ ଶରୀର ଗାଁକୁ ଫେରୁଥିବା ଜଣାପଡିଛି। ପୁଣି ଏକ ଅଭାବନୀୟ ଘଟଣା ସାମ୍ମାକୁ ଆସିଛି ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ ଶରୀର ଗାଁକୁ ଫେରିଥିବା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏଭଳି ଅଭାବନୀୟ ଘଟଣା ଟି ଘଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଦୁର୍ମମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ ଅଧିନସ୍ଥ କେରପାଇ ଗ୍ରାମପଞ୍ଚାୟତ ପିଣ୍ତାପଦର ଗ୍ରାମର ଜନୈକ ବ୍ଯକ୍ତି ସୁନାଙ୍ଗ ମାଝୀଙ୍କ ପୁଅ ରବି ମାଝୀ (୧୯) ସେ ଆନ୍ଦ୍ରପ୍ରଦେଶ ର ପ୍ରକାଶମ ଜିଲ୍ଲାର ଏଡିକେଜି କଟାଗଲପ୍ଳ ଠାରେ ଏକ ମାଛ କମ୍ପାନୀରେ ଏକ ମାସ ହେଲା କାମ କରୁଥିଲେ। ରବି ମାଝୀ ଗତ ୨୮/୧୧/୨୦୨୨ ତାରିଖ ସକାଳ ୧୦ ଘଣ୍ଟା ସମୟରେ ନିଶୁଣି ସାହାଯ୍ୟରେ ଉପରକୁ ଚଢୁଥିବା ବେଳେ କୌଣସି କାରଣ ବଶତଃ ଭାରସାମ୍ୟ ହରାଇ ଗୋଡ ଖସି ଯିବାରୁ ତଳେ ପଡି ମୃତ୍ୟୁବରଣ କରିଥିବା ସୂଚନା ଅନୁସାରେ ଜଣାପଡିଛି। କମ୍ପାନୀ ତରଫରୁ ଗତ ୨୯/ ୧୧/୨୦୨୨ ତାରିଖ ଦିନ ରବିମାଝୀଙ୍କ ଶବ ନିଜ ଗାଁ ପିଣ୍ତାପଦର କୁ ପହଞ୍ଚାଇ ଦିଆଯାଇଛି। ଏହାପରେ ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର କରାଯାଇ ଥିବା ଜଣାପଡିଛି। ତେବେ ଏହି ଗରିବ ପରିବାରରେ ରବି ମାଝୀ ହିଁ ଏକ ମାତ୍ର ରୋଜଗାରିଆ ପୁଅ ଥିଲା। ରୋଜଗାରିଆ ପୁଅକୁ ହରାଇଥିବା ଯୋଗୁଁ ପରିବାର ସଦସ୍ୟ ଏବେ ମର୍ମାହତ ହୋଇପଡିଛନ୍ତି। ତେବେ ଏହି ଘଟଣା ନେଇ ପ୍ରଶାସନ ତରଫରୁ ମୃତ ପରିବାର ସଦସ୍ୟ ଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ବଡ଼୍‌ ଖିଜ୍‌ନି

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଲକ୍ଷ

Sunil Chandra Nayak

ସାମାଜିକ ସୁରକ୍ଷା ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!