ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୀତ ଦାୟରୁ ରକ୍ଷା ପାଇଁ କମ୍ବଳ ବଣ୍ଟନ କଲା ସୋସିଆଲ ୱେଲଫେୟାର ଅର୍ଗନେସନ କଳାହାଣ୍ଡି ପରିବାର

ଭବାନୀ ପାଟଣା / ଆଜି ସୋସିଆଲ ୱେଲଫେୟାର ଅର୍ଗନେସନ ପରିବାର ତରଫରୁ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରା ଗ୍ରାମରେ ଶୀତ ଦାୟରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଥିଲା, ଏହି କାର୍ଯ୍ୟକ୍ରମରେ ୱେଲଫେୟାର ଅର୍ଗରାନେସନ ର ସଭାନେତ୍ରୀ ଶାନ୍ତି ମାଝୀଙ୍କ  ଅଧ୍ୟକ୍ଷତା ରେ ହୋଇଥିଲା। ଏଥିରେ ସମାଜସେବୀ ଜଗୁଲାଲ ମାଝୀ, ସମାଜସେବୀ ଶ୍ୟାମସୁନ୍ଦର ସେନାପତି, ସମାଜସେବୀ ଉଛବ ସାହୁ, ଦେବେନ୍ଦ୍ର ସାହୁ, ଶତ୍ରୁଘନ ମାଝୀ, ଶ୍ୟାମସୁନ୍ଦର ସାହୁ, ଯୋଗେନ୍ଦ୍ର ମାଝୀ, ଚୈତନ୍ୟ ମହାନନ୍ଦ, ଦେବଧି ମାଝୀ, ପରମାନନ୍ଦ ଗଉଡ଼, ଦିଲୀପ ଗଉଡ଼, କୈଳାଶ କରୁଆଁ ସହ ନର୍ଲା ୱେଲଫେୟାର ଅର୍ଗନେସନ ର ବହୁ କର୍ମକର୍ତା ମାନେ ଉପସ୍ଥିତ ଥିଲେ, ଆଜିର ଏହି କାର୍ଯ୍ୟକ୍ରମରେ 65 ଜଣଙ୍କୁ କମ୍ବଳ ବଣ୍ଟନ କରାଗଲା ।ଏହି କାର୍ଯ୍ୟକ୍ରମ କୁ ଶାନ୍ତି ମାଝୀ ନିଜର ଅଭିଭାଷଣ ଦେଇ ଆରମ୍ଭ କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ରୁପ୍ରା ଗ୍ରାମପଞ୍ଚାୟତର ପ୍ରାୟତଃ ବୃଦ୍ଧ ବାପା ମା ମାନଙ୍କୁ ନିଜର କରକମଲରେ କମ୍ବଳ ବଣ୍ଟନ କରିଥିଲେ ଓ ସମସ୍ତେ ତାଙ୍କୁ ଧନ୍ୟବାଦ ଅର୍ପଣ କରି ଥିଲେ ଓ ପରିଶେଷରେ ଏହି ସଙ୍ଘଠନ ମୁଖ୍ୟ ଉଦେଶ୍ୟ ବିଷୟରେ ସମସ୍ତଙ୍କୁ ବୁଝ।ଇ ଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ବିଦ୍ୟୁତବିଲ ପୈଠ ନ ହେବାରୁ ଚାରବାହାଲ ଗାଁ ରେ ଜଳ ଯୋଗାଣ ଠପ

Sunil Chandra Nayak

ବରିଷ୍ଠ ବିଜେପି ନେତା ଙ୍କ ଅକାଳ ବିୟୋଗ

Sunil Chandra Nayak

ଗୋହିରାପଦର ରେଲ୍ ଫାଟକ ନିକଟରେ ପୁଣି ଏକ ଟ୍ରକ୍ ଦୁର୍ଘଟଣା, ହେଲପରର ମୃତ୍ୟୁ ହୋଇଥିବା ସୂଚନା 

Sunil Chandra Nayak

Leave a Comment

error: Content is protected !!