ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ଆଲୁମିନା କମ୍ପାନୀ କୁ ନେଇ ବିଧାନସଭା ରେ ଗର୍ଜିଲେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ

ଥୁଆମୂଳ ରାମପୁର: ୪/୧୨ – (ମ.ନି.ସ) :- ଓଡିଶା ରାଜ୍ଯରେ ବିଭିନ୍ନ ପ୍ରକାରର ପ୍ରାକୃତିକ ସମ୍ପଦ ଓ ଖଣିଖାଦାନ ଗଚ୍ଛିତ ରହିଅଛି। ଏହାକୁ ବିଦେଶୀ କମ୍ପାନୀ ହାତରେ ଟେକିଦେଇ ରାଜ୍ଯ ସରକାର ବକ୍ସସାଇଟ୍ ରୁ କୋଟିକୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି। ରାଜ୍ଯରେ ଥିବା ଏହି ସବୁ ମାଇନିଙ୍ଗ୍ ରୁ ଅଞ୍ଚଳରେ ବକ୍ସାଇଟ ଠାରୁ କୋଟିକୋଟି ଟଙ୍କାର ରାଜସ୍ୱ ଆଦାୟ କରୁଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲା ଓ ରାୟଗଡା ଜିଲ୍ଲାରେ ଥିବା ଉତ୍କଳ ଆଲୁମୀନା ରୁ କେତେ ଟଙ୍କା ରାଜସ୍ୱ ଭାବରେ ଆଦାୟ ହେଉଛି ଓ ପ୍ରଭାବିତ ଅଞ୍ଚଳ ର ଅଧିବାସୀ ଙ୍କ ପାଇଁ କଣ କଣ ସୁବିଧା ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଏହାର ଉତ୍ତର ସରକାର ରଖନ୍ତୁ ବୋଲି ବିଧାନସଭା ଗୃହରେ ମାନ୍ୟବର ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରଶ୍ନ ବାଢିଥିବା ଜଣାପଡିଛି। ଏହା ଛଡା କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବଫଲାମାଳିର ବକ୍ସାଇଟ ଖନନ କାର୍ଯ୍ଯ ଆଜକୁ ପ୍ରାୟ ୧୨ ବର୍ଷ ହେବ ଏହାର ଉର୍ତ୍ତୋଳନ ଅନବରତ ଭାବରେ ଚାଲିଛି ଉତ୍କଳ ଆଲୁମିନା ଓ ଆଦିତ୍ୟ ବିର୍ଲା ଙ୍କୁ ଏହି ଖଣି ଉର୍ତ୍ତୋଳନ କରିବା ପାଇଁ ଲିଜ୍ ଆକାରରେ ଦିଆଯାଇଛି। ଆଜି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ ବିଶେଷ ଭାବରେ ପ୍ରଭାବିତ ଅଞ୍ଚଳ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା କେଉଁ କେଉଁ ଭଳି ବିକାଶ କରାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ମାନ୍ୟବର ବିଧାୟକ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକର ଉତ୍କଳ ଆଲୁମିନା କମ୍ପାନୀ ଦ୍ବାରା ପ୍ରଭାବିତ ଅଞ୍ଚଳ ଗୁଡିକ ହେଲା ଅଡ୍ରୀ, ଗୋପୀନାଥ ପୁର, ଓ ମାଳିଗାଁ ଗ୍ରାମ ପଞ୍ଚାୟତର ଦଶ ଖଣ୍ଡ ଗାଁ ବିଶେଷ କରି ଏଥିରେ ପ୍ରଭାବିତ ହେଉଛିନ୍ତି।କେନ୍ଦୁମୁଣ୍ଡି ,କନରଫାସ ଦୁର୍ମୁସି, ସୂର୍ଯ୍ୟଗଡ, ଭିତର ପଦର, ଚିର୍କା, ମୁସ୍କୁଟା, ବଣ୍ଡାବାଗ, ପ୍ରାୟତଃ ଏହି ଅଞ୍ଚଳରେ ବସବାସ କରୁଥିବା ହଜାର ହଜାର ଗରିବ ଲୋକଙ୍କ ଭିଟାମାଟି ଜଳ, ଜମି ଜଙ୍ଗଲ, ଯିବା ସହ ଜୀବନ ଜୀବିକା ଉପରେ ପ୍ରତ୍ଯକ୍ଷ ଭାବରେ ପ୍ରଭାବିତ ହୋଇଛିନ୍ତି , ଥୁଆମୂଳ ରାମପୁର ବ୍ଳକର ଅଡ୍ରୀ ଗ୍ରାମରେ ଥିବା ସରକାରୀ ଡାକ୍ତରଖାନା ରହିଥିବା ବେଳେ ନା ଅଛି ବିଶେଷ ସୁବିଧା ନା ଅଛି ତାହାର କୌଣସି ଭିର୍ତ୍ତି ଭୂମି । ଏହି ଡାକ୍ତରଖାନା ଗୋଟିଏ ଗୋଦାମ ଗୃହ ସଦୃଶ୍ୟ ହେଲାଣି। ଉତ୍କଳ ଆଲୁମିନା ଠାରୁ କୋଟିକୋଟି ଟଙ୍କା ରାଜ୍ଯ ସରକାରଙ୍କ ରାଜକୋଷକୁ ଆସୁଛି। କମ୍ପାନୀ ରୁ ତିରିଶ ପ୍ରତିଶତ ଅଞ୍ଚଳର ପାରିପାର୍ଶ୍ବିକ ବିକାଶ ନିମନ୍ତେ ବିନିଯୋଗ କରିବା ପାଇଁ ପ୍ରୟୋଜନ ଥିଲେ ହେଁ ଥୁଆମୂଳ ରାମପୁର ବ୍ଳକ ରେ କେତୋଟି ଡାକ୍ତରଖାନା ଖୋଲାଯାଇଛି, କେତୋଟି ବିଦ୍ଯାଳୟ ଓ କେତୋଟି କଲେଜ୍ ଖୋଲାଯାଇଛି ଏହା ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ସେଠାରେ ସ୍ବାସ୍ଥ୍ୟ ସେବା କେମିତି ଅଛି ତାହା ପ୍ରଶ୍ନ କରିଛନ୍ତି ମାନ୍ୟବର ବିଧାୟକ କେତେକ ଶିକ୍ଷିତ ଯୁବକ ଯୁବତୀ ଙ୍କୁ ରୋଜଗାର ସହ ତାଲିମ ଯୋଗାଇଛନ୍ତି। ଏହି ରାଜସ୍ୱ ରେ ଓଡିଶାରେ ତଥା କଳାହାଣ୍ଡି ଜିଲ୍ଲାରେ ଉଚିତ୍ ଭାବରେ ଭିର୍ତ୍ତିଭୂମି ସୃଷ୍ଟି କରାଯାଇ ପାରିଲା ନାହିଁ। ରାଜ୍ଯ ସରକାର କୋଟିକୋଟି ଟଙ୍କା ଆଦାୟ କରି କେବଳ ନିର୍ବାଚନ ସମୟରେ ତାହାକୁ ବିନିଯୋଗ କରୁଛନ୍ତି। ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଳକରେ ଏହି ରାଜସ୍ବରୁ ବିନିଯୋଗ କରିବା କଥା କିନ୍ତୁ ତାହା କରାଯାଇ ପାରିଲା ନାହିଁ ସେହି ଅଞ୍ଚଳରେ ଆଜିବି ସ୍ବାସ୍ଥ୍ୟ, ଶିକ୍ଷା, ଗମନାଗମନ ପାନୀୟ ଜଳ ଭଳି ଅନେକ ସମସ୍ୟା ଲାଗି ରହିଅଛି। ଯାହାର ଭିଟା ମାଟି ଗଲା ସେହି ଲୋକଙ୍କୁ ଏ ଯାଏଁ କୋୖଣସି ପ୍ରକାରେ ସୁବିଧା କଲେ ନାହିଁ କମ୍ପାନୀ କତ୍ତୃପକ୍ଷ। ଖଣିଖାଦାନ ପାଇଁ ଯେଉଁ ଅଞ୍ଚଳରେ ଲୋକ ମାନେ ଜମି ହରାଇଛନ୍ତି, ସେମାନଙ୍କ ନିମନ୍ତେ କୌଣସି ପ୍ରକାରର ସ୍ଥାୟୀ ସୁବ୍ଯବସ୍ଥା କରାଯାଇ ପାରିଲାନାହିଁ। ଯାହାଫଳରେ ଲୋକେ ଭିଟାମାଟି କୁ ହରେଇ ବିଭିନ୍ନ ସମୟରେ ଦାଦନ ଯାଇ ମୃତ୍ୟୁ ବରଣ କରୁଥିବା ଭଳି ଅଭାବନୀୟ ଘଟଣା ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ପ୍ରକାଶିତ ହୋଇଛି।ଆଜିବି ଥୁଆମୂଳ ରାମପୁର ବ୍ଳକ ଉତ୍କଳ ଆଲୁମିନା ତରଫରୁ ଆଖିଦୃଶିଆ କିଛି ବି କାମ କରାଯାଇନାହିଁ। ବଫଳା ମାଳି ଖନନର ୧୨ ବର୍ଷ ପୁରା ହୋଇଥିଲେ ହେଁ ଅଞ୍ଚଳର ବିକାଶ ନେଇ ସରକାରଙ୍କ ତରଫରୁ କୌଣସି ପ୍ରକାରେ ଲୋକଙ୍କ ସୁବିଧା ସୁଯୋଗ ପାଇଁ ପଦକ୍ଷେପ ନିଆଗଲା ନାହିଁ। ଏହାଯୋଗୁଁ ଏବେ ମଧ୍ୟ ମାଇନିଙ୍ଗ୍ ଅଞ୍ଚଳର ଲୋକେ ଭିଟାମାଟି ଛାଡି ବିଭିନ୍ନ ସ୍ଥାନରେ ରହିବା ପାଇଁ ବାଧ୍ୟ ହେଉଛନ୍ତି। କମ୍ପାନୀରୁ କୋଟିକୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି ସେହି ରାଜସ୍ବ ରୁ ସରକାର ନିର୍ବାଚନ ବୈତରଣୀ କେମିତି ପାର ହେବେ ସେଭଳି ବିଷୟ ହିଁ ଚିନ୍ତା କରୁଛନ୍ତି। କେବଳ ସରକାରୀ ଦଳର ନେତା କର୍ମୀଙ୍କୁ ହିଁ ଥଇଥାନ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ଏପରିପ୍ରେକ୍ଷୀରେ ବ୍ଲକ କଂଗ୍ରେସ ପକ୍ଷରୁ ଆସନ୍ତା ୧୦ ତାରିଖ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅଞ୍ଚଳ ର ସମସ୍ୟା ନେଇ କମ୍ପାନୀ କୁ ବିରୋଧ କରି ଗୋପୀନାଥପୁର ସ୍ଥିତ ମାଉଳୀ ମନ୍ଦିର ଠାରୁ ଭବାନୀପାଟଣା ୧୦୦ କିଲୋମିଟର ପର୍ଯ୍ୟନ୍ତ ପଦଯାତ୍ରା କରିବା ପାଇଁ ଆନ୍ଦୋଳନ କାରୀ ଓ କଂଗ୍ରେସ କମିଟି ପକ୍ଷରୁ ସ୍ଥିର କରିଥିବା ଜଣାପଡ଼ିଛି।

ଥୁଆମୂଳ ରାମପୁର ରୁ ବଲଭଦ୍ର ବାଗ ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ ସତ୍ୟମ୍ ଶିବ ସୁନ୍ଦର

Sunil Chandra Nayak

ରାଇରଙ୍ଗପୁର; ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ଦେହାନ୍ତ

Sunil Chandra Nayak

ଶିବ ପୁରାଣରୁ ମିଳିଥାଏ ମୃତ୍ୟୁର ସଙ୍କେତ

Sunil Chandra Nayak

Leave a Comment

error: Content is protected !!