ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଣାଶୁଣା କଣ୍ଠଶିଳ୍ପୀଙ୍କ ପିତୃବିୟୋଗ

ରାଉରକେଲା : ସ୍ବନାମଧନ୍ୟ କଣ୍ଠଶିଳ୍ପୀ ରାଉରକେଲା ନିବାସୀ ସ୍ନିଗ୍ଧାଞ୍ଜଳିଙ୍କ ପିତା ତଥା ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ ସୁରେଶ ଚନ୍ଦ୍ର ରାୟ ଆଉ ନାହାନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ରାଜବଂଶର ସ୍ବର୍ଗତ ମଦନ ମୋହନ ରାୟ ଓ ପଦ୍ମିନୀ ରାୟଙ୍କ ସୁପୁତ୍ର ତଥା ଆୟତନ ନିବାସୀ ସୁରେଶ ଅବସର ପରେ ସୁରତରେ ଅବସ୍ଥାନ କରୁଥିଲେ। ଅସୁସ୍ଥତା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାପରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ଅନ୍ତିମ ଶଯ୍ୟା ନିକଟରେ ଉପସ୍ଥିତ ପରିବାର ସଦସ୍ୟ ଓ ଶୋକସନ୍ତପ୍ତ ପରିଜନଙ୍କ ମଧ୍ୟରେ ପତ୍ନୀ ବନଲତା, ଜ୍ୟେଷ୍ଠପୁତ୍ର ଓ ପୁତ୍ରବଧୂ ଶୈଳେନ୍ଦ୍ର ଓ ଧାରିଣୀ, କନିଷ୍ଠ ପୁତ୍ର ଓ ପୁତ୍ରବଧୂ ସୌମେନ୍ଦ୍ର ଓ ପ୍ରିୟଙ୍କା, ଜ୍ୱାଇଁ ତୁଷାରକାନ୍ତ, ନାତିନାତୁଣୀଙ୍କ ମଧ୍ୟରେ ରାଜବୀର, ବିନୀତ, ସୋମେଲିଆ ଏବଂ ଅନ୍ୟ ସମ୍ପର୍କୀୟ ମାନେ ରହିଥିବା ପ୍ରକାଶ। ସ୍ବର୍ଗତ ସୁରେଶ ଜଣେ ମେଳାପୀ, ପରୋପକାରୀ ଓ ହୃଦୟବାନ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ. ବହୁ ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡ଼ିତ ଥିଲେ. ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବା ବେଳେ ଶହଶହ ବ୍ୟକ୍ତି ଶବାଧାରରେ ସାମିଲ ହୋଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ନବ ନିର୍ବାଚିତ ସରପଞ୍ଚଙ୍କ ଶୋଭାଯାତ୍ରା

Sunil Chandra Nayak

କାମ ହେଉଛି,ଫଳକ ନାହିଁ …..

Sunil Chandra Nayak

ଲୁହାଗାଁ ସ୍କୁଲରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!