ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର – ଓଡିଶା ଲୋକସେବା ଆୟୋଗ ରେ ପ୍ରଦୀପଙ୍କ କୃତିତ୍ବ

 ଓଡିଶା ଲୋକ ସେବା ଆୟୋଗ ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଭୂଗୋଳ ରେ ସହକାରୀ ଅଧ୍ୟାପକ(ପ୍ରଥମ ଶ୍ରେଣୀ ,Class-1) ଫଳାଫଳ ପ୍ରକାଶ ପାଇଛି | ଏହି ପଦବୀ ପାଇଁ ସଫଳତାର ସହିତ ମନୋନୀତ ହୋଇଛନ୍ତି ହାଟଡିହୀ ବ୍ଲକ ଇଞ୍ଚୋଳ ଗ୍ରାମର ସ୍ବର୍ଗତ ନାରାୟଣ ନାୟକଙ୍କ ସୁପୁତ୍ର ପ୍ରଦୀପ କୁମାର ନାୟକ | ରାଜ୍ୟରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି ।ମନୋନୀତ ପରେ ସେ ପ୍ରକାଶ କରିଛନ୍ତି ଯେ ମୋତେ ଏତେ ବଡ଼ ଦାୟିତ୍ବ ଅର୍ପଣ କରିଥିବା ଭଗବାନଙ୍କ ନିକଟରେ କୃତଜ୍ଞତା ଅର୍ପଣ କରୁଛି।| ତତ୍ ସହିତ ଏହି ସଫଳତାର ଶ୍ରେୟ ସେ ତାଙ୍କ ମା , ଭାଇ, ଶିକ୍ଷକ, ବନ୍ଧୁମାନଙ୍କୁ ଉତ୍ସର୍ଗ କରିଛନ୍ତି | ଏବଂ ଆହୁରି କହିଛନ୍ତି ସେମାନଙ୍କର ସମନ୍ୱୟ ସମର୍ଥନ ପାଇଁ ସେହି ଲୋକମାନଙ୍କୁ ଏକ ବିଶେଷ ଧନ୍ୟବାଦ, ଯେଉଁମାନେ ମୋତେ ସର୍ବଦା ସମାଲୋଚନା କରନ୍ତି ଏବଂ ମୋତେ ଅଧିକ ଶକ୍ତିଶାଳୀ କରିଛନ୍ତି । ପ୍ରଥମଥର ପାଇଁ ଇଞ୍ଚୋଳ ଗ୍ରାମରେ ଜଣେ ବିଦ୍ୟାର୍ଥୀ ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ସଫଳତା ପାଇଥିବାରୁ ସମଗ୍ର ଗ୍ରାମରେ ଆନନ୍ଦ ଓ ଉତ୍ସାହ ଖେଳି ଯାଇଛି । ସୂଚନା ଯୋଗ୍ଯ ଶ୍ରୀମାନ ନାୟକ ଗତ ଡିସେମ୍ବରରେ ଗଣ ଶିକ୍ଷା ବିଭାଗରେ ଅନୁଗୁଳ ଜିଲ୍ଲାରେ ଶିକ୍ଷକତା କରିବା ପାଇଁ ଚୟନ ହୋଇଥିଲେ ।ଏବଂ ଏବେ ସେ ଉଚ୍ଚଶିକ୍ଷା ବିଭାଗରେ ଅଧ୍ୟାପନା ପାଇଁ ଯୋଗ୍ଯ ବିବେଚିତ ହୋଇଛନ୍ତି ।ଶ୍ରୀମାନ୍ ନାୟକ ରେଭେନ୍ସାରୁ ଭୂଗୋଳରେ ସ୍ନାତକୋତ୍ତର ପରେ ଅଧୁନା ଉତ୍କଳ ବିଶ୍ଵବିଦ୍ୟାଳୟରେ MPhil ସାରିବା ପରେ PhD କାର୍ଯ୍ୟ ଜାରି ରଖିଛନ୍ତି । ଫଳାଫଳ ପରେ ଅତ୍ୟନ୍ତ ଖୁସି ହେବା ସହ ତାଙ୍କ ଅଧ୍ୟାପନାର ପ୍ରଥମ ବେତନର ୧୦ % ସେ ଗାଁର ଅଗ୍ରଣୀ ସାମାଜିକ ଦାତବ୍ୟ ନ୍ୟାସ ଯାହା ପରିବେଶ , ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ କାର୍ଯ୍ୟକରୁଛି ଇଞ୍ଚୋଳ ବିକାଶ ମଞ୍ଚ ର ସମୂହ କାର୍ଯ୍ୟକ୍ରମକୁ ସ୍ବେଚ୍ଛାକୃତ ଭାବେ ପ୍ରଦାନ କରିବା ପାଇଁ ପ୍ରକାଶ କରିଛନ୍ତି । ଗୋଟିଏ ନିମ୍ନ ମଧ୍ୟବିତ ପରିବାରରୁ ଆସିଥିବାରୁ ସମାଜରେ ଦୁସ୍ଥ,ଅସହାୟ ଓ ନିଷ୍ପେସିତ ମେଧାବୀ ଛାତ୍ରଛାତ୍ରୀ ମାନେ କିଭଳି ଉଚ୍ଚଶିକ୍ଷାରେ ସାମିଲ ହେବେ ସେ ଦିଗରେ ଯଥାସମ୍ଭବ କାର୍ଯ୍ୟ କରିବେ ବୋଲି ଇଚ୍ଛା ପ୍ରକଟ କରିଛନ୍ତି ।ତାଙ୍କର ଏଭଳି ଆକର୍ଷଣୀୟ ସଫଳତାକୁ ବହୁ ବୁଦ୍ଧିଜିବୀ ଓ ଜନସାଧାରଣ ଭୂୟସୀ ପ୍ରଶଂସା କରିଛନ୍ତି ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍।

Related posts

ନନ୍ଦାହାଣ୍ଡି ବ୍ଲକ ପରିସର ରେ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ ପତାକା କୁ ଅପମାନ

Sunil Chandra Nayak

ଡାଳଗୁମା ଠାରେ କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ

Sunil Chandra Nayak

ଗରିବ ପରିବାରର ମୁଖ୍ୟ ବ୍ୟକ୍ତି ଅକର୍ମଣ୍ୟ ହୋଇ ବିଛଣାରେ , ସରକାରୀ ସାହlର୍ଯ୍ୟ କୁ ଅପେକ୍ଷା

Sunil Chandra Nayak

Leave a Comment

error: Content is protected !!