ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ର ସଂକ୍ଷିପ୍ତ ସମାଚାର

୧-ରାଜଧାନୀ ଶିକ୍ଷା ବ୍ୟବସ୍ଥା: ୨୨ବର୍ଷର ଚିତ୍ର; ଘରୋଇ ସ୍କୁଲ୍‌ ୨୦୩, ସରକାରୀ ୧୧ ।

୨-ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ଜିତିବାପରେ କଂଗ୍ରେସର ସମସ୍ୟା ବଢ଼ିଛି। ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଆଶାୟୀ ଥିବା ବେଳେ ସେମାନଙ୍କ ମଧ୍ୟରେ ତୀବ୍ର ଛକାପଞ୍ଝା ଆରମ୍ଭ ହୋଇଯାଇଛି। 

୩-କୃଷ୍ଣ ସାଗରରେ ଜୋରଦାର ଚେକିଂ, ସମୁଦ୍ରରେ ଲାଗିଲା ଟ୍ରାଫିକ୍ ଜାମ୍, ଅଶୋଧିତ ତୈଳ ଜାହାଜ ଉପରେ ତୁର୍କିର କଡ଼ା ନଜର ।

୪-ରାଜ୍ୟରେ ଛେଳିଙ୍କ କୃତ୍ରିମ ପ୍ରଜନନ କାର୍ଯ୍ୟକ୍ରମର ଶୁଭାରମ୍ଭ: କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀଙ୍କ ଜୀବିକାର୍ଜନ ଓ ଆୟବୃଦ୍ଧିରେ ହେବ ସହାୟକ ।

୫-ସମାନ ନାଗରିକ ସଂହିତା ବିଲକୁ ନେଇ ରାଜ୍ୟସଭାରେ ହଙ୍ଗାମା 

୬-ସହଜ ହେବ ‘ଲିଜ୍ ହୋଲ୍ଡ’ରୁ ପ୍ରି ହୋଲ୍ଡ୍ ପରିବର୍ତ୍ତନ, କ୍ଷମତା ବିକେନ୍ଦ୍ରିକରଣ ପାଇଁ ପ୍ରସ୍ତାବ ।

୭-ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମହିଳା ଆଇପିଏଲ୍‌ର ୨୦୨୩ରୁ ୨୦୨୭ ସିଜନ ପର୍ଯ୍ୟନ୍ତ ମିଡିଆ ରାଇଟ୍ସ ପାଇଁ ଟେଣ୍ଡର ଜାରି କରିଛି ।  

୮-ଦକ୍ଷିଣ ଭାରତର ତିନି ରାଜ୍ୟରେ ବାତ୍ୟା ‘ମାଣ୍ଡୁକା’ ଆଶଙ୍କା, ଘଣ୍ଟା ପ୍ରତି ୭୦ କି.ମି ବେଗରେ ପବନ ।

୯-ଗୁଜରାଟ ବିଧାନସଭା ନିର୍ବାଚନ: ବିଜେପି ଟିକେଟ ଦେଇଥିବା ୪୫ ନୂଆ ମୁହଁ ମଧ୍ୟରୁ ୪୩ ବିଜୟୀ ।

୧୦-ଭୁବନେଶ୍ବର ଇନ୍‌ଫୋସିଟି ଥାନା ଅଞ୍ଚଳରେ ଆନନ୍ଦ ଟପ୍ଟୋଙ୍କ ମୃତ୍ୟୁ ଘଟଣାରେ ପୁଲିସ ନିଷ୍କ୍ରୟିତାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି। ଆଇଆଇସିଙ୍କୁ ଫିଲଡ ପୋଷ୍ଟିଂ ବ୍ୟାନ କଲେ ହାଇକୋର୍ଟ; ପୁଣି ତଦନ୍ତ ଘେରରେ ହକି ତାରକା ବିରେନ୍ଦ୍ର ଲାକ୍ରା

୧୧-ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ହିସାବ ଦେଲେ ସରକାର ।

୧୨-କଲେଜିୟମ ପ୍ରସ୍ତାବ ସାର୍ବଜନୀନ ହେବନାହିଁ, ଆର୍‌ଟିଆଇରେ ତଥ୍ୟ ମିଳିବନି: ସୁପ୍ରିମକୋର୍ଟ ।

୧୩-ନବୀନ ନିବାସରେ ମେଡିକାଲ ଛାତ୍ର ଇଫୁ ମଲ୍ଲିକ: ଇଫୁଙ୍କ ସହିତ ସେଲ୍‌ଫି ଉଠାଇଲେ ମୁଖ୍ୟମନ୍ତ୍ରୀ ।

୧୪-ଭୁବନେଶ୍ୱରରେ ୩ ଦିନିଆ କୁକୁର ପ୍ରଦର୍ଶନି ଆରମ୍ଭ ହୋଇଛି। ଏଥିରେ ୩୦ ପ୍ରଜାତିର କୁକୁର ବିଭିନ୍ନ କଳା କୌଶଳ ଦେଖାଇବେ। 

୧୫-ଓଡ଼ିଆ ପୁଅ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଭାରତ ଅଧ୍ୟକ୍ଷତାରେ ହେବାକୁ ଯାଉଥିବା ଜି-୨୦ ସମ୍ମିଳନୀରେ ଗୁରୁ ଦାୟିତ୍ବ ଦିଆଯାଇଛି। ସେ ପ୍ରମୁଖ ୧୯ ରାଷ୍ଟ୍ର ଓ ୟୁରୋପୀୟ ରାଷ୍ଟ୍ରସଂଘକୁ ନେଇ ଗଠିତ ଯୁବଗୋଷ୍ଠୀ (youth 20) ର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି।

ମସିହା ନିଉଜ ସର୍ଭିସ୍ 

          

Related posts

ଆନନ୍ଦପୁର – ସମାଜସେବା ରେ ଉଲ୍ଲେଖନୀୟ ଅବଦାନ ପାଇଁ ଜୟଦୁର୍ଗା ଫାଉଣ୍ଡେସନ ଅଧ୍ୟକ୍ଷାରାଜଧାନୀ ଦିଲ୍ଲୀ ରେ ପୁରସ୍କୃତ

ଧର୍ମକବି ସୁଧୀର ପଣ୍ଡା ଙ୍କ କବିତା ଧର୍ମ ସମନ୍ଧ 

Sunil Chandra Nayak

ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଆସନ୍ତା ୧୩ରେ

Sunil Chandra Nayak

Leave a Comment

error: Content is protected !!