ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରଗଡ଼ ଧନୁଯାତ୍ରା ର ଶିଶୁ ବଳରାମ କଳାକାର ଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କଲେ ପଦ୍ମଶ୍ରୀ ବାବା ବଳିଆ

ବରଗଡ଼ ର ବିଶ୍ଵପ୍ରସିଦ୍ଧ ଧନଯାତ୍ରା ର ବଳରାମ ଭୂମିକା କରୁଥିବା ଶିଶୁ କଳାକାର ଶ୍ରେୟସଙ୍କ ପୁଝାରୀ ଅକାଳ ବିୟୋଗରେ ବଳିଆ ଅତ୍ୟନ୍ତ ମର୍ମାହତ। ତାଙ୍କର ଅମର ଆତ୍ମା କୁ ସ୍ମରଣ କରୁଛି। ସେ ଏହି ପୁଣ୍ୟ ମାଟିରେ ପୁଣିଥରେ ଜନ୍ମ ନିଅନ୍ତୁ। ତାଙ୍କ ପରିବାର କୁ ଭଗବାନ ଧର୍ଯ୍ୟ ଦିଅନ୍ତୁ। ଏତିକି ବିଶ୍ବ ନିୟନ୍ତା ଭଗବାନ ନିକଟରେ ପ୍ରାର୍ଥନା। ବରଗଡ଼ ଧନଯାତ୍ରା ର ଶୁଭ କାମନା କରୁଛି ବୋଲି ପଦ୍ମଶ୍ରୀ ବିଶ୍ବପ୍ରେମୀ ବାବା ବଳିଆ ଶୋକ ପ୍ରକାଶ କରିଛନ୍ତି।

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କୁନି କଳାକାର ଶ୍ରେୟସ ପୂଝାରୀଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା।ଶ୍ରେୟସଙ୍କ ଘର ଅମ୍ବାପାଲିରେ। ତାଙ୍କ ବାପାଙ୍କ ନାଁ ମହେନ୍ଦ୍ର ପୁଝାରୀ। ସେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ସପ୍ତମ ଶ୍ରେଣୀରେ ପଢୁଥିଲେ।ମିଳିଥିବା ସୂଚନା ଅନୁଯାୟୀ, ଆଜି ଶ୍ରେୟସ ଘରେ ଖେଳୁଥିବା ସମୟରେ ତଳେ ପଡ଼ିଯାଇଥିଲେ। ସେ ଅଚେତ ହୋଇଯିବାରୁ ପରିବାର ଲୋକେ ତାଙ୍କୁ ବରଗଡ଼ ପୁରୁଣା ହସ୍‌ପିଟାଲ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ଶ୍ରେୟସ ଗତକାଲି ସଂଳାପ ଅଭ୍ୟାସ କରିଥିଲେ। କିନ୍ତୁ ଆଜି ତାଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଶ୍ରେୟସଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ତ୍ରିଲୋଚନ ପାଢ଼ୀ ଙ୍କ କବିତା/ ଗୁରୁବାର ଲକ୍ଷ୍ମୀ ବାର

Sunil Chandra Nayak

ମମତା ସାହୁ ଙ୍କ କବିତା ପ୍ରଗାଢ ପ୍ରେମ

Leave a Comment

error: Content is protected !!