ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ସମିତି ବୈଠକ ଅନୁଷ୍ଠିତ

କୋକସରା,୨୧/୧୦ (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଭାଗୃହରେ ଗୁରବାର କୋକସରା ବ୍ଲକର ୨୨ ପଞ୍ଚାୟତର ଜନ ପ୍ରତିନିଧି ଓ ଅଧିକାରୀଙ୍କୁ ନେଇ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋକସରା ଜିପିଇଓ ନାରାୟଣ ଭୋଇ ଙ୍କ ପରିଚାଳନାରେ କୋକସରା ବିଡ଼ିଓ ଉତ୍ତମ କୁମାର ବାଗ ଅଧ୍ୟକ୍ଷତା କରିଥିଲେ। ବୈଠକରେ କୋକସରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରିତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସହକାରୀ ଯନ୍ତ୍ରୀ ଗୋବିନ୍ଦ ବଲ୍ଲଭ ମହାରଣା,ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, ମୋଟେର ଯୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତି ପୁଝାରି, କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ, ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଳ, କୃଷି ଅଧିକାରୀ ହେମାନନ୍ଦ ମାଝୀ ,ସମନ୍ବିତ ଶିଶୁ ପ୍ରକଳ୍ପ ଭାରପ୍ରାପ୍ତ ଅଧିକାରୀ ସରୋଜା ଲତା ଦେବୀ ସମେତ କୋକସରା ବ୍ଲକର ୨୨ ପଞ୍ଚାୟତର ସମିତି ସଭ୍ୟ ସଭ୍ୟା, ସରପଞ୍ଚ ଓ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ଆସନ୍ତା ଆର୍ଥିକ ବର୍ଷ ୨୨/୨୩ ପାଇଁ ବିଭିନ୍ନ ଉନ୍ନୟନ କାର୍ଯ୍ୟର ରୂପରେଖ ଓ ଯୋଜନା ଉପରେ ଆଲୋଚନା କରାଯାଇଛି। ବୈଠକରେ ବିଭିନ୍ନ ପଞ୍ଚାୟତ ରେ ରହିଥିବା ରାସ୍ତା, ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ମରାମତି ସହ ବିଭିନ୍ନ ପଞ୍ଚାୟତରେ ଲୋକଙ୍କ ମୌଳିକ ଅସୁବିଧା, ସମସ୍ୟା ଓ ଉନ୍ନୟନ କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଛି। ତେବେ ବୈଠକରେ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ନଥିବା ଦେଖିବାକୁ ମିଳିଥିଲା।

Related posts

ସଂଯୁକ୍ତା ସାହୁ ଙ୍କ କବିତା ରଜ ଆସେ

Sunil Chandra Nayak

ଲତା ବେହେରା ଙ୍କ କବିତା ଜୀବନ ସାଥି 

Sunil Chandra Nayak

ସନାତନ ଆଧ୍ୟାତ୍ମିକ ସାହିତ୍ୟ ସଂସଦ ତରଫରୁ ଲମ୍ବୋଦର ସେବା ସମ୍ମାନ ପ୍ରଦାନ

Sunil Chandra Nayak

Leave a Comment

error: Content is protected !!