ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଅଳପ ପାଠ, ବହୁତ ହାଟ

ଅଳପ ପାଠ, ବହୁତ ହାଟ

ଜୟ କୁମାର ମିଶ୍ର, ବୁଦୁରା, ଗଜପତି 

 

ଅଳପ ପାଠ, ବହୁତ ହାଟ 

ହରବର ସେ କରେ, 

ଖଣ୍ଡି ଇଂରାଜୀ, କଥାରେ ଖଞ୍ଜି 

ବାହାଦୁରିଟି ମାରେ ll

ବେଶ ଭୂଷଣ, ଚାଲି ଚଳଣ 

ଉଚ୍ଚ ହାକିମ ସରି, 

ଦାଣ୍ଡ ଦେଖାଣି, ବହୁ ଫୁଟାଣି 

ନାହିଁ ବିରାମ ତା’ରି ll

ସୀମିତ ଜ୍ଞାନ, କୁଟିଳ ମନ 

ଜଟିଳ ଚିନ୍ତା ଧାରି , 

ମାମଲା ବୁଦ୍ଧି, ମନରେ ଖୁନ୍ଦି 

ଆତ୍ମ ବଢ଼ିମା ଭାରି ll

ପକେଟ ଶୂନ୍ୟ ବହପ ମନ 

ହାତୀକୁ କିଣି ନବ, 

ତୁଣ୍ଡେ ବାଟୁଳୀ, ବାଜେନି ବୋଲି 

କେତେ ଯେ ଗପିଯିବ ll

ଟାଉଟରରେ, ଏକ ନମ୍ବର 

ଭଣ୍ଡ ମିଛୁଆ ସେତ, 

ଦିବସେ ତାରା, ଦେଖାଏ ପରା 

ବଦଳାଏ କା ଚିତ୍ର ll

ଭଦ୍ର ମଣିଷ, ହୁଏ ଅବଶ୍ୟ 

ମାଗି ଓଳଗି ନିଏ, 

ଉପରେ ପଡି, ହୋଇବ ଝାଡ଼ି 

ବଚନ ବହୁ ଥୁଏ ll

ଜାଚି କଲ୍ୟାଣ, କରିବ ପୁଣ

ପରିଚୟକୁ ବାଢି, 

ଦାଣ୍ଡ ଯାତରା, ବହୁତ ପରା 

ଖୋଲିଲେ ଗପ ପେଢ଼ୀ ll

ଅବରଣରେ, ମଧ୍ୟ ପାତ୍ରସେ 

ଧସେଇ ପଶିଯାଏ, 

ଅପମାନକୁ, ଧୋଇ ପୋଛି ସେ 

ନିର୍ଲଜ ଭାବ ଥୁଏ ll

ସବୁ ଜାଣିବା, କଥା କହିବା 

କଳା ନିପୁଣ ଗୀର 

ଇତିହାସ ଓ, ଭୂଗୋଳ ପାଠ 

କୁହଇ ବହୁବାର ll

କାଲା ଆଗରେ, ଯତନ ଭରେ 

ଚୋବାଇ ମୂଳା ନିତି, 

ସରଳ ମନ ତରଳି ଯାଏ 

ଅନୁରାଗରେ, ପ୍ରୀତି ll

ଅନ୍ଧ ରାଇଜେ, ଦର୍ପଣ ବିକା 

ସବୁକୁ କରି ଦେବ, 

ଚୂନ ଓ କାଳି, ଦେବ ସେ ବୋଳି 

କାର ମହତ ନେବ ll

ବିଶ୍ୱାସେ ବିଷ, ଦେଇ ଅବଶ୍ୟ 

ବୁଡ଼ାଏ ଘର କେତେ,

ମହା ମାନିସେ, ଦୁର୍ଯ୍ୟୋଧନଟି 

ଚାଲିଲେ ଦାଣ୍ଡ ପଥେ ll 

କିଏ ଡରଇ, କିଏ ଥରଇ 

ଜଗିରଖି କେ ଚଳେ, 

ଦୂରୁ ଦେଖିକେ, ବିରାଗ ମୁଖେ 

ଦାଣ୍ଡ ଦୁଆର କିଳେ ll

ହାଜତ ଘର, ଅତି ନିଜର 

ଯାଇଛି କେତେ ସିଏ,  

ବାହୁ ବୁଲାଇ , କଥା କୁହଇ 

ମୋ ସରି ନାହିଁ କିଏ ll

ଅଳପ ପାଠ, ବହୁତ ହାଟ 

ବେଶି ସେ ଦାଉ ସାଧେ, 

କହି ହୁଏନା, ସହି ହୁଏନା 

ଅଜାଗା ଘାଆ ବାଧେ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଦା, ମାଧ୍ୟମ-କାଶୀନଗର

 ଜିଲ୍ଲା-ଗଜପତି ଓଡିଶା, 761206

 

Related posts

ଗୋଲାମୁଣ୍ଡା ବିଜୁ ଏକ୍ସପ୍ରେସ 4ୱେ ଠାରେ ସଡ଼କ ଦୁର୍ଘଟଣା.

Sunil Chandra Nayak

ଦ୍ୱାଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ୨୦୨୨ ଆରମ୍ଭ 

Sunil Chandra Nayak

ଭବାନୀପାଟଣା ବ୍ଲକ ସାକ୍ଷରତା ମିଶନର ସଚେତନତା ରଥ ଓ ପଥପ୍ରାନ୍ତ ନାଟକର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!