ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ଵର – ଭ୍ରାମ୍ୟମାଣ ପାଠାଗାରର ରାଜ୍ୟ ପରିକ୍ରମା କାର୍ଯ୍ୟକ୍ରମ ଆୟୋଜିତ

ବାଲେଶ୍ଵର,୧୨/୬/୨୨- ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ମନସ୍କ କରାଇବା, ପୁସ୍ତକ ପ୍ରତି ଆଗ୍ରହ ବଢାଇବା ଓ ସେମାନଙ୍କ ହାତ ପାହାନ୍ତାରେ ପୁସ୍ତକ ପହଞ୍ଚାଇବା ତଥା ଶିଶୁ ସାହିତ୍ୟର ବିକାଶ ଉଦ୍ଦେଶ୍ୟରେ କାର୍ଯ୍ୟରତ ବରଗଡ଼ର ‘ ଶିଶୁଶ୍ରୀ ‘ ଭ୍ରାମ୍ୟମାଣ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ‘ ପିଲାଙ୍କ ପାଖରେ ପାଠାଗାର ‘ର ରାଜ୍ୟ ପରିକ୍ରମା କାର୍ଯ୍ୟକ୍ରମ ବାଲେଶ୍ଵର ସ୍ଥିତ ଡ୍ରିମ୍ସ ଆଇଡିଆଲ୍ ଆବାସିକ ବିଦ୍ୟାଳୟ ପରିସର ମଧ୍ୟରେ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିଷ୍ଠାତା ଗଙ୍ଗାଧର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ଵର ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକ ମନୁଷ୍ୟକୁ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାରେ ସାହାଯ୍ୟ କରିଥାଏ । ତେଣୁ ଛାତ୍ରଛାତ୍ରୀ ମାନେ ଉପାଦେୟ ପୁସ୍ତକ ମାନ ପଢ଼ିବାର ଅଭ୍ୟାସ ଜାରି ରଖିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁ ସାହିତ୍ୟିକ ପ୍ରଶାନ୍ତ କୁମାର ଦାଶ ପୁସ୍ତକ ବ୍ୟକ୍ତିର ସୃଜନାତ୍ମକ ଜ୍ଞାନର ବିକାଶ କରିଥାଏ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାହିତ୍ୟିକ ଭାବଗ୍ରାହୀ ମହାନ୍ତି ପୁସ୍ତକ ସହ ବନ୍ଧୁତା ସ୍ଥାପନ କରିବାକୁ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରୁ ରେହେନା ବେଗମ୍, ବେବିଶ୍ରୀ ଗିରି ଓ ନୀତି ସୁଦ୍ଧା ଦାଶ ଛାତ୍ର ଜୀବନରେ ପାଠାଗାର ଓ ପୁସ୍ତକର ଉପାଦେୟତା ସମ୍ପର୍କରେ ମତ ଉପସ୍ଥାପନ କରିଥିଲେ । ଶିଶୁ ଶ୍ରୀ ପାଠାଗାରର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଭ୍ରାମ୍ୟମାଣ ପାଠାଗାରର ଉଦ୍ଦେଶ୍ୟ ଓ ଲକ୍ଷ ସମ୍ପର୍କରେ ସୂଚନା ପ୍ରଦାନ କରି ରାଜ୍ୟ ପରିକ୍ରମା ସମ୍ପର୍କରେ ସୂଚନା ଦେଇଥିଲେ । ପୁସ୍ତକ ପଠନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଋତୁପର୍ଣ୍ଣା ବେହେରା, ସୁଚିସ୍ମିତା ବେହେରା ଓ ପଦ୍ମିନୀ ଦଳାଇ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ହାସଲ କରି ପୁରସ୍କୃତ ହୋଇଥିଲେ । ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ପୁଷ୍ପିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୟୀ ରାଜଗୁରୁଙ୍କ ଜନ୍ମଦିବସରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

Sunil Chandra Nayak

ଗୋଲାମୁଣ୍ଡା ସାକ୍ଷର ଭାରତ ପ୍ରେରକ୍ ସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବୀ ପତ୍ରପ୍ରଦାନ

Sunil Chandra Nayak

କୋକସରା ବ୍ଳକ ର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନ ଙ୍କ ରେ ୭୬ ତମ ସ୍ଵାଧିନତା ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!