ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଆ ଚଳଚିତ୍ର “ଚନ୍ଦ୍ରିକା” ର ଶୁଭ ମହୁରତ୍

କଟକ : ରୌଦ୍ରୀ ଟେଲିଆର୍ଟ ପ୍ରାଇଭେଟ ଲିମିଟେଡ଼ ର ପ୍ରଥମ ଅବଦାନ ଓଡ଼ିଆ ଚଳଚିତ୍ର “ଚନ୍ଦ୍ରିକା” ର ଶୁଭ ମହୁରତ୍ କଟକ ସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ଅନୁଷ୍ଠିତ ହୋଇଯାଇଛି । ଚଳଚ୍ଚିତ୍ରଟି ପ୍ରେମ କାହାଣୀ ଉପରେ ଆଧାରିତ ।ଯେଉଁଥିରେ ମୁଖ୍ୟ ନାୟକ ଓ ନାୟିକା ଭାବରେ ଅଭିନୟ କରୁଛନ୍ତି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର, ଅମ୍ଳାନ ଦାସ, ଏବଂ ନବାଗତ ନାୟିକା ଚନ୍ଦ୍ରିକା । ଅନ୍ୟାନ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ବ୍ରଜ ସିଂ, ଲିଟୁ ଏବଂ ଅନ୍ୟ ପ୍ରମୁଖ କଳାକାରମାନେ । ଚନ୍ଦ୍ରିକା ଚଳଚିତ୍ର ର କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପ ଚିନ୍ମୟ ଦାସପଟ୍ଟନାୟକ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ହିମାଂଶୁ ପରିଜା(ଚଣ୍ଡୀ), ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମଦାର । କାହ୍ନୁଚରଣ ନନ୍ଦ(ଶୁଭମ) DOP ରେ ଥିବାବେଳେ ପ୍ରଯୋଜନାରେ ଅଛନ୍ତି ଆଶିଶ୍ କୁମାର ସିହ୍ନା ।

ଅମୃତ ନନ୍ଦ ଙ୍କ ରିପୋର୍ଟ।

Related posts

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

Sunil Chandra Nayak

ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

କେସିଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!