ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଇଖାନା କାନ୍ଥ ପଡି ବାଳକର ମୃତ୍ୟୁ

ନବରଙ୍ଗପୁର -: ନବରଙ୍ଗପୁର ଜିଲ୍ଲା ବାଘସିଉନି ଗ୍ରାମ ପଞ୍ଚାୟତ ଜାମ୍ବଗୁଡା ଗ୍ରାମର ସୁମନ୍ତ ଭତ୍ରା ଙ୍କ ପୁଅ ପ୍ରିୟାନସୁ ଭତ୍ରା ୧୧ବର୍ଷ ଙ୍କ ଉପରେ କାନ୍ଥ ପଡି ମୃତ୍ୟୁ ହୋଇଛି ।ସୁମନ୍ତ ଙ୍କ ପରିବାର କୋରାପୁଟରେ ୧୫ବର୍ଷ ରହିଆସୁଥିଲେ ।ସକାଳେ ପ୍ରିୟାନସୁ ଶୌଚ ପାଇଁ ଯାଇଥିଲେ ,ହଠାତ କାନ୍ଥ ପଡି ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ପରିବାର ଲୋକ ବାଳକକୁ ଦେଖିବାର ଅଳ୍ପ ସମୟ ମଧ୍ୟରେ ବାଳକର ମୃତ୍ୟୁ ହୋଇଥିଲା । ମୃତ୍ୟୁ ଖବର ଶୁଣିବା ପରେ ଜାମ୍ବଗୁଡା ଗ୍ରାମରେ ଶୋକାକୁଳର ପରିବେଶ ଦେଖିବାକୁ ମିଳିଥିଲା ।ବାଳକର ମୃତ୍ୟୁ ପାଇଁ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ପରେ ନିଜ ଗାଁ ଜାମ୍ବଗୁଡା ରେ ଶବ କୁ ଆଣି ସମାଧି ଦିଆଯାଇଥିଲା ।

ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସୀହା ନିୟୁଜ।

 

 

 

 

.

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଧବ ବୋହୂ

Sunil Chandra Nayak

ଜଣାଶୁଣା କଣ୍ଠଶିଳ୍ପୀଙ୍କ ପିତୃବିୟୋଗ

ଆରଆରବି ପରୀକ୍ଷା ପାଇଁ ରେଳବାଇ ପକ୍ଷରୁ ୬ ଯୋଡ଼ା ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା

Leave a Comment

error: Content is protected !!