ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମାକାନ୍ତ ଦାସ ଙ୍କ କବିତା ଉର୍ମିଳା

ଉର୍ମିଳା

ଉମାକାନ୍ତ ଦାସ

 

ତ୍ଯାଗି ଉରୁମିଳା ଜନକଙ୍କ ବାଳା

        ସୀତାଙ୍କ କନିଷ୍ଠ ଭଗ୍ନୀ,

ଅଯୋଧ୍ୟାରେ ସେହୁ ରଘୁବଂଶ ବୋହୂ

       ଲକ୍ଷ୍ମଣଙ୍କ ଧର୍ମ ପତ୍ନୀ ।।

 

ଅତି ଅଲି ଅଳି ସେ ରାଜ ଦୁଲାଳି

      ଥିଲେ ଏକ ଭିନ୍ନ ନାରୀ,

ରାମ ବନବାସେ ସ୍ବାମୀଙ୍କ ଆଦେଶେ

       ଏକା ଥିଲେ ଭୁଲି କରି,।।

 

ବିରହ ବେଦନା ତେଜି କାମବାସ୍ନା

       ମନ ମଧ୍ଯେ ଥିଲେ ମାରି,

ଶଶ୍ବର କୁଳର ମାନ ମର୍ଯ୍ୟାଦାକୁ

      ରଖିଲେ ସେ ଉଚ୍ଚା କରି ।।

 

ରାମାୟଣ ପୃଷ୍ଠ କଲା ନାହିଁ ଶ୍ରେଷ୍ଠ

         ରଖିଲା ସୁଶୀଳା କରି ,

ଆଜିର ନାରୀଏ ତାଙ୍କ ଆଚରଣୁ

         କ୍ଳେଶ ଦିଅ ଦୂର କରି ।।

 

ଘରେ ଘରେ ଆଜି ଲାଗିଛି କନ୍ଦଳ

      ନିଜ ସ୍ବାର୍ଥ ନିଜେ ଧରି,

ସମାଜ ରକ୍ଷାରେ ଉର୍ମିଳାର ତ୍ଯାଗ

       ଶିକ୍ଷା କର ସର୍ବ ନାରୀ ।

ଲାଲାବାଗ ,ଖାନନଗର
ମଙ୍ଗଳ ପୁର ,ଯାଜପୁର

Related posts

ଡିଟିଏଚ ଅପରେଟର ସଂଘ ଗଠିତ

ଜନରଞ୍ଜନ ପ୍ରଧାନ ଙ୍କ କବିତା ଏକାନ୍ତ

ବାରବେସାଲ ଗାଁ ରେ ଲଷ୍ମୀ ପୂଜା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!