ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ପବିତ୍ର

ପବିତ୍ର

 

ଚନ୍ଦ୍ରକଳା ଦେବୀ

 

ପବିତ୍ର ମୋହର ଜନ୍ମଭୂମି ଜାଣ

ପବିତ୍ରତା ନଦନଦୀ,

ପବିତ୍ରତା ମଧ୍ୟେ ଭକ୍ତ ଭଗବାନ

ପବିତ୍ରତା ପ୍ରାପ୍ତେ ସିଦ୍ଧି ||

 

ପବିତ୍ରତା ଆମ ଗୀତା ଭାଗବତ

ପବିତ୍ର ବେଦ ପୁରାଣ,

ପବିତ୍ର ତୁଳସୀ ପବିତ୍ର ସେ ଧାତ୍ରୀ

ପବିତ୍ର ରକ୍ଷା ବନ୍ଧନ ||

 

ପବିତ୍ର ସୁମନ ପବିତ୍ର ଚନ୍ଦନ

ପବିତ୍ରତା ଗଙ୍ଗାନୀର,

ପବିତ୍ର ମୋହନ ପବିତ୍ର ଅରୁଣ

ପବିତ୍ର ନୟନ ନୀର ||

 

ପବିତ୍ର ମୋଦେଶ ପବିତ୍ର ପ୍ରଦେଶ

ପବିତ୍ରତା ପୃଥ୍ବୀ ବ୍ୟୋମ,

ପବିତ୍ର ମୋହର ଜଗନ୍ନାଥ ଧାମ

ପବିତ୍ରତା ଚାରିଧାମ ||

କୋରାପୁଟ

Related posts

ଆସନ୍ନ ଦୁର୍ଗା ପୂଜା ପାଇଁ ଶାନ୍ତି କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

ମାତୃଭାଷା ଦିବସ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାରର କବିତା ଆସର

Sunil Chandra Nayak

ପ୍ରତାପ କିଶୋର ରାଉତ ଙ୍କ କବିତା ଭାରତ ମାତା

Sunil Chandra Nayak

Leave a Comment

error: Content is protected !!