ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଶୁଭସନ୍ଧ୍ୟା

ଶୁଭସନ୍ଧ୍ୟା

କାଙ୍ଗାଳୀ ଚରଣ ସେଠୀ

 

ତୁମେ ଚାଲି ଗଲେ ଏଇ ପଥ ଧାରେ

   ଅଦିନେ ବସନ୍ତ ବହେ

ଚୁଆ ଚନ୍ଦନରେ ଚନ୍ଦ୍ର ମଲ୍ଲିକାର

   ବାସନା ଚହଟୁ ଥାଏ ।

ପେନ୍ଥା ପେନ୍ଥା ସ୍ଵପ୍ନ ଛାଡି ଚାଲି ଯାଅ

   ବିଭୋରେ ଗୋଟାଉ ଥାଏ

କାହାକୁ ଭୁଲିବି କାହାକୁ ରଖିବି

       ଆଖୁ ବାଡିରେ ମୁ ରହେ

  ବିନା ପରଶରେ ସ୍ପନ୍ଦନ ଜାଗଇ

      ଚୁମ୍ବକୀୟ ଆକର୍ଷଣ

କେଉଁ ତତ୍ତ୍ଵବିଦ୍ କି ନୀଳ ନକ୍ସାରେ

    କରିଛି ତୁମ ନିର୍ମାଣ ।

ସ୍ତବ୍ଧ ହୋଇଯାଏ ଇଥର ତରଙ୍ଗ

    ତନୁ ତଟିନୀରେ ବନ୍ୟା

ଅବା ରମ୍ଭା ଉମା ମେନକା ଉର୍ବଶୀ

    କିମ୍ବା ତୁମେ ଦେବ କନ୍ୟା ।

ମୋ ମନ କାମନା କଳ୍ପନା ଲେନ୍ସରେ

  ପ୍ରତିମୂର୍ତ୍ତି ହୋଇ ଥାଅ

ଯେତେ ଦେଖୁଥିଲେ ନୂଆ ଲାଗୁ ଥାଅ

   ଆଖିରେ ବି କଥା କୁହ ।

ରୂପ କଳ୍ପଶାଳା ମୁଖ ମୁଖଶାଳା

   ଓଠ କୁଙ୍କୁମର ତାରା

ମ୍ଳାନ ଗୋଧୂଳିରେ ମର୍ମ ମର୍ମରେ

   କଟାକ୍ଷରେ ଲକ୍ଷେହୀରା ।

ଅଳପ ହସରେ ଅଫେରା ନଦୀରେ

   ଅନେକ ଆଶାର ଢେଉ

ଅଳସକନ୍ୟା ମୋ ! ବିଳାସୀ ବନ୍ୟା ଗୋ !

  ଶୁଭ ସଂଧ୍ୟା ଟିଏ ଆଉ ।

 

  କାଙ୍ଗାଳୀ ଚରଣ ସେଠୀ

            ଯାଜପୁର

Related posts

ସଫଳା ଦାସ ଙ୍କ କବିତା ପ୍ରଶଂସା

Sunil Chandra Nayak

ସନ୍ତୋଷ କୁମାର ପଣ୍ଡା ଙ୍କ କବିତା ବଢ଼ି ବାତ୍ୟାର ପିଲାଟିଏ

କେନ୍ଦ୍ରାପଡା ବାଲିଆ ବାଣ ବିସ୍ଫୋରଣ ରେ ଏତେ ବଡ଼ ଅଘଟଣ ଘଟିଲା ଜିଲ୍ଲା ପ୍ରଶାସନ କରୁଥିଲା କଣ ବୋଲି ଦାବୀ ରଖିଲେ ଆଇନ ଜୀବୀ ବିଦୁଭୂଷଣ ମହାପାତ୍ର 

Sunil Chandra Nayak

Leave a Comment

error: Content is protected !!