ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ବିଳାସର ସାଥି, ବିନାଶକୁ ଗତି

 ବିଳାସର ସାଥି, ବିନାଶକୁ ଗତି

       ଜୟ କୁମାର ମିଶ୍ର

ପାନତ କମିଲା, ପୁଡିଆ ବଢିଲା 
ବୋତଲରୁ ଠିପି ଖୋଲା 
ସ୍ଥାନ କାଳ, ପାତ୍ର, ଭୂଲିଣ ମହତ 
ଚାଲୁଅଛି ଏହି ପାଲା ll
ଗାଆଁର ମରଦ, ଦେଖାଏ ଦରଦ 
ମାଲ ପାଣି ପିଇ ଦେଇ, 
ନକରି ସେ ଚିନ୍ତା, କହେ କେତେ କଥା, 
ଭାବରେ ବାଉଳା ହୋଇ ll
ବିଲୁଆ ପରାଏ, ଛାଡୁଥାଏ ରଡି 
କାଢ଼ି, ଦୋଅକ୍ଷରି ଭାଷା, 
ରାଗ ଅହଂକାର, ହୁଅଇ ଉଦଗାର 
ମୁଣ୍ଡକୁ, ଚଢ଼ିଲେ ନିଶା ll
ଗାଆଁ ମୁଣ୍ଡଟିରେ, ବିକାକିଣା ବାରେ 
ଦେଶୀ, ବିଦେଶୀର ସୁରା, 
ଜଣାରେ ଅଜଣା,ମନହୁଏ ବଣା 
ଦିନ ରାତିର ଯାତରା ll
ଦିନ ଦିବସରେ, ସଭିଙ୍କ ଆଗରେ 
ଖୋଲା ମେଲା ଘେନା ପର୍ବ, 
ଯିଏ ଯେତେ ନେଲା, ଯିଏ ଯେତେ ଦେଲା 
ନିହିତ ମହତ ଗର୍ବ ll
ଚୁଲିଟି ନଜଳୁ, ଘରେରହୁ ମଳୁ 
ପୁଅ ଝିଅ ପାଠ ଜଳୁ, 
ଋଣ କରି ଘିଅ,ମରଦିଆ ପୁଅ 
ଆଦାୟକୁ କରେ ଚଳୁ ll
ଗରାଖଙ୍କ ଭିଡ଼, ତାର ପାଖତଡ
ହୋଇ ସାଙ୍ଗସାଥି ଯୋଡ଼ି, 
ବିଲବାଡ଼ ଅବା, ରାସ୍ତାପାଶ ତଡ
ଘେନିବାକୁ ଯାଏ ମାଡି ll
ଶୁଭ ଅଶୁଭରେ, ଯତନ ଆଦରେ 
ଦିଆନିଆ ପର୍ବ ଚାଲେ, 
ହୋଇଲେ, ଅଭାବ, ଅନାଦର ଭାବ, 
ମାଡ଼େ ହତାଶିଆ ବଳେ ll
ଅସହଯୋଗରେ, ରହି ଦୂରେ ଦୂରେ 
ଦୁରାଇ ଦିଅନ୍ତି ସବୁ, 
ଅଭାବୀ, ଗରିବ, ହନ୍ତସନ୍ତ ହେବ
ଆତୁରେ ଡାକନ୍ତି ପ୍ରଭୁ ll
ଏଇତ ଫେସନ, ଏଇତ ନବୀନ 
ଏତ ଆଧୁନିକ ଧlରା, 
କିଏ ସେ ପଚାରେ, ଭୂତ ଭବିଷ୍ୟତ 
ଆଜିଟି ସର୍ବସ୍ୱ ପରା ll
ଆଜି ମଲେ କାଲି, ଦୁଇଦିନ ଖାଲି 
ମଉଜ କରିବା, ବେଳ, 
ଯାଉ ସରିଯାଉ, ମାନ, ଇଜ୍ଜତ ଯାଉ 
ଯାଉ ପରିବାର ବଳ ll
କିଏ ସେ ହସନ୍ତୁ, ମୁହିଁକୁ ମୋଡନ୍ତୁ 
କରଥାନ୍ତୁ ଘୃଣା ନିତି, 
ଭାଙ୍ଗନ୍ତୁ ସମ୍ପର୍କ, ନାହିଁ ପରା ଦୁଃଖ 
ନିଶାଟି ମୂଢ଼ଙ୍କ ସାଥି ll
ବିଳାସର ସାଥି, ବିନାଶକୁ ଗତି 
ଦୁର୍ଦଶା ଦୂରଦିନ ବସା , 
ଆପଣା ହସ୍ତରେ, ଜିହ୍ୱାକୁ ଛେଦିଲେ 
ନାହିଁ ପ୍ରତିବାଦ ଭାଷା ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ଯମ-କାଶୀନଗର,
ଜିଲ୍ଲା -ଗଜପତି, ଓଡିଶା, 761206, 

Related posts

ସଂଗୀତକାର ମହେନ୍ଦ୍ର ଆଚାର୍ଯ୍ୟ ଓ ଗୀତିକାର ଶୀର୍ଷାନନ୍ଦ ଦାସ କାନୁନ୍‌ଗୋଙ୍କୁ ମୂର୍ଚ୍ଚନା ସମ୍ମାନ-୨୦୨୨ ଓ ଆଜୀବନ ସାଧନା ପାଇଁ ଶ୍ରୀ ମନ୍ମଥ ମିଶ୍ରଙ୍କୁ ‘ଆଜୀବନ ସାଧନା ସମ୍ମାନ-୨୦୨୨’ ପ୍ରଦାନ

Sunil Chandra Nayak

ଶ୍ରୀ ଶ୍ରୀ ରାମେଶ୍ବର ମହାଦେବଙ୍କ ୯ମ ବାର୍ଷିକ ଉତ୍ସବ ଓ ରୁଦ୍ର ମହାଯଜ୍ଞ ଅନୁଷ୍ଠିତ

Sunil Chandra Nayak

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରୁ ଆସିଲା ନିମନ୍ତ୍ରଣ, ଗୋ ପୂଜନ, ଗାୟତ୍ରୀ ଓ ଗୀତାଯଜ୍ଞରେ ଯୋଗଦେବେ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା

Sunil Chandra Nayak

Leave a Comment

error: Content is protected !!