ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ମୟୂରଭଂଜ- ୨୧/୦୯/୨୨ (ମସିହା) ରାଇରଙ୍ଗପୁର ପୂର୍ଣ୍ଣଚନ୍ଦ୍ର ଭବନ ପରିସରରେ ବୁଧବାର ଦିନ ହସ୍ତଶିଳ୍ପ ନିର୍ଦ୍ଦେଶକ ଓଡିଶା ଓ ବାଉଁଶ ଉନ୍ନୟନ ସଂସ୍ଥା ର ମିଳିତ ପ୍ରୟାସରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜିକୃତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କର୍ମଶାଳାକୁ ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ଦାଶ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର ପୌରପରିଷଦ ଅଧ୍ୟକ୍ଷ ଅଭିଷେକ ପଟ୍ଟନାୟକ , ପୌର ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ଶତପଥୀ ଉପସ୍ଥିତ ଥିବା ବେଳେ ହସ୍ତଶିଳ୍ପ ବିଭାଗ ର ଅତିରିକ୍ତ ନିର୍ଦ୍ଦେଶିକା ସୌମ୍ଯ ସୁରଭିତା ସିଂ ( ମୟୂରଭଞ୍ଜ ) ପ୍ରମୁଖ ଯୋଗଦେଇଥିଲେ । ମୟୂରଭଞ୍ଜ ଜିଲ୍ଲା ଶିଳ୍ପ ବିକାଶ ଅଧିକାରୀ ଶ୍ରୀଯୁକ୍ତ ରଘୁନାଥ ବଳ ମଞ୍ଚ ପରିଚାଳନ କରିଥିଲେ । ସଭାରେ ଉପଜିଲ୍ଲାପାଳ ବାଉଁଶ ହସ୍ତଶିଳ୍ପ କାରୀଗର ମାନଙ୍କୁ ଉତ୍ସାହିତ କରିଥିଲେ । ଆପଣମାନଙ୍କ ପ୍ରଚେଷ୍ଟା ପାଇଁ ରାଇରଙ୍ଗପୁର ର ଇଚିଣ୍ଡା ମଉଜାରେ ହସ୍ତଶିଳ୍ପ ବିଭାଗକୁ ୯୬ ଡେସିମିଲ୍ ଜମି ପ୍ରଦାନ କରାଯାଇଛି । ଖୁବ୍ ଶୀଘ୍ର ଉକ୍ତ ଜମିରେ ଏକ ଆଧୁନିକ କର୍ମଶାଳା ଖୋଲାଯିବ , ଏହି କର୍ମଶାଳାରେ ଆପଣ ମାନେ ଆଧୁନିକ ଯନ୍ତ୍ରର ଯନ୍ତ୍ରାଂଶ ବୈଷୟିକ ଜ୍ଞାନକୌଶଳ ପାଇଁ ଆର୍ଥିକ ମେରୁଦଣ୍ଡ ସଫଳ ହେବା ସହ ନିଶ୍ଚିତ କର୍ମଜୀବି ମହିଳା ଓ ପୁରୁଷ ମାନେ ସମସ୍ତେ ଆତ୍ମନିର୍ଭରଶୀଳ ହୋଇପାରିବେ ଏଥିରେ ତିଳେମାତ୍ର ସନ୍ଦେହ ର ଅବକାଶ ନାହିଁ ତେଣୁ ଆପଣଙ୍କ ପରିବାରକୁ ଭରଣପୋଷଣରେ ସହାୟକ ନିଶ୍ଚିତ ହୋଇପାରିବେ । ସରକାର ହସ୍ତଶିଳ୍ପ ପାଇଁ ଅନେକ ଯୋଜନା ଆଣିଛନ୍ତି ତାର ଲାଭବାନ ପାଇବେ । ବିଭାଗ ପକ୍ଷରୁ ରାଇରଙ୍ଗପୁର ଅଞ୍ଚଳର ବାଉଁଶ ହସ୍ତଶିଳ୍ପ ପ୍ରଶିକ୍ଷିତା ଶ୍ରୀମତୀ ସୁଧାଂଶୁ ବାଳା ପଟ୍ଟନାୟକଙ୍କୁ ମାନଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ରାଇରଙ୍ଗପୁର ହସ୍ତଶିଳ୍ପ କର୍ମଜୀବୀ ମାନଙ୍କ ପାଇଁ ଖୁସିର ଖବର ଯେହେତୁ ରାଇରଙ୍ଗପୁର ଠାରେ ହସ୍ତଶିଳ୍ପ ବିଭାଗ ଏକ ଆଧୁନିକକରଣ ହସ୍ତଶିଳ୍ପ କର୍ମଶାଳା ବିଭାଗ ଖୋଲିବାକୁ ଯାଉଛି , ଏହି କର୍ମଶାଳାରେ ବିଭିନ୍ନ ପ୍ରକାରର ବାଉଁଶ ହସ୍ତଶିଳ୍ପ ର ଆଇଟମ୍ ତିଆରି ହେବ । ବିଶେଷ ଭାବରେ ମହିଳାମାନେ ଅଧିକ ଉପକୃତ ହେବେ । ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ପଡିବ ନାହିଁ ଏହି କର୍ମଶାଳିରେ ବାଉଁଶ କାଟି ଏକ ଫର୍ମରେ ଦୀର୍ଘ ବର୍ଷ ଧରି ବାଉଁଶ କୁ ରଖିବା ପାଇଁ ବାଉଁଶ କୁ ଏଠାରେ ରସାୟନିକ ପ୍ରକ୍ରିୟା କରାଯିବା ସହିତ ଆକର୍ଷଣିୟ କରାଯିବାର ବ୍ଯବସ୍ଥା ରହିଛି । ଯେଉଁଥି ପାଇଁ କି ଅଧିକ ଚାହିଦା ହେବା ସହ ମାର୍କେଟ ରେ ଅଧିକ ବିକ୍ରି ହୋଇପାରିବ । ଯେଉଁ ବାଉଁଶକୁ ନେଇ ଘରର ଆସବାପତ୍ର ହେଉ କି ପେନ୍ ଷ୍ଟାଣ୍ଡ ହେଉ କି ବାଉଁଶ ର ଫୁଲ ଚାଙ୍ଗୁଡି ହେଉ ସବୁ ତିଆରି କରି ଏହି କର୍ମଶାଳାରେ ସରକାର ଉଚିତ୍ ମୃଲ୍ଯ ଦେଇ କାରିଗର ମାନଙ୍କ ପାଖରୁ କିଣିବାର ବ୍ଯବସ୍ଥା ରହିଛି । ଉତ୍ପାଦିତ ଜିନିଷକୁ ବିକ୍ରୟ କରିବାର ସରକାରଙ୍କ ତରଫରୁ କରାଯିବ ।ତେଣୁ ତାଲିମପ୍ରାପ୍ତ ମହିଳା ମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ । ଆଜିର କର୍ମଶାଳା ରେ ୧୦୦ ରୁ ଉର୍ଦ୍ଧ୍ବ ମହିଳାମାନେ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମକୁ ସହଯୋଗ କରିଥିଲେ ହସ୍ତଶିଳ୍ପ ସଂଯୋଜକ ଦୀପକ ବେହେରା, ଜୀବନ ରାମ୍ ମହାନ୍ତ ,ଯଯାତି ମହାନ୍ତ , ଜୟନ୍ତି ବେହେରା , ରିନାରାଣି ପ୍ରଧାନ , ସଭବାନୀ ମହାନ୍ତ , ଗୀତାରାଣୀ ମହାନ୍ତ , ପଦ୍ମଶ୍ରୀ ମହାନ୍ତ , ଛବିରାଣି ଗିରି ପ୍ରମୁଖ ଉପସ୍ଥିତ ଥିଲେ । ସଭା ଶେଷରେ ବାମନଘାଟୀ ଉପଖଣ୍ଡ ଓ ପାଞ୍ଚପୀଢ ଜିଲ୍ଲା ହସ୍ତଶିଳ୍ପ ସଂଯୋଜକ ଇଂ ଲଲାଟୁନ୍ଦୁ ସର୍ଦାର ଧନ୍ୟବାଦ ଅର୍ପଣ କରିଥିଲେ । କର୍ମଶାଳାରେ ଯୋଗଦେଇ ମହିଳା ମାନେ ଉତ୍ସାହିତ ହୋଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ନବମସ୍ବରୂପ ମାତା ସିଦ୍ଧିଦାତ୍ରୀ

Sunil Chandra Nayak

ଫରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେ ରବିବାର ଦିନ୧୨ଟା ପରେ ରୋଗୀ ସେବା ବନ୍ଦ

Sunil Chandra Nayak

ଡାବୁଗାଁରେ ଦିନକୁ ଦିନ ଚୋରି ବୃଦ୍ଧି, ପୋଲିସ ହାତ ଖାଲି

Sunil Chandra Nayak

Leave a Comment

error: Content is protected !!