ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଠାଦୋକାନିଙ୍କୁ ଥଇଥାନ ଦାବି

ଜୁନାଗଡ଼,୧୨/୫(ମ ନି ସ) ଜୁନାଗଡ଼ ନୂଆ  ବସ ଷ୍ଟାଣ୍ଡ ଉଠା ଦୋକାନୀ ସଂଘ ତରଫରୁ ଥଇଥାନ ପାଇଁ ଏନଏସି ଅଧକ୍ଷ୍ୟ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନୂଆ  ଷ୍ଟାଣ୍ଡ ଠାରେ ଉଠା ଦୋକାନୀ ମାନେ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ,ହେଲେ ବର୍ତମାନ ସେଠାରେ ଓଡିଶା ରାଜ୍ୟ ସରକାର ତରଫରୁ ଏକ ଅତ୍ୟାଧୁନିକ ବସ ଷ୍ଟାଣ୍ଡ   ଓ ବ୍ୟବସାୟିକ ବିପଣି ନିର୍ମାଣ କରାଯିବା ପ୍ରସ୍ତାବ ଅଛି ଏଥିନେଇ ଉଠାଦୋକାନିଙ୍କୁ ସେଠାରୁ ହଟି ଯିବା ପାଇଁ ନୋଟିସ ହୋଇଛି।ଫଳରେ ଉଠାଦୋକାନୀ ଫ୍ରାଭାବିତ ହେବେ ଏବଂ ସେମାନଂକ ଜୀବିକା ହରାଇବେ।ଏଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ଥାନୀୟ ନଗରପାଳ ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି।ନଗରପାଳ ମୁକେଶ ଅଗ୍ରୱାଲ ସେମାନ ଙ୍କୁ ନିଶ୍ଚିତ ଭାବେ ଥଇଥାନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି।ସେହିପରି ସଂଘ ପକ୍ଷରୁ ସ୍ଥାନୀୟ ତହସିଲଦାର ଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଛନ୍ତି।ଏଥିରେ ସଂଘର କର୍ମକର୍ତ୍ତା ସହ ଅନେକ ଉଠାଦୋକାନୀ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍

Related posts

ସାହିତ୍ୟ ଅଗଣା

Sunil Chandra Nayak

ଲଗାଣ ବର୍ଷାରେ ଭାଙ୍ଗିଲା ଘର ଦୁଇ ପରିବାର ହନ୍ତସନ୍ତ

Sunil Chandra Nayak

ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!