ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଠାଦୋକାନିଙ୍କୁ ଥଇଥାନ ଦାବି

ଜୁନାଗଡ଼,୧୨/୫(ମ ନି ସ) ଜୁନାଗଡ଼ ନୂଆ  ବସ ଷ୍ଟାଣ୍ଡ ଉଠା ଦୋକାନୀ ସଂଘ ତରଫରୁ ଥଇଥାନ ପାଇଁ ଏନଏସି ଅଧକ୍ଷ୍ୟ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନୂଆ  ଷ୍ଟାଣ୍ଡ ଠାରେ ଉଠା ଦୋକାନୀ ମାନେ କ୍ଷୁଦ୍ର ବ୍ୟବସାୟ କରି ଜୀବିକା ନିର୍ବାହ କରୁଥିଲେ,ହେଲେ ବର୍ତମାନ ସେଠାରେ ଓଡିଶା ରାଜ୍ୟ ସରକାର ତରଫରୁ ଏକ ଅତ୍ୟାଧୁନିକ ବସ ଷ୍ଟାଣ୍ଡ   ଓ ବ୍ୟବସାୟିକ ବିପଣି ନିର୍ମାଣ କରାଯିବା ପ୍ରସ୍ତାବ ଅଛି ଏଥିନେଇ ଉଠାଦୋକାନିଙ୍କୁ ସେଠାରୁ ହଟି ଯିବା ପାଇଁ ନୋଟିସ ହୋଇଛି।ଫଳରେ ଉଠାଦୋକାନୀ ଫ୍ରାଭାବିତ ହେବେ ଏବଂ ସେମାନଂକ ଜୀବିକା ହରାଇବେ।ଏଣୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସ୍ଥାନୀୟ ନଗରପାଳ ଙ୍କୁ ଏକ ଦାବି ପତ୍ର ଦେଇଛନ୍ତି।ନଗରପାଳ ମୁକେଶ ଅଗ୍ରୱାଲ ସେମାନ ଙ୍କୁ ନିଶ୍ଚିତ ଭାବେ ଥଇଥାନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଛନ୍ତି।ସେହିପରି ସଂଘ ପକ୍ଷରୁ ସ୍ଥାନୀୟ ତହସିଲଦାର ଙ୍କୁ ମଧ୍ୟ ଏକ ଦାବିପତ୍ର ଦେଇଛନ୍ତି।ଏଥିରେ ସଂଘର କର୍ମକର୍ତ୍ତା ସହ ଅନେକ ଉଠାଦୋକାନୀ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍

Related posts

ବିଧାୟକଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହାତ ଠାରି ଡାକେ ମୋ ଗାଁ ମାଟି

Sunil Chandra Nayak

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!