ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏକ ଦଶନ୍ଧି ରୁ ଉର୍ଦ୍ଧ ହେବ ହୋମିଓ ପାଥି ଡାକ୍ତର ଖାନା ଅବହେଳିତ !

କଲମପୁର ୧୮/୧୧(ମସିହା) କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସୁଦୃଢ ରହିଥିବାବେଳେ ପ୍ରଶାସନିକ ଅବହେଳା ଯୋଗୁଁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାରେ ରାଜ୍ୟ ସରକାର ବିଫଳ। ରିପୋର୍ଟ ରୁ ଜଣାଯାଏ ଯେ ସରକାରୀ ହୋମିଓ ପାଥି ଡାକ୍ତର ଖାନା ବଡ କ୍ରୁଟ୍ରୁ ରେ ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ ହେବ ଡାକ୍ତର ନିଯୁକ୍ତି ନହେବା ଫଳରେ ଭୂତ କୋଟି ରେ ରୂପାନ୍ତରିତ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅଶି ଦଶକ ରେ ନିର୍ମିତ ଏହି ଡାକ୍ତର ଖାନା ର ବିଲଡିଂଗ ଗୃହ ଜୀର୍ଣ୍ଣ ଅବସ୍ଥା ରେ ପଡ଼ିରହିଛି। କେଉଁ ମୁହୂର୍ତ୍ତ ରେ ଯେ ଭୁଶୁଡ଼ି ନଯିବ କହି ହେବ ନାହିଁ । ଏହି ଡାକ୍ତର ଖାନା ରେ ଅତୀତରେ ଅନେକ ସ୍ୱାନାମ ଧନ୍ୟ ଡାକ୍ତର ସେବା ଦେଇ ହୋମିଓ ଔଷଧ ପ୍ରତିଜନସାଧାରଣ ଙ୍କୁ ଆକର୍ଷିତ କରିବାରେ ଅଦ୍ଭୁତ ପୂର୍ବ ସଫଳତା ହାସଲ କରିଥିଲେ। ସେମାନଙ୍କ ବଦଳି ପରେ ସରକାର ଡାକ୍ତର ନିଯୁକ୍ତି ଦେବାରେ ବିଫଳ ହୋଇଛନ୍ତି । ଏ ଅଞ୍ଚଳର ରୁ ଜନସାଧାରଣ ଅନେକ ଥର ବିଧାୟକ ସାଂସଦ ଙ୍କୁ ଲିଖିତ ଭାବେ ଆବେଦନ କଲେ ମଧ୍ୟ କୁମ୍ଭ କର୍ଣ୍ଣ ନିଦ୍ରା ଭାଙ୍ଗି ପାରୁ ନାହିଁ । ବର୍ତ୍ତମାନ ଜଣେସ୍ଵନାମଧନ୍ୟ ଡାକ୍ତର ଯତୀନ୍ଦ୍ର ପାଢ଼ୀ ସପ୍ତାହରେ କେବଳ ଦିନଟିଏ ପାଇଁ ନିଯୁକ୍ତି ପାଇଛନ୍ତି। ବୁଧବାର ଦିନ ସକାଳୁ ଭୀଷଣ ଭିଡ଼ ପରିଲକ୍ଷିତ ହେଉଛି ଯଦି ବର୍ତ୍ତମାନ କାର୍ଯ୍ୟରତ ଡାକ୍ତର ଙ୍କୁ ଅନ୍ୟ ଦିୟିତ୍ୱରୁ ମୁକ୍ତକରି ଏଥିରେ ସ୍ଥାୟୀ ନିଯୁକ୍ତି ଦିଆଗଲେ ଜନସାଧାରଣ ଉପକୃତ ହୁଅନ୍ତେ।

କଲମପୁର ରୁ ଗଣେଷ ଚନ୍ଦ୍ର ପଣ୍ଡା ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

Sunil Chandra Nayak

ସବୁ ବିଧାୟକ ଙ୍କ ଠାରୁ ନିଆରା ଡାବୁଗାଁ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ

Sunil Chandra Nayak

ପଲlସ ସରପଞ୍ଚ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

Leave a Comment

error: Content is protected !!