ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯାଦବ ମହାସଭା ପକ୍ଷରୁ ଯାଦବ ସୌର୍ଯ୍ୟ ଦିବସ ପାଳନ

ଉତ୍କେଲା, ୧୮|୧୧, ମ ନି ସ: କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆଜି କେସିଙ୍ଗା କଲ୍ୟାଣ ମଣ୍ଡପ ଠାରେ ‘ଯାଦବ ସୌର୍ଯ୍ୟ ଦିବସ’ ପାଳିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ତଥା କେସିଙ୍ଗା ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ରେଜାଙ୍ଗାଲା ପୋଷ୍ଟରେ ସହିଦ୍ ହୋଇଥିବା ୧୧୪ ଯାଦବ ସୈନିକଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବାନଛୋର ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ ଧଙ୍ଗଡାମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଯାଦବ ମହାସଭା ପକ୍ଷରୁ ଅହିର ରେଜିମେଣ୍ଟ ଗଠନ ଦାବି ହୋଇଥିଲା। ଏହାସହ ଜାତି ଜନଗଣନା ଉପରେ ଆଲୋଚନା ହୋଇଥିଲା।ଏଠାରେ ସୂଚନାଯୋଗ୍ୟ ଯେ, ୧୯୬୨ ମସିହା ନଭେମ୍ବର ୧୮ ରାତ୍ରରେ ଚୀନ୍ ର ୩ହଜାରରୁ ଅଧିକ ସୈନିକଙ୍କ ସହ ଲେହ ଲଦାଖର ରେଜାଙ୍ଗଲା ପୋଷ୍ଟରେ ଥିବା ଭାରତର ୧୩ କୁମାୟୁଁ ରେଜିମେଣ୍ଟ୍ ଚାର୍ଲି କମ୍ପାନୀର ୧୨୦ ଯାଦବ ସୈନିକ ମଧ୍ୟରେ ହୋଇଥିବା ବିଶ୍ଵ ପ୍ରସିଦ୍ଧ ସମ୍ମୁଖ ଯୁଦ୍ଧ ହୋଇଥିଲା। ଏଥିରେ ଭାରତର ଯାଦବ ବୀର ଅହିର୍ ମାନେ ଚୀନ୍ ସେନାର ୧୪୦୦ ରୁ ଅଧିକ ସୈନିକଙ୍କୁ ହତ୍ୟା କରିଥିଲେ। ଯାହା ଫଳରେ ଚୀନ୍ ସେନା ତାଙ୍କ ପୋଷ୍ଟରୁ ପଛକୁ ଫେରିବାକୁ ବାଧ୍ୟ ହୋଇଥିଲେ। ଏହି ସମରରେ ଭାରତର ୧୧୪ ଯାଦବ ଅହିର ସୈନିକ ସହୀଦ ହୋଇଥିଲେ। ଏହି ୧୨୦ ବୀର ସାହସୀ ଯାଦବ ସୈନିକଙ୍କ ବିରତ୍ୱକୁ ଜନସାଧାରଣଙ୍କ ନିକଟକୁ ନେବା ସହ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇ ଅଖିଳ ଭାରତ ବର୍ଷିୟ ଯାଦବ ମହାସଭା ପକ୍ଷରୁ ଦେଶସାରା ୧୮ ନଭେମ୍ବରରେ ଏହି ଦିବସ ପାଳନ କରାଯାଇଥାଏ।ସେହି କ୍ରମରେ କେସିଙ୍ଗା ଠାରେ ପାଳିତ ହୋଇଥିବା ଯାଦବ ସୌର୍ଯ୍ୟ ଦିବସରେ ଅନ୍ୟମାନଙ୍କ ମଧ୍ୟରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ମିଡିଆ ସେଲ୍ ଅଧ୍ୟକ୍ଷ ସୁନୀଲ କୁମାର ଧଙ୍ଗଡାମାଝୀ, କେସିଙ୍ଗା ବ୍ଲକ ଯାଦବ ସମିତି ସଭାପତି ପାନ୍ନାଲାଲ ବେମାଲ, କଲମପୁର ବ୍ଲକ ଯାଦବ ସମିତି ସଭାପତି କୃଷ୍ଣସିଂ ଲହଜଲ, ନର୍ଲା ବ୍ଲକ ଯାଦବ ସମିତି ସଭାପତି ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।ନର୍ଲା ବ୍ଲକ ଯାଦବ ସମିତି ସଭାପତି ଯୁଧିଷ୍ଠିର ଗଉଡ, ଭବାନୀପାଟଣା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ ଗହୀର, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ପୂର୍ବତନ କାଣ୍ଡେଲ ସରପଞ୍ଚ ପଙ୍କଜ ଗଉଡ, ଜୁନାଗଡର ବରିଷ୍ଠ ଯାଦବ ଗୈାରହରି ବାଗ, କେସିଙ୍ଗା ଏନଏସି ସଭାପତି ଶୁକ୍ରୁ କଟା, କେସିଙ୍ଗା ଏନଏସି କାର୍ଯ୍ୟକାରୀ ସଭାପତି ବସନ୍ତ ନାଏକ, କେସିଙ୍ଗା ଏନଏସି କାଉନସିଲର ଶମ୍ଭୁ ବଗର୍ତ୍ତି ଓ ପ୍ରକାଶ ବନଛୋର, କେସିଙ୍ଗା ବ୍ଲକ ଯାଦବ ସମିତି ସାଧାରଣ ସମ୍ପାଦକ ଘନଶ୍ୟାମ ଗହୀର, କଲକିରାମ ବାଗ, ଡୋଲାମଣି ପୋଡ଼, ତ୍ରିପୁର ନାଏକ, ପ୍ରଶାନ୍ତ ପୋଡ଼, ଅର୍ଜୁନ ପୋଢ, ପୂର୍ଣ୍ଣଚନ୍ଦ୍ର ପୋଢ, ମାର୍କଣ୍ଡ ଜାଲ, ମିଥୁନ ବଗର୍ତ୍ତି, ମହିପାଲ ପୋଢ, ଶିଶୁପାଳ ବନଛୋରଙ୍କ ସମେତ ଅନେକ ଯାଦବ ନେତୃତ୍ବ ଉପସ୍ଥିତ ଥିଲେ। ଶେଷରେ କେସିଙ୍ଗା ବ୍ଲକ ଯୁବ ଯାଦବ ସମିତି ସଭାପତି ଅଶୋକ ପୋଢ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

Related posts

ଜୟ କୁମାର ମିଶ୍ର ଙ୍କ କବିତା “କଳି ଯୁଗ କଂସ, କରେ ସର୍ଵନାଶ”

Sunil Chandra Nayak

ଶୁଭଶ୍ରୀ ପ୍ରଧାନ ଙ୍କ ଜଣାଣ – ଉପହାର

Sunil Chandra Nayak

ରାଉରକେଲା – ଗୋପବନ୍ଧୁପାଲୀ ରେ କପଡା ବଣ୍ଟନ କାର୍ଯ୍ୟକ୍ରମ

Leave a Comment

error: Content is protected !!