ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁର୍ଘଟଣା ରୋକିବାକୁ ଜିଲ୍ଲା ଆପାତ କାଳୀନ ବୈଠକ ଅନୁଷ୍ଠିତ

ଭବାନୀପାଟଣା ତା: ୦୮.୧୨.୨୦୨୨ – ଗତ ତା: ୦୭.୧୨.୨୦୨୨ ରିଖ ଦିନ ସ୍ଥାନୀୟ ଓସୱାନ ସେଣ୍ଟର୍ ଠାରେ ସନ୍ଧ୍ୟା ୫.୦୦ ଘଣ୍ଟା ସମୟରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାନୁ୍ଷ୍ଠ।ନ ମାନଙ୍କରେ ଯେପରି ରାସାୟନିକ ଦୁର୍ଘଟଣା ନ ଘଟେ, ସେଥି ପ୍ରତି ବିଶେଷ ଯତ୍ନବାନ୍ ଏବଂ ଜୀବନହାନୀ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଗୁରୁତ୍ୱାରୋପ କରିବା ସହ ଆପାତକାଳୀନ ଟିମର ଅଧିକାରୀ ଦାୟିତ୍ବବାନ ହେଲେ ଦୁର୍ଘଟଣାକୁ ରୋକାଯାଇ ପାରିବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ବୈଠକରେ ରାସାୟନିକ ପଦାର୍ଥ ବହନ କାରୀ ଭାରୀଯାନ ଗୁଡ଼ିକ ଚଳାଚଳ କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ତଥା ପ୍ରଶାସନିକ ଅଧିକାରୀଙ୍କ ସହ ଶିଳ୍ପାନୁଷ୍ଠ।ନ କର୍ମକର୍ତ୍ତା ସମନ୍ଵୟ ରକ୍ଷାକରି ଏ ଦିଗରେ ଯତ୍ନବାନ୍ ହେବାକୁ ମତପ୍ରକାଶ ପାଇଥିଲା । ଦୈବାତ କୌଣସି ଅଘଟଣ ଘଟିଲେ ତୁରନ୍ତ ପ୍ରତିକାର ବ୍ୟବସ୍ଥା କରିବାକୁ ମିଳିତଭାବେ କାର୍ଯ୍ୟାନୁଷ୍ଠ।ନ ନେବାକୁ ସହମତି ପ୍ରକାଶ ପାଇଲା । ଜିଲ୍ଳାପାଳ ସମସ୍ତ ଶିଳ୍ପାନୁଷ୍ଠାନର ଆପାତ କାଳୀନ କର୍ମଚାରୀମାନଙ୍କୁ ସମୂହସ୍ୱ।ର୍ଥ ଦୃଷ୍ଟିରୁ ସବୁ ବେଳେ ସତର୍କ ରହିବା ସହ ନିୟମିତ ବ୍ୟବଧାନରେ ମକ୍ ଡ୍ରିଲ୍ ଅଭ୍ୟାସ ଏବଂ ସଚେତନତା କର୍ମଶାଳା ଆୟୋଜନ କରିବାକୁ କହିଥିଲେ । ନିକଟ ଅତୀତରେ ପାଷ୍ଟିକୁଡ଼ି ନିକଟରେ ଗ୍ୟାସ୍ ଟ୍ୟାଙ୍କର ଦର୍ଘଟଣା ଗସ୍ତ ହୋଇ ଗ୍ୟାସ୍ ଲିକ୍ ହୋଇଥିଲା ଏବଂ ପ୍ରଶାସନ ସହ ବଲାଙ୍ଗୀରରୁ ଭାରତ ଗ୍ୟାସ୍ କମ୍ପାନୀ, ବେଦାନ୍ତରୁ ଅଗ୍ନିଶମ ଦଳ ସହଯୋଗରେ ତୁରନ୍ତ ସମସ୍ୟାର ସମାଧାନ ହୋଇଯାଇଥିଲା । ବୈଠକ ରେ ସି.ଡି.ଏମ୍.ଓ ଡ଼ଃ ରଞ୍ଜନ ମିତ୍ର, ଡି.ଏସ.ପି ବି.ସେଠୀ, ଅତିରିକ୍ତ ନିର୍ଦ୍ଦେଶକ କାରଖାନା ତଥା ବାସ୍ପିତ ନିର୍ଦ୍ଦେଶାଳୟ ଚନ୍ଦ୍ରଶେଖର ବେହେରା, ଜିଲ୍ଲା ଅଗ୍ନିଶମ ଅଧିକାରୀ ବିଶ୍ଵନାଥ ମୁଣ୍ଡା, ଆଞ୍ଚଳିକ ଅଧିକାରୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାୟଗଡ଼ା ହେମନ୍ତ ନାଥ ନାୟକ, ଡି.ଆଇ.ପି.ଆର୍.ଓ ମନୋଜ କୁମାର ବେହେରା, ସି.ଡ଼ି.ଏ.ଓ ପ୍ରଦୀପ କୁମାର ସାହୁ, ଓମଫେଡ ଅଧିକାରୀ ବିଷ୍ଣଚରଣ ପ୍ରଧାନ, ଗାୟତ୍ରୀ ଏଗ୍ରୋ ର ଅମିତ୍ ଅଗ୍ରୱାଲ, ମୁଖିଗୁଡ଼ା ସ୍ଥିତ ଅପର୍ ଇନ୍ଦ୍ର।ବତି ପାୱର୍ ଷ୍ଟେସନ୍ ର ପ୍ରମୋଦ ବେହେରା, କେ.ଜି.ଏନ୍ ଗ୍ୟାସ୍, ଜୁନାଗଡ ର ମହମ୍ମଦ ଜାଫର, ଡେପୁଟି ଫାୟର ଅଫିସର୍ ଶରତ ଚନ୍ଦ୍ର ମଲ୍ଲିକ ଏବଂ ଡି.ପି.ଏଚ୍.ଓ ଡ଼ଃ ରାକେଶ ସାହୁ ଉପସ୍ଥିତ ଥିଲେ ।ଶେଷରେ ଜିଲ୍ଲା ଜରୁରୀ ଅଧିକାରୀ ପ୍ରମୋଦ ଖିଲୋ ଧନ୍ୟବାଦ୍ ଦେଇଥିଲେ ।

ମସିହା ନିଉଜ ସର୍ଭିସ୍ 

Related posts

ପ୍ରଗତି ର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

Sunil Chandra Nayak

ଆରଆଇଟିରେ ମାନବ ଅଧିକାର ଦିବସ ପାଳନ

Sunil Chandra Nayak

ପରଜଙ୍ଗ ବ୍ଲକ୍ ରେ ଜନ ଶୁଣାଣି ଅଭିଯୋଗ ଶିବିର

Leave a Comment

error: Content is protected !!