ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୁନାପାରୀ ଗ୍ରାମରେ ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

ଥୁଆମୂଳ ରାମପୁର:୦୮/୧୨ – (ମ.ନି.ସ):- ଘରୋଇ କଳହକୁ ନେଇ ମହିଳା ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଏକ ଅଭାବନୀୟ ଘଟଣା ଘଟିଯାଇଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ଗ୍ରାମପଞ୍ଚାୟତ ଅଧିନରେ ଥିବା ତୁନାପାରୀ ଗ୍ରାମରେ ଗତ ତା ୦୫/୧୨/୨୦୨୨ ସୋମବାର ଦିନ ସକାଳୁ ସୁନ୍ଦରୀ ମାଝୀ ନିଖୋଜ ଥିବା ନେଇ ତୁନାପାରୀ ଗ୍ରାମର ଲୋକ ସୁନ୍ଦରୀ ମାଝୀଙ୍କ ପରିବାରର ଲୋକଙ୍କୁ ଜଣାଇବା ପରେ ଖବର ପାଇ ସୁନ୍ଦରୀ ମାଝୀଙ୍କ ପରିବାର ସହ ତୁନାପାରି ଗ୍ରାମର ଲୋକ ଖୋଜା ଖୋଜି କରିଥିଲେ ଏହି ସମୟରେ ରେଗାମସ୍କା ପାହାଡ଼ର ଏକ କଦମ୍ବ ଗଛରେ ସୁନ୍ଦରୀ ମାଝିଙ୍କ ଝୁଲନ୍ତା ଶବ ପାଇଥିଲେ। ସୁନ୍ଦରୀ ମାଝୀଙ୍କ ମୃତ୍ୟୁ ବରଣ କରିଥିବା ଦେଖି ସାଙ୍ଗେ ସାଙ୍ଗେ ତାଙ୍କ ପରିବାର ଲୋକ ଗତ ତା ୦୬/୧୨/୨୦୨୨ ତାରିଖ ମଙ୍ଗଳ ବାର ସନ୍ଧ୍ୟାରେ ଲିଖିତ ଆକାରରେ ସୁନ୍ଦରୀ ମାଝୀ ଙ୍କ ସ୍ୱାମୀ ସୁନାସିଂ ମାଝୀଙ୍କ ନାମ ରେ ହତ୍ୟା ସନ୍ଦେହ କରି ଥୁଆମୂଳ ରାମପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଗୋବିନ୍ଦ ମାଝୀ ଙ୍କୁ ଜଣାଇଥିଲେ l ଏହି ମାମଲାକୁ ଗୁରୁତ୍ୱ ସହ ଥୁଆମୂଳ ରାମପୁର ପୋଲିସ ସାଇଣ୍ଟିଫିକ ଟିମକୁ ଫୋନରେ ଯୋଗାଯୋଗ କରି ଜଣାଇଥିଲେ l ପରେ ଗତ ୦୭/୧୨/୨୦୨୨ ତାରିଖ ଦିନ କଳାହାଣ୍ଡି ଜିଲ୍ଲାରୁ ଭବାନୀପାଟଣା ୩ ଜଣିଆ ସାଇଣ୍ଟିଫିକ ଟିମ, ଗୁଣୁପୁର ଫାଣ୍ଡି ପୋଲିସ, ଥୁଆମୂଳ ରାମପୁର ପୋଲିସ ମିଳିତ ଭାବରେ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲେ l ଶବକୁ ବ୍ୟବଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇଥିଲେ। ବ୍ୟବଛେଦ ପରେ ଡାକ୍ତର ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟପଟେ ଥୁଆମୂଳ ରାମପୁର ଥାନା ପୋଲିସକୁ ଗଣମାଧ୍ୟମ ପଚାରିବାରୁ ପୋଲିସ କହିଥିଲେ ଯେ ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି ଏବେ କିଛି କହିହେବ ନାହିଁ। ଯାହା ଡାକ୍ତର ରିପୋର୍ଟ ଦେଲl ପରେ ହିଁ ଆମେ ରିପୋର୍ଟ ଜଣାଇବୁ ବୋଲି ପୋଲିସ ପକ୍ଷରୁ ପ୍ରକାଶ କରିଛନ୍ତି। ପୋଖରା ଗ୍ରାମର ସୁନ୍ଦରୀ ମାଝୀ ସମାଜର ରୀତିନୀତି ଅନୁସାରେ ବିବାହ କରିଥିଲେ। ତାଙ୍କର ଦୁଇଟି ଛୁଆ ଅଛନ୍ତି ଜଣେ ପୁଅ ୧୨ ବର୍ଷ, ଓ ଝିଅ ୭ ବର୍ଷର ଥିବା ଜଣାପଡିଛି l ପରିବାର ଲୋକ ଓ ସ୍ୱାମୀ ସ୍ତ୍ରୀ ମଧ୍ୟରେ ତିନି ବର୍ଷ ପୂର୍ବରୁ କଳହ ଲାଗି ରହୁଥିବା ସହିତ ମାରପିଟ କରୁଥିଲେ ସେହିଥି ପାଇଁ ସୁନ୍ଦରୀ ମାଝୀକୁ ସ୍ବାମୀ ସୁନାସିଂ ମାଝୀ ହତ୍ୟା କରିଥାଇପାରେ ବୋଲି ସନ୍ଦେହରେ ହତ୍ୟା ଅଭିଯୋଗ କରିଛନ୍ତି। ସଠିକ ତଦନ୍ତ କରିବା ସହିତ ଦୋଷୀକୁ ଉଚିତ ଦଣ୍ତ ବିଧାନ କରାଯାଉ ବୋଲି ଗ୍ରାମ ବାସୀ ପ୍ରକାଶ କରିଥିଲେ। ଝିଅକୁ ହରେଇଥିବା ପରିବାର ଙ୍କୁ କେବେ ନ୍ୟାୟ ମିଳିବ ତାହା ଏବେ ଦେଖିବାର ବାକିରହିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ନେହୁରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଳା ସ୍ତରୀୟ ଯୁବ ମହୋତ୍ସବ ପାଳିତ 

Sunil Chandra Nayak

ବିଜୁଳି ଗ୍ରାହକଙ୍କୁ ଜୋରିମାନା ଓ ମାଡ ସାଙ୍ଗକୁ ଅଘୋଷିତ ବିଜୁଳି କାଟ, ଉପଭୋକ୍ତା ହେଲେ ହନ୍ତ ସନ୍ତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଏଇତ ଜୀବନ

Sunil Chandra Nayak

Leave a Comment

error: Content is protected !!