ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ପୂଜା ଅର୍ଚ୍ଚନା

ଢ଼େଙ୍କାନାଳ -:   ଅଦ୍ୟ ତା 15.05.2022 ରିଖ ରବିବାର (ସଂକ୍ରାନ୍ତି )ଦିନ ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ସଂକ୍ରାନ୍ତି ପୂଜା ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ ଏବଂ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି |ସକାଳ 10.30 ମିନିଟ ରେ ସଦସ୍ୟ ସଦସ୍ୟା ମାନେ ପ୍ରଥମେ ଢେଙ୍କାନାଳ ର ଆଦ୍ୟଦେବୀ ମା ଜେନା ଦେଵୀ ଙ୍କ ପୀଠ ରେ ପୂଜା କରିଥିଲେ |ତାପରେ ସମସ୍ତେ ଏକତ୍ରିତ ହୋଇ ପାଣି ଓହଳା ପାହାଡ଼ ପାଦ ଦେଶ ରେ ଥିବା ଢେଙ୍କା ପୀଢ଼ ଦର୍ଶନ କରିବା ସହ ସେଠାରେ ଢେଙ୍କା ଙ୍କ ଉଦ୍ଦେଶ୍ୟ ରେ ସଂକ୍ରାନ୍ତି ପୂଜା କରିଥିଲେ |ପୂଜା ସାରି ସ୍ଥାନୀୟ ବିଜ୍ଞାନକେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଥୁରି କୁମାର ରାଉତ ଙ୍କ ଆମନ୍ତ୍ରଣ ରେ ବିଜ୍ଞାନ କେନ୍ଦ୍ର ର ସଭା ଗୃହ ରେ ଫୋରମ ର କାର୍ଯ୍ୟକାରିଣୀ ବୈଠକ କରିଥିଲେ |ସଭାପତି ଙ୍କ ସଭାପତିତ୍ୱ ରେ ଉକ୍ତ ବୈଠକ ରେ ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ ଙ୍କ ସମେତ ବରିଷ୍ଠ ସଦସ୍ୟ ଦେବୀ ପ୍ରସନ୍ନ ପାଣି, ସୁଶୀଲ କୁମାର ନନ୍ଦ, ବିବେକାନନ୍ଦ ଷଡ଼ଙ୍ଗୀ,ବିନୋଦ ବିହାରୀ ମଲ୍ଲିକ, ଙ୍କ ସହ ସଦସ୍ୟ ବିଶ୍ୱଜିତ ବରାଳ, ଭୋଜ ରାଜ ସାହୁ,ଅବିନାଶ ପଟ୍ଟନାୟକ, ଏବଂ ଉପଦେଷ୍ଟା ଶ୍ରୀଯୁକ୍ତ ଟଙ୍କଧର ବେହେରା ଯୋଗ ଦେଇଥିଲେ |ଫୋରମ ର ମହିଳା ଶାଖା ର ସଦସ୍ୟା ଶ୍ରୀମତୀ ସୁନିତା ପଟ୍ଟନାୟକ, ବିଳାସିନୀ ଶତପଥୀ, ସସ୍ମିତା ରାଉତ, ଅନୁସୟା ପାଣି ଏବଂ ସୁଭଦ୍ରିକା ପ୍ରଧାନ ଙ୍କ ସମେତ ଅତିଥି ସଦସ୍ୟ ଭାବେ ମଦନ ମୋହନ ଦାସ, ସାମ୍ବାଦିକ ରଞ୍ଜନ କୁମାର ସାହୁ,ସାମ୍ୱାଦିକ ତାପସ କୁମାର ମହାନ୍ତି, ବିଶ୍ୱଜିତ ସାମନ୍ତରାୟ ଏବଂ ହରିହର ବେହରା ପ୍ରମୁଖ ଯୋଗ ଦେଇ ଢେଙ୍କାପୀଢ଼ ଦର୍ଶନ କରିବା ସହ ଫୋରମ ର ଏକ ଲଘୁ ବୌଦ୍ଧିକ ଆଲୋଚନା “ଗୌରୋବୋଜ୍ଜଳ ଢେଙ୍କାନାଳ “ରେ ଭାଗ ନେଇ ଢେଙ୍କାନାଳ ରେ ତୁରନ୍ତ ଢେଙ୍କା ଶବର ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା କୁ ଆହ୍ୱାନ ଜଣେଇଥିଲେ |

ଉକ୍ତ କାର୍ଯ୍ୟକ୍ରମ ରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ମଥୁରି କୁମାର ରାଉତ କିଛି ସମୟ ପାଇଁ ଉପସ୍ଥିତ ରହି ନିଜର ମତ ରଖିଥିଲେ ଏବଂ ଢେଙ୍କା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ସବୁ ପ୍ରକାର ସହଯୋଗ କରିବାକୁ ପ୍ରତିଶୃତି ଦେଇଥିଲେ|ଏହାପରେ ଫୋରମ ର ସଦସ୍ୟ ସଦସ୍ୟା ମାନେ କବି ବ୍ରଜନାଥ ଏବଂ ସାରଙ୍ଗ ଧର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ |ପରିଶେଷରେ ସମସ୍ତ ସଦସ୍ୟ ସଦସ୍ୟା ମାନେ ସ୍ଥାନୀୟ ଦଧି ବାମନ ମଠ ରେ ମିଳିତ ପ୍ରସାଦ ସେବନ କରିଥିଲେ

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ନୁନପୂର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ପୁଣିଥରେ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

ବାଲେଶ୍ବର – ଆଦର୍ଶ ବିଦ୍ଯାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!