ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆ ଥାନା ନିର୍ମାଣ ସହ ପୁଲିସ ଫୋର୍ସର ଆଧୁନିକୀକରଣ ପାଇଁ ଓଡ଼ିଶାକୁ ୧୪ କୋଟି ଟଙ୍କା ଦେଲା କେନ୍ଦ୍ର

 ପୋଲିସ ଫୋର୍ସର ଆଧୁନିକୀକରଣ, ପୁଲିସ୍ ଷ୍ଟେସନ୍ ନିର୍ମାଣ ଏବଂ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ୧୨୬.୭ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅଧିକାରୀମାନେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁରକ୍ଷା ସମ୍ବନ୍ଧୀୟ ଖର୍ଚ୍ଚ (SRE) ଯୋଜନା ଅଧୀନରେ ଛତିଶଗଡକୁ ୨୨.୫୯ କୋଟି ଟଙ୍କା, ଝାଡଖଣ୍ଡକୁ ୨.୬୩ କୋଟି ଟଙ୍କା ଏବଂ ଓଡିଶାକୁ ୧୪.୭୬ କୋଟି ଟଙ୍କା ସହାୟତା ପ୍ରଦାନ କରାଯାଇଛି। ସେହିପରି ଗୃହ ମନ୍ତ୍ରାଳୟ ଦ୍ୱାରା ମହାରାଷ୍ଟ୍ରକୁ ବିଶେଷ କେନ୍ଦ୍ରୀୟ ସହାୟତା ଯୋଜନା ଅଧୀନରେ ୭.୫ କୋଟି ଟଙ୍କା ଦିଆଯାଇଛି |

ସେହିପରି ଏହି ଯୋଜନା ଅଧୀନରେ ଝାଡ଼ଖଣ୍ଡକୁ ୮.୩୯ କୋଟି ଟଙ୍କା ଏବଂ ତେଲେଙ୍ଗାନାକୁ ୧.୬୧ କୋଟି ଟଙ୍କା ପୁଲିସ ଷ୍ଟେସନ ନିର୍ମାଣ ସମେତ ସ୍ୱତନ୍ତ୍ର ଭିତ୍ତିଭୂମି ଯୋଜନା (ଏସଆଇଏସ) ପାଇଁ ଦିଆଯାଇଛି। ସେହିପରି ପୁଲିସ ବାହିନୀର ଆଧୁନିକୀକରଣ ପାଇଁ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଅଧୀନରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ୬୯.୨୧୫ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ମାଓବାଦ ସମସ୍ୟା ଦ୍ୱାରା ଗୁରୁତର ପ୍ରଭାବିତ ରାଜ୍ୟମାନଙ୍କୁ ଏସଆରଇ ଅଧୀନରେ ସହାୟତା ପ୍ରଦାନ କରାଯାଇଛି | ଏହା ଅଧୀନରେ କେନ୍ଦ୍ରୀୟ ରିଜର୍ଭ ବାଟାଲିୟନ ଗଠନ, କେନ୍ଦ୍ରୀୟ ପୁଲିସ ବାହିନୀ ସହ ନୂତନ ପୁଲିସ ଷ୍ଟେସନ ନିର୍ମାଣ ପାଇଁ ଅର୍ଥ ଦିଆଯାଇଛି |

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଶ୍ରୀରାମକୃଷ୍ଣ ଆଶ୍ରମ ରେ ବରିଷ୍ଠ ନାଗରିକଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର

Sunil Chandra Nayak

ନନ୍ଦିନୀ ରାଉତ ଙ୍କ କବିତା ଦୁଃଖ ଘୁଞ୍ଚିଯିବ ମୋର

Sunil Chandra Nayak

ଅବିନାଶ ମହାପାତ୍ର ଙ୍କ କବିତା କୁହ ତମେ କୃଷ୍ଣ କାହାର 

Sunil Chandra Nayak

Leave a Comment

error: Content is protected !!