ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ବିଶ୍ଵ ହସ ଦିବସ

ବିଶ୍ଵ ହସ ଦିବସ

 

ହସିବା ଟିକିଏ ଆସ

କାହିଁକି ରୁହ ବିରସ

ଆଜି ପରା ଅଟେ ପ୍ରଥମ ସଣ୍ଡେ

ପୃଥିବୀରେ ମଇ ମାସ।।

 

ହସି ଦିଅ ଖିଲି ଖିଲି

ଦୁଃଖ ଯାତନା କୁ ଭୁଲି

ହୃଦୟ ଖୋଲା ହସିଦେଲେ ଥରେ

ସବୁ ରୋଗ ଯିବ ଚାଲି।।

 

ଟିକିଏ ହସିବା ପାଇଁ

ଆମେ ସଦା ହାଇଁପାଇଁ

ସିନେମା ହଲରେ ଅପେରା ଦେଖାରେ

ସମୟ ଦେଉ ବିତାଇ।।

 

ହସ ପାଇଁ ଏକ ଦିନ

ଲକ୍ଷ ରଖି ବିଶ୍ଵ ଜନ

ବରଷ କୁ ଥରେ ହସିବା ନିମନ୍ତେ

ବାଛି ଛନ୍ତି ଛୁଟି ଦିନ।।

 

ଇକିଲି ମିକିଲି ଟିଆଁ

ହୁଅ ନାହିଁ ଅମାନିଆ

ହସି ହସାଇବା ସାରା ଜଗତକୁ

ମଉନ ରହୁଛ କିଆଁ।।

 

ହା ହା ହା………….।

କବି ରାମଚନ୍ଦ୍ର ମହାନ୍ତି

Related posts

କବିତା – ଜନନୀ ଜନ୍ମ ଭୂମି

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ପୌରାଣିକ

Sunil Chandra Nayak

ନୂତନ ଅଂଚଳ କମିଟୀ ଓ ଗ୍ରାମ କମିଟୀ କର୍ମକର୍ତା ଚୟନ

Leave a Comment

error: Content is protected !!