ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଣାର୍କ ସ୍ପିନିଂ ମିଲ୍ ରେ ଶ୍ରମିକ ଦିବସ ପାଳିତ

କେସିଙ୍ଗା – ଆଜି ସ୍ଥାନୀୟ କୋଣାର୍କ ସ୍ପିନିଂ ମିଲ୍ ପରିସରରେ ସ୍ପିନିଂ ଓ ଜିନିଂ ମିଲ୍ କର୍ମଚାରୀ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂଘର ସଭାପତି ‌ଲିଙ୍ଗରାଜ ଆଜାଦ, ଉପସଭାପତି ସୁରେଶ ରାଓଙ୍କ ସମେତ ଜନାଥନ ନାଏକ, ସଂଯୁକ୍ତା ନାଏକ, ଅମରେଶ ସେଠୀ, ଓ ପବିତ୍ର ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ସଂଘର ସଭାପତି ଶ୍ରୀ ଆଜାଦ ସମାଜର ଉନ୍ନତିରେ ନିର୍ମାଣ ଶ୍ରମିକମାନଙ୍କ ଭୂମିକା, ନିର୍ମାଣ ଶ୍ରମିକମାନଙ୍କ ଉଦ୍ଦେଶ୍ୟରେ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଉନ୍ନୟନ ଯୋଜନା କିପରି ସେମାନଙ୍କ ନିକଟରେ ପହଞ୍ଚିପାରିବ, ଶ୍ରମିକମାନେ ତାଙ୍କର ହକ୍ କିପରି ଠିକ୍ ଭାବରେ ପାଇପାରିବେ ଏବଂ ଶ୍ରମିକମାନଙ୍କ ପ୍ରତି ସରକାର କରୁଥିବା ଅବହେଳା ବିରୁଦ୍ଧରେ ଲଢେଇ କରାଯାଇପାରିବ ସେ ବିଷୟରେ ନିଜ ମତ ପ୍ରକାଶ କରିଥିଲେ। କୋଣାର୍କ ସ୍ପିନିଂ ମିଲ୍ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର ବିକାଶ ହେବା ସହିତ ଚାଷୀମାନେ ଲାଭାନ୍ବିତ ହେବେ ଏଥିପାଇଁ ଅଞ୍ଚଳର ସମସ୍ତ ରାଜନୈତିକ ନେତୃବୃନ୍ଦ, ବୁଦ୍ଧିଜୀବୀ, ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଲଢେଇ କରିବା ପାଇଁ ସଂଘର ଉପସଭାପତି ଶ୍ରୀ ରାଓ ଆହ୍ବାନ ଦେଇଥିଲେ। କେସିଙ୍ଗା ରୁ ଚନ୍ଦ୍ରମଣି ସ୍ବାଇଁ ଙ୍କ ରିପୋର୍ଟ।

 

Related posts

ଆଦରମଣି ପ୍ରଧାନ ଙ୍କ ଗଳ୍ପ ସ୍ୱର୍ଗରୁ ସ୍ୱାମୀର ଚିଠି

ଲଡୁଗାଁ ଠାରେ ଡେଙ୍ଗୁ ନିରାକରଣ ଉପରେ ସଚେତନତା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନବ ଯୌବନ ଦର୍ଶନରେ ଚକା ନୟନ

Sunil Chandra Nayak

Leave a Comment

error: Content is protected !!