ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାଇଚାରାର ନିଦର୍ଶନ ,୨୨୭ ଜଣ ନାଏକ ପରିବାରର ଏକାଠି ନୂଆଁଖାଇ

ନର୍ଲା (ମନିସ) ନୂଆଁଖାଇ ଏକ ମହାନ ସାମାଜିକ ପରମ୍ପରାର ପର୍ବ। ସାମାଜିକ ଜୀବନକୁ ସୂଦୃଢ ଓ ଶୃଙ୍ଖଳିତ କରିବା ପାଇଁ ଏହି ପର୍ବ। ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ନୂଆଁଖାଇ ପର୍ବରେ ଭାଇଚାରାର ବାର୍ତା ଦେଇଛନ୍ତି ନର୍ଲା ବ୍ଳକ ପଲସାପଡା କୋଲଥା ସମାଜ ନାଏକ ପରିବାରର ସମସ୍ତ ସଦସ୍ୟ। ପ୍ରଚଳିତ ସମାଜରେ ପରିବାର ପରିବାର ଭିତରେ ସୁସମ୍ପର୍କ ରକ୍ଷା କରିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ଏହି ଗଣପର୍ବରେ ନାଏକ ପରିବାର ସଦସ୍ୟଗଣ ପରସ୍ପର ପ୍ରତି ଆପଣାର ଭାବ ବିନିମୟ ଓ ଆତ୍ମୀୟ ସ୍ଵଜନ ସ୍ନେହ ଶ୍ରଦ୍ଧା ପ୍ରଦାନ କରିଛନ୍ତି। ପ୍ରାୟ ୩୬ ଗୋଟି ଘରର ୨୨୭ ଜଣ ଆବାଳବୃଦ୍ଧବନିତା ଏକାଠି ହୋଇ ଗାଁ ଦାଣ୍ଡରେ ନିଜ କୂଳଦେବୀ ରଣେଶ୍ଵର ରାମଚଣ୍ଡୀଙ୍କୁ ପ୍ରଥମ ଅନ୍ନ ଭୋଗ ପରେ କୋଲଥା ସମାଜର ପ୍ରଚଳିତ ପ୍ରଥା ଅନୁସାରେ ପଲସା ପତ୍ରରେ ନୂଆ ଧାନରେ ତିଆରି ଚୂଡାକୁ ପ୍ରସାଦ ରୂପେ ଗ୍ରହଣ କରିଥିଲେ। ସମସ୍ତ ଏକାଠି ହୋଇ ନବାନ୍ନ ପରେ ପରସ୍ପର ମଧ୍ୟରେ ନୂଆଁଖାଇ ଜୁହାର ଭେଟ ହୋଇଥିଲେ। ନାଏକ ପରିବାରର ବୟୋଜ୍ୟେଷ୍ଠ ସୀମାଞ୍ଚଳ ନାଏକ, କେଶବ ନାଏକ, ହୃଷିକେଶ ନାୟକ,ପଦ୍ମନ ନାଏକ, ନେପାଳ ନାଏକଙ୍କ ମତରେ ଗାଁ ମାଟିର ମମତା, ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧାକୁ ନେଇ ନୂଆଁଖାଇ ପରବ ପାଳନ ହୋଇଛି। ସେହିପରି ଜଗଦୀଶ ନାଏକ, ପ୍ରଫୁଲ୍ଲ ନାଏକ, ଭାଗିରଥି ନାଏକ ଓ ନଟ ନାଏକ ପ୍ରମୁଖ ଭାଇ ଭାଇ ଭିତରେ ସୁସମ୍ପର୍କ ରକ୍ଷା କରିବା ସହ ଆମ ଭିତରେ ଏକତା ରକ୍ଷା ସକାଶେ ନୂଆଁଖାଇରେ ଆମେ ଏକାଠି ହୋଇଛୁ ବୋଲି ପ୍ରକାଶ କରିଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଦୂର ହେଲା ପାଣି ନିଷ୍କାସନ ସମସ୍ୟା, ଖୁସିହେଲେ ଆନ୍ଦୋଳନକାରୀ

Sunil Chandra Nayak

ନାମାଚାର୍ଯ୍ୟ ଶ୍ରୀମଦ ବାୟାବାବାଙ୍କ ସ୍ମରଣ ମହୋତ୍ସବ ଓ ପ୍ରଫେସର ପର୍ଶୁରାମ ପଣ୍ଡାଙ୍କ ସ୍ମୃତିରେ ପତ୍ରିକା ଉନ୍ମୋଚନ ଓ ସାରସ୍ବତ ସମାବେଶ

Sunil Chandra Nayak

ଦୁଇ ଶିକ୍ଷକ ଙ୍କ ବିୟୋଗରେ ଶୋକସଭା

Sunil Chandra Nayak

Leave a Comment

error: Content is protected !!