ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ସୁନ୍ଦରୀ ଝିଅ ବୋହୂ ହେବାପରେ

ସୁନ୍ଦରୀ ଝିଅ ବୋହୂ ହେବାପରେ

(ଭାଗ… ୧ )

 

ଶରତ ଚନ୍ଦ୍ର ପଣ୍ଡା, ଯାଜପୁର 

 

ଲଳିତ ଖଣ୍ଡିଏ ଚାକିରୀ କରିଛି

ଶିକ୍ଷା ବିଭାଗରେ ଅଧ୍ୟାପକ,

ତl’ବିବାହ ପାଇଁ ଝିଅ ଖୋଜl ହୁଏ

ବଛା ହୋଇଲେଣି ରାଜ୍ୟ ଯାକ ll 1

ବାପା ଦେଖୁଛନ୍ତି ମାମୁ ଓ ପିୟୁଷl

ମଉସା,ଭିଣୋଇ, ଭାଇ,ବନ୍ଧୁ,

ଶେଷରେ ଝିଅଟେ ଜେଜେ ବାଛିଦେଲେ

ତାପସୀ ନାମତା’ସ୍ବର୍ଗ ଇନ୍ଦୁ ll 2

ମହା ଆଡ଼ମ୍ବରେ ବିବାହ ସରିଲା

ସ୍ବର୍ଗ ପରୀ ଠାରୁ କମ ନୁହେଁ,,

ଭୋଜିରେ ବସିଲେ ଅତିଥି ଦେଖିଲେ

ଲକ୍ଷ୍ମୀ ନାରାୟଣ ପରି ଦୁହେଁ ll 3

ଯିଏ ଦେଖିଦେଲା ଘଡିଏ ଚାହିଁଲା

ଏତେ ସୁନ୍ଦରୀ ସେ’ଦିଶୁଥିଲା,,

ଭୋଜି କି ଖାଇବେ ବହୂ ମଞ୍ଚ ପାଖେ

ଭିଡ଼ ଯାହା ଖାଲି ଜମୁଥିଲା ll 4

କିଏ କହେ ଗୋରୀ, କେକହେ ସୁନ୍ଦରୀ

କିଏ ପୁଣି କହେ ସୁନା ଗୋରୀ,,

କିଏ କହେ ସୀତା, ହିମାଦ୍ରୀ ଦୁହିତା

କିଏ କହେ ସ୍ବର୍ଗ ଅପସରି ll 5

ଏପରି ସୁନ୍ଦରୀ ଭାଗ୍ୟରେ ଜୁଟଇ

ଯଦି କାମଦେବ ପୁଜିଥିବ,

ଏହି ଝିଅ ଯାର ଭାରିଜା ଅଟଇ

ନ ଖାଇ ନ ପିଇ ବଞ୍ଚିଯିବ ll 6

ଭୋଜି ସରୁ ସରୁ ଅନେକ ରାତିଯେ

ହୋଇଗଲା ଅସି କେତେବେଳେ,,

କ୍ରମେ କ୍ରମେ ସାଙ୍ଗ ସାଥି ଚାଲିଗଲେ

ବାସର ସେଜଟା ସଜକଲେ ll 7

ଗୋଲାପ ପାଖୁଡ଼ା, ରଜନୀଗନ୍ଧାରେ

କର୍ପୂର ବିଞ୍ଚିଲେ ଗନ୍ଧ ତେଲ,,

ମହ ମହ ବାସ୍ନା ଶୀତଳ ଆଲୋକ

ହୋଇଗଲା ଚଉଠିର ବେଳ ll 8

ଭାଉଜ, ନଣନ୍ଦ, ଜେଜୀ ଅବା କିଏ

ଟlପରl ସମ୍ପର୍କ ଆସିଗଲେ,,

କାନେ କାନେ କେତେ ଅନୁଭୂତି କଥା

ଚୁପି ଚୁପି କହି ଛାଡ଼ି ଗଲେ ll 9

କିଛି କ୍ଷଣ ପରେ ଲଳିତ ବାବୁଯେ

କବାଟ ଭିତରୁ ଦେଇ ଦେଲେ,,

ଧୀରେ ଧୀରେ ଅସି ସ୍ମିତ ହସି ହସି

ଚଉଠି ପଲଙ୍କେ ବସିଗଲେ ll 10

                              କ୍ରମଶଃ..……

Related posts

ଭବାନୀପାଟଣା ଠାରେ ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ତଥା ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

Sunil Chandra Nayak

ପ୍ରାଚୀର ପତ୍ରିକା ଶ୍ରାବଣୀ ର ତ୍ରୟବିଂଶତମ ସ୍ଵନକ୍ଷତ୍ର ଉତ୍ସବ , ରାମକୃଷ୍ଣ ହାଇସ୍କୁଲ ରେ ଗଙ୍ଗାଧର ମେହେର ଜୟନ୍ତୀ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ସିଏ ତ ସବୁଠୁ ବଡ

Leave a Comment

error: Content is protected !!