ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଠାରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

କୋକସରା,୨୦/୪- କୋକସରା ପଂଚାୟତ କୋକସରା ଗ୍ରାମରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ ବୁଧବାର କଳସ ଯାତ୍ରା ରେ ଶହ ଶହ ମହିଳା ଶ୍ରଦ୍ଧାଳୁ ସହ ବିଭିନ୍ନ ଘଣ୍ଟୁଆ ଦଳ, ସଂକୀର୍ତ୍ତନ ଦଳ ସାମିଲ ହୋଇ ନଗର ପରିକ୍ରମା କରିଛନ୍ତି। ଏହାସହ ଅଧିବାସ ସଂପନ୍ନ ହୋଇଛି। କୋକସରା ଗ୍ରାମବାସୀ ଙ୍କ ପକ୍ଷରୁ ଏହି ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଥିବା ବେଳେ ଗୁରବାର ସକାଳ ୬ ଘଣ୍ଟା ରୁ ହରେ କୃଷ୍ଣ ନାମ ଆରମ୍ଭ ହୋଇ ଶନିବାର ଦିନ ସକାଳ ୬ ଘଣ୍ଟା ରେ ନାମଯଜ୍ଞ ସମ୍ପୂର୍ଣ୍ଣ ହେବା କାର୍ଯ୍ୟକ୍ରମ ରହିଛି । ଷୋହଳ ପ୍ରହର ପାଇଁ ପୂଜା କମିଟି ପକ୍ଷରୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ସଂକୀର୍ତ୍ତନ ଦଳ କୁ ଆମନ୍ତ୍ରଣ କରାଯାଇଛି। ପୂଜାକର୍ତା ଭାବେ ଶ୍ରୀ କୈଳାଶ ଚିନ୍ଦା ସପତ୍ନୀକ ରହିଛନ୍ତି। ଷୋହଲ ପ୍ରହର ନାମଯଜ୍ଞ କୋକସରା ଗ୍ରାମବାସୀ ଙ୍କ ସହଯୋଗ ରେ ପାଳିତ ହେଉଛି। ମ ନି ସ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ପ୍ରାଥମିକ ଶିକ୍ଷକ (ଏକ୍ସ-କ୍ୟାଡର) ବିଭିନ୍ନ ସମସ୍ୟା କୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବଇଁଶୀ ବାଜୁନି ଆଉ କୁଞ୍ଜରେ

Sunil Chandra Nayak

Leave a Comment

error: Content is protected !!