ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ସତ୍ୟସାଇ ବାବାଙ୍କ ୯୭ ତମ ଜନ୍ମୋତ୍ସଵ ପାଳିତ

ଡାବୁଗାଁ, ୨୩/୧୧ (ମ.ନି.ସ.) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଡଙ୍ଗରୀଗୁଡା ଗ୍ରାମରେ ଥିବା ଶ୍ରୀ ଶ୍ରୀ ସତ୍ୟସାଇ ମନ୍ଦିରରେ ବୁଧବାର ଶ୍ରୀ ଶ୍ରୀ ସତ୍ୟସାଇ ବାବାଙ୍କ ପୁଣ୍ୟ ୯୭ ତମ ଜନ୍ମୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଆବାହକ ପବିତ୍ର କୁମାର ଜେନା, ନିତ୍ୟାନନ୍ଦ ମହାନ୍ତି, ରତିକାନ୍ତ ନାୟକ, ସୁଦର୍ଶନ ମହାଙ୍କୁଡ, ଧଳେନ୍ଦ୍ର ଦ୍ଵାରୀ,ବିଶ୍ଵେଶ କୁମାର ତ୍ରିପାଠୀ, ଶ୍ରଧାଳୁ ଭକ୍ତିମତି ମାତ୍ରୁ ମଣ୍ଡଳି ପ୍ରମୁଖଙ୍କ ସହ ଡାବୁଗାଁ ଶ୍ରୀ ସତ୍ୟସାଇ ସେବା ସଙ୍ଗଠନ ର ପ୍ରଚେଷ୍ଠାରେ ଆଜି ପ୍ରାତ ୪ ଘଣ୍ଟା ୩୦ମିନିଟ୍ ରେ ନଗର ସଙ୍କିର୍ତନ କରି ସହର ପରିକ୍ରମା କରିଥିଲେ । ୮ଘଣ୍ଟା ୧୫ମିନିଟ ରେ ଆଧ୍ୟାତ୍ମିକ ପତାକା ଉତ୍ତୋଳନ କରାଯାଇଥିଲା । ୯ଘଣ୍ଟା ୧୫ ମିନିଟରେ ଷୋଡଷ ପୁଜା ଅର୍ଘ୍ୟଶ୍ରୀ ଶ୍ରୀ ବାବାଙ୍କ ପାଖରେ କରାଯାଇଥିଲା । ଏହାପରେ ଡାବୁଗାଁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ଓ ବିଭୁତି ବଣ୍ଟନ କରାଯାଇଥିଲା । ବାବାଙ୍କ ଭଜନ କିର୍ତ୍ତନରେ ମନ୍ଦିର ପରିବେଶ ବେଶ ଭକ୍ତି ପରିବେଶ ସୃଷ୍ଟି ହୋଇଥିଲା । ୧୫ରୁ ୨୦ ଜଣ ବୃଦ୍ଧାବୃଦ୍ଧ ଓ ଅସହାୟ ମାନଙ୍କ ନିମନ୍ତେ ନାରୟଣ ସେବା ସରିବା ପରେ ଅତିଥି ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ବାଲ ବିକାଶ ଛାତ୍ରୀ ଛାତ୍ର ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ମନ୍ଦିର ଆଗରେ ମା ମାନଙ୍କ ଝୋଟି ବେଶ ଆକର୍ଶଣ ହୋଇଥିଲା । ପୁଟପର୍ତ୍ତିରୁ ଦୁଇଟି ଧ୍ୟାନ ବୃକ୍ଷ ଆସିଥିବାବେଳେ ନବରଙ୍ଗପୁର ବାବାଙ୍କ ମନ୍ଦିରରେ ଗୋଟିଏ ଓ ଡାବୁଗାଁରେ ବାବାଙ୍କ ମନ୍ଦିରରେ ଲଗାଯାଇ ତାହାର ଜତ୍ନ ନିଆଯାଉଛି । ଶ୍ରଧାଳୁ ଭକ୍ତ କାଶିନାଥ ତ୍ରିପାଠୀ ଓ ତାଙ୍କ ସହ ଧର୍ମିଣୀ ରାଜେଶ୍ଵରୀ ତ୍ରିପାଠୀ ୧୫ରୁ୨୦ଜଣ ନାରାୟଣଙ୍କୁ କମ୍ବଳ ଓ ଫଳ ବଣ୍ଟନ କରିଥିଲେ । ରାଜେଶ୍ଵରୀ ମା ଙ୍କ ଦେହ ଭଲ ନ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା ପ୍ରତି ପ୍ରତ୍ୟେକ ବାବାଙ୍କ ଜନ୍ମଦିନରେ ବାବାଙ୍କୁ ଜଣାଇଥିଲେ । ସତ୍ୟସାଇ ସେବା ସଙ୍ଗଠନ ର ଅନୁରୋଧ ରକ୍ଷା କରି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ,ସହ ନିରିକ୍ଷକ ବିଜୁରାମ ବାଗ, ସହ ଉପ ନିରିକ୍ଷକ ବିଜୟ କୁମାର ସାହୁ ଓ ଶିଶିର କୁମାର ଘୋଷ ବାବାଙ୍କ ମନ୍ଦିରରେ ଯୋଗ ଦାନ କରିଥିଲେ।

    ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ରବି ଋତୁ ପାଇଁ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହଣ କମିଟି ବୈଠକ

Sunil Chandra Nayak

ନିରୀହ ଯୁବକ ଙ୍କୁ ଉଲଗ୍ନ କରି ମାଡ

Sunil Chandra Nayak

ଗମ୍ଭାରୀଆ-ଜଗନ୍ନାଥପୁର ସ୍ଥାୟୀ ରାସ୍ତା ନିର୍ମାଣ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Sunil Chandra Nayak

Leave a Comment

error: Content is protected !!