ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର

ତେନ୍ତୁଳିଖୁଣ୍ଟି ୦୧/୧୧/୨୨ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ସମ୍ବିଳନି କକ୍ଷ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା , ଜାତୀୟ ସାମାଜିକ ସୁରକ୍ଷା ଯୋଜନା, ସମ୍ମନିତ ଶିଶୁ ବିକାଶ ଯୋଜନା, ମମତା ଯୋଜନା, ଉପରେ ବିସ୍ତାର ଭାବେ ଆଲୋଚନା ହୋଇଥିଲା। ଏ ଭଳି ଶିବିର ପ୍ରତ୍ୟେକ ପଞ୍ଚାୟତ ରେ କରାଯାଉ କାରଣ ସାଧାରଣ ଜନତା ଏଥିପ୍ରତି ଅବଗତ ହୋଇ ପାରୁନାହାନ୍ତି ବୋଲି  ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନାରାୟଣ ପାତ୍ର କହିଥିଲେ। ଏବଂ ଅନେକ ଗ୍ରାମରେ ଅଙ୍ଗନୱାଡ଼ି ଗୃହ ର ସମସ୍ୟା ରହିଛି। କେତେକ ସ୍ଥାନରେ ଅଙ୍ଗନୱାଡ଼ି ଗୃହ ନାହିଁ ତ କେତେ ଜାଗାରେ ଅଙ୍ଗନୱାଡ଼ି ଗୃହ ଅର୍ଦ୍ଧ ନିର୍ମିତ ହୋଇ ପଡ଼ିରହିଛି ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଶ୍ରୀ ପାତ୍ର କହିଥିଲେ। ମନରେଗା ଯୋଜନାରେ ମେଟେରିୟଲ ଶତକଡା   25 ଭାଗ ରଖାଯାଇଛି ତାହାକୁ ୪୦ ଭାଗ କୁ ବୃଦ୍ଧି କଲେ ରାସ୍ତା ଠାରୁ ଆରମ୍ଭ କରି କଲ୍ଭର୍ଟ ହୋଇପାରିବ ଯାହା ଫଳରେ ସାଧାରଣ ଜନତା ସୁବିଧା ପାଇପାରିବେ ବୋଲି ତେନ୍ତୁଳିଖୁଣ୍ଟି ଜିଲ୍ଲାପରିଷଦ ଜୋନ୍ ୨ ରତିକାନ୍ତ ପଣ୍ଡା କହିଥିଲେ। ଏହି ଜନଶୁଣାଣୀ ଶିବିରରେ ବରଡ଼ା ଝୋଡ଼ି, ଲଦିପଦର୍, ମଧୁଗୁଲୁମି ଗ୍ରାମର  ପ୍ରାୟ ୧୫ଜଣ ଗ୍ରାମବାସୀ ତାଙ୍କ ଗ୍ରାମକୁ ଯିବାକୁ ରାସ୍ତା ଖଣ୍ଡେ ନ ଥିବାରୁ ନାହିଁ ନ ଥିବା ହଇରାଣ ହେଉଛନ୍ତି ଏବଂ କିଛି ଦିନ ତଳେ ଝାଡାବାନ୍ତି ଲାଗିରହିଥିବା ସମୟରେ ଆମ୍ବୁଲାନ୍ସ ତ ଦୂରର କଥା ରୋଗୀ ଖଟିଆ ରେ ବୁହାହବା ନଜର ଆସିଛି। ସ୍ବାସ୍ଥ୍ୟ କର୍ମୀ ମାନେ ଆଣ୍ଠୁଏ କାଦୁଆ ରେ ପସି ଚିକିତ୍ସା କରିଫେରିଥିବା ନଜିର ରହିଛି। ତେଣୁ ଗ୍ରାମବାସୀ ମାନେ ତୁରନ୍ତ ରାସ୍ତା ନିର୍ମାଣ କରିବାକୁ ଦାବି କରିଛନ୍ତି। ପେନସନ ଯୋଜନା ର ଟଙ୍କା ବ୍ୟାଙ୍କ୍ ମାଧ୍ୟମରେ ନ ଦେଇ ସିଧା ସଳଖ ଦିଆଯାଉ ବୋଲି ମତ ପ୍ରକାଶ ପାଇ ଥିଲା। ବ୍ୟାଙ୍କ ଦ୍ୱାରା ପ୍ରଦାନରେ ସ୍ୱଚ୍ଛତା ରହୁଛି କିନ୍ତୁ ପ୍ରତ୍ୟେକ ଗ୍ରାମ ରେ ଟଙ୍କା ଉଠାଣ ପାଇଁ ବ୍ୟବସ୍ଥା ନଥିବାରୁ ବୃଦ୍ଧ ବୃଦ୍ଧା ଓ ଦିବ୍ୟଙ୍ଗ ନିକଟସ୍ଥ ଗ୍ରାହକ ସେବା କେନ୍ଦ୍ର କୁ ଯାଇ ଖର୍ଚ୍ଚ।ନ୍ତ ହେଉଛନ୍ତି। ଏପରିକି KYC ନାମରେ ଖାତା ବନ୍ଦ ରହିଥିଲେ ଟଙ୍କା ଜମା ହେଉନି । ପଖୋରୀି ଖନନ ସହ ରାସ୍ତା ନିର୍ମାଣ,ଯେଉଁ ଶ୍ରମିକ କୁ ଜବ କାର୍ଡ ଅଛି ସେହି ଶ୍ରମିକ କୁ ହି କାମରେ ଲଗେଇ ସେହି ଶ୍ରମିକ କୁ କାମ ବାବଦର ଅର୍ଥ ପ୍ରଦାନ କରାଯାଉ ବୋଲି ତାହା ଉପରେ ଫୋକସ କରିବାକୁ  ପାତ୍ରପୁଟ ସମିତି ସଭ୍ୟ ଦିଲୀପ ପ୍ରାଧାନୀ କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି ସଭାପତିତ୍ବ କରିଥିବା ବେଳେ ସମ୍ମାନିତ ଅଧିକାରୀ ଭାବେ ତେନ୍ତୁଳିଖୁଣ୍ଟି ଗୋଷ୍ଟି ଉନ୍ନୟନ ଅଧିକାରୀ ଦୁର୍ଯ୍ୟଧନ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ପଣ୍ଡା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ, ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ କୃପାସିନ୍ଧୁ ନାୟକ, ଜିଲା ସାମାଜିକ ସମୀକ୍ଷକ ବହିବସୁଧ ଚାଲାଣ, ସମ୍ମନିତ ଶିଶୁ ବିକାଶ ଅଧିକାରୀ ସୁରମା ମହାପାତ୍ର ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ନାରାୟଣ ପାତ୍ର, ଭରଷା ଏନ ଜି ଓ ସଭାପତି ଏଲ ସନ୍ତୋଷ ରାଓ, ପ୍ରମୁଖ ମଞ୍ଚାସିନ ରହିଥିବା ବେଳେ ବ୍ଲକ ସାମାଜିକ ସମୀକ୍ଷକ ପି ସୁନିଲ କୁମାର ଜନଶୁଣାଣି ଶିବିର ପରିଚାଳନା କରିଥିଲେ।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଗଞ୍ଜେଇ ଜବତ, ଜଣେ ଗିରଫ

Sunil Chandra Nayak

ବାଳିକା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ (ଆଇସିଡ଼ିଏସ)

Sunil Chandra Nayak

Leave a Comment

error: Content is protected !!