ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ,ପାନୀୟଜଳ ତଥା ବନ୍ଦ ଥିବା ବିଦ୍ୟାଳୟ ଖୋଲିବା ପାଇଁ ବିଡ଼ିଓ ଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି – ୦୧/୧୧/୨୨ – ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ର ସୀମାନ୍ତ ଗ୍ରାମ ବରଡ଼ାଝୋ ଡି ଗ୍ରାମବାସୀ ସର୍ବନିମ୍ନ ସୁବିଧାରୁ ବଞ୍ଚିତ ଥିବାରୁ ଆଜି ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଙ୍କୁ ଭେଟି ଏକ ଦାବୀ ପତ୍ର ଦେଉଛନ୍ତି। ବରଡା ଝୋଡି ଗ୍ରାମକୁ ସବୁଦିନିଆ ରାସ୍ତା ନାହିଁ ଏଣୁ ବ୍ଲକ କୁ ଆସିବାକୁ ହେଉ ଅବା ଚିକିତ୍ସା ପାଇଁ ଗୋଷ୍ଠି ଚିକିତ୍ସାଳୟ ଆସିବାକୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡୁଛି। ଆମ୍ବୁଲାନ୍ସ ମଧ୍ୟ ଯିବା ସମ୍ଭବ ହେଉ ନଥିବାରୁ ବହୁ ଜୀବନ ମଧ୍ୟ ଚିକିତ୍ସା ଅଭାବରୁ ଚାଲି ଯାଇଛି । ତଥାପି କାହାରି ନିଘା ନାହିଁ। ଏଣୁ ତୁରନ୍ତ ବିଜାପଦର ଠାରୁ ବରଡା ଝୋଡି ମଧୁ ଗୁଳୁମୀ ଲଦି ପ ଦର ଦେଇ ଡା ଇକ ପର୍ଯ୍ୟନ୍ତ ସବୁଦିନିଆ ରାସ୍ତା ନିର୍ମାଣ କରି ବାକୁ ଅନୁରୋଧ କରିଛନ୍ତି। ସେହିଭଳି ବରଡା ଝୋଡି ଗ୍ରାମ ରେ ଥିବା ପ୍ରାଥମିକ ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ କମ ଦର୍ଶାଇ ବନ୍ଦ କରି ଦିଆ ଯାଇଛି ,ତଦ୍ୱାରା ଗ୍ରାମର ପ୍ରାକ ବିଦ୍ୟାଳୟ ପରେ ଛାତ୍ର ଛାତ୍ରୀ ଙ୍କୁ ପଢିବା ପାଇଁ ବହୁ ଦୂର ଯିବାକୁ ପଡୁଛି । ବହୁଥର ବନ୍ଦ ବିଦ୍ୟାଳୟ ଖୋଲି ବାକୁ ଦାବୀ ହୋଇଛି ତଥାପି ଖୋଲିନି । ତୁରନ୍ତ ଉକ୍ତ ବିଦ୍ୟାଳୟ ଖୋଲିବାକୁ ଦାବୀ ରଖିଛନ୍ତି। ପାନୀୟ ଜଳ ସୁବିଧା ମଧ୍ୟ ଗ୍ରାମରେ ନାହିଁ ଏଣୁ ତୁରନ୍ତ ତିନି ଗୋଟି ସାହି ପାଇଁ ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବାକୁ ଦାବି ରଖିଛନ୍ତି। ବିଦ୍ୟୁତସେବା ରୁ ମଧ୍ୟ ଏହି ଗ୍ରାମବାସୀ ବଞ୍ଚିତ। ବିଦ୍ୟୁତ ସେବା ଯୋଗାଇ ଦେବାକୁ ଗ୍ରାମର ଲମୁ ଜାନୀ, ବିର ସିଂ ଜାନୀ, ସଦା ଜାନୀ, ସାନ ଜାନୀ, ଲକ୍ଷ୍ମଣ ଜାନୀ ସମେତ 20 ରୁ 30 ଯୁବକ ବିଡ଼ିଓ ଙ୍କୁ ଦାବୀ ଦେଇଛନ୍ତି। ଯଦି ନିର୍ଦିଷ୍ଟ ସମୟସୀମା ମଧ୍ୟରେ ସର୍ବନିମ୍ନ ସମସ୍ୟା ପୂରଣ କରିବାରେ ପ୍ରଶାସନ ବିଫଳ ହୁଏ ତେବେ ବ୍ଲକ କଂଗ୍ରେସ ନେତୃତ୍ୱରେ ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି କହିଛନ୍ତି। କଂଗ୍ରେସ ର ବରିଷ୍ଠ ନେତା ଭୀମସେନ ପାଣିଗ୍ରାହୀ ଏହି ସମୟରେ ଗ୍ରାମ ର ଯୁବକଙ୍କ ସହ ରହିଥିଲେ। ଅବହେଳା କୁ ଆଉ ବରଦାସ୍ତ କରାଯିବନି ବୋଲି କହିଛନ୍ତି।

ଗୋବର୍ଦ୍ଧନ ସାହୁ,ତେନ୍ତୁଳିଖୁଣ୍ଟି

Related posts

ଦଡଦୁନ୍ଦୁ ଗ୍ରାମରେ ସଂଖ୍ୟାଲଘୁ ତରଫରୁ ସ୍ବାଧିନତା ଦିବସ ଏବଂ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

Sunil Chandra Nayak

ନର୍ଲା ବ୍ଲକ୍ ଅଧିନ ଡ୍ରାଇଭର ମହାସଂଘ ପକ୍ଷରୁ ଏଡମିନ୍ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ

ରଥ ଯାତ୍ରା ପାଇଁ ଶାନ୍ତି କମିଟି ବୈଠକ

Sunil Chandra Nayak

Leave a Comment

error: Content is protected !!