ରଥ ଯାତରା
ଭାବ ବିନୋଦିଆ ଠାକୁରହେ ତୁମେ
ଭକତ ଭାବରେ ବନ୍ଧା
ବରଷକେ ଥରେ ବାହାରି ଆସ ମନ୍ଦିରୁ
ଭକତ ଦର୍ଶନ ପାଇଁ l
ଦାସିଆ ବାଉରୀ ଭକ୍ତ ସାଲବେଗ ପରି
ଅନେକ ଭକତ ଝୁରେ ତୁମ ଦର୍ଶନ ପାଇଁ
ରଥେ ଚଢି ବଡ ଦାଣ୍ଡେ ତୁମେ
ଦରଶନ ଦିଅ ହସି ହସି l
ଝୁଲି ଝୁଲି ଆସ ଶିରୀ ମନ୍ଦିରରୁ
ଝୁଲଣ ହାତୀଟେ ପରି
ଚଢି ରଥପରେ ଭକ୍ତ ଗହଳିରେ
ଚାଲ ତୁମେ ଝୁଲି ଝୁଲି l
ଗତ ବରଷରେ ମହାମାରୀ ଡରେ
ଭକତ ଦର୍ଶନ ନୋହିଲା
ଏହି ବରଷରେ ମନ ଉଲ୍ଲସରେ
ବଡ ଦାଣ୍ଡେ ରଥ ଗଡ଼ିଲା l
ବଡ ମନୋରମ ତୁମ ଘୋଷ ଯାତ୍ରା
ଭକତ ମନୋରଥ ପୁର୍ଣ
ଏମିତି ଠାକୁର ଜଗତେ ନାହିଁରେ
ତେଣୁ ଜଗନ୍ନାଥ ତୁମ ନାମ l