ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆରଏସଏ ହେଲା ପ୍ରଥମ ସନରାଇଜ କପ୍ ର ଚମ୍ପିୟାନ

ରାଉରକେଲା/ ରାଉରକେଲାର ସନରାଇଜ କ୍ଲବ ଓ ଉମିଦ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ସେକ୍ଟର ୧୭ ପଡିଆ ଠାରେ ଚାଲିଥିବା ପ୍ରଥମ ଟ୍ବୋଣ୍ଟି ଟ୍ବୋଣ୍ଟି ସନରାଇଜ କପ୍ କ୍ରିକେଟ୍ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବର ଫାଇଲରେ ମ୍ୟାଚ ରେ ସେକ୍ଟର ୬ ର ଆରଏସଏ ଓ ସେକ୍ଟର ୧୪ ର ଆରୱାଇସିସି ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ ନିର୍ଦ୍ଧାରିତ ୨୦ ଓଭରରେ ଆରଏସଏ ୧୯୯ ରନ କରିଥିବା ବେଳେ ଆରୱାଇସିସି ଦଳ ୨୦ ଓଭରରେ ୭ୱିକେଟ ହରାଇ ୧୯୬ ରନ କରିଥିଲା। ଫଳରେ ଆରଏସଏ ଦଳ ୩ ରନ ରେ ଏହି ମ୍ୟାଚକୁ ଜିତି ଚମ୍ପିୟାନ ହେବା ସହ ଚମ୍ପିୟାନ ଟ୍ରଫି ଓ ନଗଦ ୨୦ ହଜାର ଟଙ୍କା ଲାଭ କରିଥିଲେ । ସେହିପରି ଆରୱାଇସିସି ଦଳ ରନର୍ସ ଅପ ଟ୍ରଫି ସହ ୧୨ ହଜାର ଟଙ୍କା ଲାଭ କରିଥିଲେ । ଫାଇନାଲ ମ୍ୟାଚରେ ୧୯ ବଲରେ ୪୪ରନ ସହ ୨ଟି ୱିକେଟ ନେଇଥିବା ପ୍ରିୟବ୍ରତଙ୍କୁ ମ୍ୟାନ ଅଫ ମ୍ୟାଚ ପୁରସ୍କାର ଦିଆଯାଇଥିଲା । ସେହିପରି ସିରିଜରେ ଉଲ୍ଲେଖନୀୟ ଖେଳ ପାଇଁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବଳରାମ ନାଗ, ଶ୍ରେଷ୍ଠ ବୋଲର ଓ ଉଦୟମାନ ଖେଳାଳୀ ଭାବେ ସୌମ୍ଯ ଲେଙ୍କା ଓ ଆଶିଷ ମିତ୍ରଙ୍କୁ ମ୍ୟାନ ଅଫ ସିରିଜ ଭାବେ ଅତିଥିମାନେ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏସଡିସିସି ବ୍ୟାଙ୍କ ର ନିର୍ଦ୍ଦେଶକ ହାଜି ଅବଦୁଲ ସୟିଦ ମୁଖ୍ୟଅତିଥି,ବିଜେଡି ସଂଖ୍ୟାଲଘୁ ସେଲ ର ରାଜ୍ୟ ଉପସଭାପତି ଯଶବିନ୍ଦର ସିଂ ଗୋଲ୍ଡି ସ୍ବତନ୍ତ୍ର ଅତିଥି ଓ ସମ୍ମାନିତ ଅତିଥି ଭାବେ ସମାଜସେବୀ ଆଫ୍ରୋଜ ଅହମ୍ମଦ, ଖଲିଦ ଅଜିଜ, ଅମିତାଭ ସାମଲ,ହାଜି ମହମ୍ମଦ ଅହମ୍ମଦ, ସୁଲତାନ ଖାନ, ସଲିମ୍ ଖାନ,ସନ୍ଦିପ ଚକ୍ରବର୍ତ୍ତୀ, ଟିଙ୍କୁ ଖାନ, ତସଲିମ ଖାନ, ନିୟାଜଲ ହସନ,ଫଇଜଲ ହସନ ପ୍ରମୁଖ ଯୋଗଦେଇ ଥିଲେ । ଏହି ଅବସରରେ ହକି କୋଚ ହରମନ ଲାକ୍ରା ଓ ଓଡିଶାର ପ୍ରାକ୍ତନ ମହିଳା କ୍ରିକେଟ୍ ଖେଳାଳୀ ସସ୍ମିତା ପଟ୍ଟନାୟକଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଫାଇନାଲ ମ୍ୟାଚ କୁ ଅବଦୁଲ ସବୁର ଓ ଆରଜୁ ପରିଚାଳନା କରିଥିବା ବେଳେ ସନରାଇଜର କ୍ଲବ ର ସଭାପତି ସମସେର ଆଲାମ ଖାନ, ସାଧାରଣ ସମ୍ପାଦକ ସରବର ଆଜମ ସଂଗଠନ ସମ୍ପାଦକ ନାଇୟର ଆଜମ ଖାନ, ଉପସଭାପତି ଆରଜୁ ଖାନ ସହଯୋଗୀ ସଦସ୍ୟ ଅବଦୁଲ ସବୁର, ସାହିଦ, ପ୍ରଦୀପ, ଶୁଭମ, ଭାରତ, ଛୋଟୁ, ୟାଶୀର, ଜିସାନ, କଏଫ, ତବରେଜ, ତୋକିର,ସଲମାନ,ସମିରୁଦ୍ଦିନ, ସାହାଜାନ, ସାରେକ, ଜଏର, ଅଫସର, ସୋହେଲ, ପ୍ରମୁଖ ସହଯୋଗ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାହିତ୍ୟ ଅଗଣା

Sunil Chandra Nayak

ଦକ୍ଷିଣ -ପୂର୍ବ ରେଲଓ୍ବେ ମୁଖ୍ୟ ଚିକିତ୍ସା ନିର୍ଦ୍ଦେଶକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତିଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

ମମତା ସାହୁ ଙ୍କ କବିତା  ରଥରେ ଦର୍ଶନ କରିବା

Sunil Chandra Nayak

Leave a Comment

error: Content is protected !!