ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେଲେଙ୍ଗାନା ରୁ ୩୫ ଜଣ ନିର୍ଯ୍ୟାତିତ ଦାଦନ ଶ୍ରମିକ ଉଦ୍ଧାର

 ଗୋଲାମୁଣ୍ଡା -:  ରାଜ୍ୟ ସରକାର ର ଅପାରଗତା ଯୋଗୁଁ ଚିରାଚରିତ ଭାବେ କଳାହାଣ୍ଡି ମାଟିର ଶ୍ରମିକ ମାନେ ଦଲାଳ ମାନଙ୍କ ଦ୍ଵାରା ପ୍ରତାରଣା ହୋଇ ଆସୁଥିବା ର ଆଉ ଏକ ନଗ୍ନ ଚିତ୍ର ସମାନା କୁ ଆସିଛି। କଳାହାଣ୍ଡି ଜିଲ୍ଲାର 35 ଜଣ ଶ୍ରମିକ ମାନଙ୍କୁ ବହୁ ଦିନ ଧରି ମିଥ୍ୟା ପ୍ରତିଶ୍ରୁତି ଦେଇ ଦଲାଲ ମାନେ ସୁଦୂର ତେଲେଙ୍ଗାନାର କଥାପଲ୍ଲୀ କୁ  ନେଇ, ଖାଇବା ପିଇବାକୁ ନ ଦେଇ ବିଭିନ୍ନ ଶାରୀରିକ ଯାତନା ଦେଇ ଡରାଇ ଧମକାଇ ବନ୍ଦୀ କରି ରଖି ତାଙ୍କଠୁଁ କାର୍ଯ୍ୟ ହାସଲ କରି ବ୍ୟବସାୟ କରୁଥିଲେ ଏବଂ ମୋଟା ଅଙ୍କ ର ରୋଜଗାର କରୁଥିଲେ ବୋଲି ଉଦୟ ପୁର ର ହେମନ୍ତ ଭୋଇ ପ୍ରକାଶ କରିଛନ୍ତି । ଶେଷରେ ଶ୍ରମିକ ମାନେ ହତାଶ ହୋଇ  ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀ ସାଉଲ ମଙ୍ଗରାଜ ଙ୍କୁ ଯୋଗାଯୋଗ କରିଥିଲେ। ଶ୍ରୀ ମଙ୍ଗରାଜ ତୁରନ୍ତ   ଜିଲ୍ଲା ପ୍ରଶାସନ ସହ   ଯୋଗାଯୋଗ କରି ବନ୍ଧା ପଡ଼ିଥିବା ନିର୍ଯାତିତା ଶ୍ରମିକ ମାନଙ୍କୁ ସେଠୁ ଉଦ୍ଧାର କରି, ତାଙ୍କ ନିଜ ଗାଁ ଉଦୟପୁର ସମେତ ଜିଲ୍ଲାର ବିଭିନ୍ନ ଜାଗାରୁ ନିଆଯାଇଥିବା ଶ୍ରମିକ ମାନଙ୍କୁ ନିଜ ନିଜ ଗାଁ ପର୍ଯ୍ୟନ୍ତ ପଠାଇବାର ସମସ୍ତ ବ୍ୟବସ୍ଥା  କରି ଥିଲେ। ଯୁବ କଗ୍ରେସ ସଭାପତି ଙ୍କ ଏପରି ଜନ ହିତକର ଉଦ୍ୟମ କୁ ଅଞ୍ଚଳ ର ଲୋକେ ଭୂରି ଭୂରି ପ୍ରଶଂସା କରିଛନ୍ତି। ଦାମୋଦର ଦାସ ଙ୍କ ରିପୋର୍ଟ।

Related posts

ସସ୍ମିତେଶ ସାହୁ ଙ୍କ କବିତା ସ୍ମୃତି ଆଉ ଅନୁଭୂତିର ..ଶେଷ ରଜ

Sunil Chandra Nayak

ଦେଶରେ ପ୍ରଥମ ଥର ୫ଜି କଲ୍, ଆତ୍ମନିର୍ଭର ଦିଗରେ ଆଉ ଏକ ଯୁଗାନ୍ତକାରୀ ଉପଲବ୍ଧି

ନଳିନୀ ପ୍ରଭା ମିଶ୍ର ଙ୍କ ବିଜ୍ଞାନୀ ମାନବ

Sunil Chandra Nayak

Leave a Comment

error: Content is protected !!