ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଷ୍ଠା ର ବାର୍ଷିକୋତ୍ସବ ଆସନ୍ତା ୨୬ରେ…

ରାଉରକେଲା/ ରାଉରକେଲାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ” ନିଷ୍ଠା ” ତାର ବାର୍ଷିକ ଉତ୍ସବ ଆସନ୍ତା ୨୬ତାରିଖଦିନ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳନ କରିବା ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।ଏହି ଅବସରରେ ନାଟ୍ଯକାର ପ୍ରଭାକର ପାତ୍ର ରଚିତ,ବିଜୟ କୁମାର ଭୋଳ ନିର୍ଦ୍ଦେଶିତ ତଥା ପ୍ରତାପ ରାଉତଙ୍କ ସଂଗୀତ ନିର୍ଦ୍ଦେଶନାରେ ନାଟକ ” ସୂର୍ଯ୍ୟାସ୍ତର ସତୀ” ମଞ୍ଚସ୍ଥ କରାଯିବ । ଏହାସହ ଅନନ୍ୟ କାର୍ଯ୍ୟକ୍ରମ ମଲଟି ଟ୍ୟାଲେଣ୍ଟ ସୋ ବେଟି ବଞ୍ଚାଅ ବେଟି ପଢାଓ ଉପରେ ଆଧାରିତ “ଖିମଜୀ ଲାଡଲି ପରି – ୨୦୨୨”, ଯେଉଁ କାର୍ଯ୍ୟକ୍ରମ କରାଯିବ। ଏହି କାର୍ଯ୍ୟକ୍ରମର ମେଗା ଅଡିସନ ନଭେମ୍ବର ମାସ ୨୭ ତାରିଖ ରବିବାର ସେକ୍ଟର-୫ ସ୍ଥିତ ଭଞ୍ଜଭବନ ପ୍ରେଖ୍ୟାଳୟ ଠାରେ ଅନୁଷ୍ଠିତ ହେବ l ୧୦ ରୁ ୧୨ ବର୍ଷର କୁନି କୁନି ଝିଅ ମାନେ ଏଥିରେ ଭାଗନେଇ ବିଭିନ୍ନ ପ୍ରତିଭା ପ୍ରଦର୍ଶନ କରିପାରିବେ | ତନ୍ମଧ୍ୟରୁ ଶ୍ରେଷ୍ଠ ୨୫ ଜଣଙ୍କୁ ସେମିଫାଇନାଲିଷ୍ଟ ଭାବେ ଚୟନ କରି ଟ୍ରେନିଂ ଏବଂ ଗ୍ରୁମିଙ୍ଗ ପର୍ଯାୟକୁ ଉନ୍ନୀତ ହେବେ l ସେହିପରି ୨୩ ଡିସେମ୍ବର ରୁ ଆସନ୍ତା ଜାନୁଆରୀ ୫ତାରିଖ ପର୍ଯ୍ୟନ୍ତ ସେକ୍ଟର ୧୬ସ୍ଥିତ ଡ଼ିଏଭି ପବ୍ଲିକ ଠାରେ ଉକ୍ତ ୨୫ ଜଣଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ଏବଂ ସେଥି ମଧ୍ୟରୁ ଶ୍ରେଷ୍ଠ ୧୫ ଜଣଙ୍କୁ ଗ୍ରାଣ୍ଡ ଫାଇନାଲିଷ୍ଟ ଭାବେ ଚୟନ କରାଯିବ | ଉକ୍ତ ଗ୍ରାଣ୍ଡ ଫାଇନାଲ କାର୍ଯ୍ୟକ୍ରମ ଆସନ୍ତା ୨୦୨୩ ଜାନୁଆରୀ ମାସ ୮ ତାରିଖଦିନ ଭଞ୍ଜଭବନ ଠାରେ ସନ୍ଧ୍ୟାରେ ଅନୁଷ୍ଠିତ ହେବ ବୋଲି ସଂପାଦକଶ ସୁଶାନ୍ତ ମହାନ୍ତି ସୂଚନା ଦେଇଥିଲେ । ଏହି ଅବସରରେ ନିଷ୍ଠାର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୋକାନ ସହ ଜଳିଗଲା ଏକ ଲକ୍ଷ୍ୟରୁ ଅଧିକ ସମ୍ପତ୍ତି 

Sunil Chandra Nayak

କୁରୁଗୁଡା ଠାରେ ଜୋନ୍ ସ୍ତରୀୟ ଵିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ୍ ପ୍ରତିଯୋଗିତା

Sunil Chandra Nayak

ଉତ୍କେଲା ରେ ଭାରତବନ୍ଧ ପାଳନ

Leave a Comment

error: Content is protected !!