ନବରଙ୍ଗପୁର- (ମସିହା) ନବରଙ୍ଗପୁର ଜିଲ୍ଲା ସିନ୍ଧିଗାଁ ଗ୍ରାମପଞ୍ଚାୟତ କୁମଝର ରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥାରେ ଚାଲିଛି ପାଠପଡା । ଏହିପରି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୁମଝର ପ୍ରାଥମିକ ବିଦ୍ୟାଳୟ ରେ । ଏହି ବିଦ୍ୟାଳୟ ରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରେ ୭0 ଛାତ୍ର, ଛାତ୍ରୀ ମାନେ ପାଠ ପଡୁଛନ୍ତି ।ଏହି ସ୍କୁଲରେ ଶ୍ରେଣୀ ଗୃହ ଅଭାବରୁ ଗୋଟିଏ ବଖରାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପିଲାମାନେ ପାଠ ପଢିବାକୁ ବାଧ୍ୟହେଉଛନ୍ତି । ସ୍କୁଲ ଗୃହ ଭଙ୍ଗାଅବସ୍ଥା ରେ ରହିଥିବାରୁ ସ୍କୁଲ ଶ୍ରେଣୀ ଗୃହ ରେ ବସିବାକୁ ଭୟ କରୁଛନ୍ତି । ଏହିପରି ଅବସ୍ଥା ରେ ପିଲାମାନଙ୍କର ଭବିଷ୍ୟତ କଣ ହେବ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ,ଏଥିପାଇଁ ଶିକ୍ଷା ବିଭାଗ କରୁଛି କଣ ଓ କି ପଦକ୍ଷେପ ନେଇଛି। ଏହି ସ୍କୁଲ ରେ 70 ଜଣ ପିଲାମାନଙ୍କୁ ପଢେଇବାପାଇଁ ଜଣେ ପ୍ରଧାନ ଶିକ୍ଷକ, ଦୁଇଜଣ ଶିକ୍ଷୟତ୍ରୀ ରହିଥିବା ବେଳେ ଜଣେ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ସ୍କୁଲ କୁ ବଦଳି କରାଯାଇଛି ! ବର୍ତ୍ତମାନ ଜଣେ ଶିକ୍ଷୟତ୍ରୀ ବେଶି ଅସୁବିଧା ର ସମ୍ମୁଖୀନ ରେ ସ୍କୁଲ ର ସମସ୍ତ କାର୍ଯ୍ୟ କରୁଛନ୍ତି । ସ୍କୁଲ ର ପ୍ରଧାନ ଶିକ୍ଷକ ଦେହ କରାପ ଥିବାରୁ ଅଧିକାଂଶ ଛୁଟି ରେ ରହିଥିବା ଅଭିଯୋଗ ହେଉଛି ! ଯଦି ସ୍କୁଲ ଆସୁଛନ୍ତି ତାହା ବି ଠିକ ସମୟରେ ଆସୁନଥିବା ଜଣାପଡୁଛି ! ଏପରି ଅବସ୍ଥାରେ ପିଲାମାନଙ୍କର ଭବିଶ୍ୟତ କଣ ହେବ ଅଭିଯୋଗ କରୁଛନ୍ତି ପିଲାମାନଙ୍କ ଅବିଭାବକ । ସ୍କୁଲ ର ବିଭିନ୍ନ ସମସ୍ୟା ସମ୍ପର୍କରେ ନବରଙ୍ଗପୁର BEO ଏବଂ DEO ଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିବାପରେ ବି ଶିକ୍ଷା ବିଭାଗ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ ଏବଂ ସ୍କୁଲ କମିଟି ! ଏହି ସମ୍ପର୍କ ରେ ଆମେ ନବରଙ୍ଗପୁର DEO ଙ୍କୁ ଯୋଗାଯୋଗ କରିଥିଲୁ ସେ କହିଲେ ମୁଁ ତଦନ୍ତ କରି ଖୁ୍ଵ ଶ୍ରୀଘ୍ର ଏହି ସମସ୍ୟାର ସମାଧାନ କରାହେବ ଜଣାଇଛନ୍ତି । ଏହି ସ୍କୁଲ ପ୍ରତି ପ୍ରଶାସନ ଦୃଷ୍ଟି ପଡ଼ୁ ଏବଂ ସ୍କୁଲ ର ବିଭିନ୍ନ ସମସ୍ୟାର ସମାଧାନ କରାଯାଉ ବୋଲି କୁମଝର ଗ୍ରାମବାସୀ ଦାବିକରିଛନ୍ତି। ଯଦି ସ୍କୁଲ ର ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ସ୍କୁଲ ରେ ତାଲାଠୁଙ୍କିବେ ବୋଲି କହିଛନ୍ତି । ବର୍ତ୍ତମାନ ଦେଖିବାକୁ ବାକିରହିଲା ଏହି ସ୍କୁଲ ବିଭିନ୍ନ ସମସ୍ୟାର ସମାଧାନ ହେଉଛି କେବେ?
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।