ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଟିଏ ରାତିରେ ଉଠା ଜଳସେଚନର ଦୁଇ ଦୁଇଟି ମଟର ଚୋରି ଚାଷୀ ହନ୍ତସନ୍ତ

ଢେଙ୍କାନାଳ (ମ ନି ସ)୨୪/୧୧_ ଚୋରମାନଙ୍କ ଲୋଲୁପ ଦୃଷ୍ଟି ଏବେ ଉଠା ଜଳସେଚନର ପାଣିପମ୍ପର ମୋଟର ଉପରେ। ଗୋଟିଏ ରାତିରେ ଦୁଇ ଦୁଇଟି ପାଣିପମ୍ପର ମୋଟର ଚୋରି କରି ନେଇଛନ୍ତି ଦୁର୍ବୁତ୍ତ। ଏହା ସହ ତାର ମଧ୍ୟ କାଟି ନେଇଛନ୍ତି। ଉଭୟ ପାଣି ପମ୍ପର ଚାଷୀ ଏବେ ଚିନ୍ତାରେ ପଡିଯାଇଛନ୍ତି। ତେଣୁ ତୁରନ୍ତ ପାଣିପମ୍ପ ଯୋଗାଇ ଦେବା ସହ ଚୋରକୁ ଧରିବାପାଇଁ ଦାବିକରି ଚାଷୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର ଦେଇଛନ୍ତି। ସୁଚନା ଯୋଗ୍ୟ ଯେ ଭୁବନ ବ୍ଲକ ମଠକରଗୋଲା ଗ୍ରାମରେ ପ୍ରାୟ ଅଧିକାଂଶ ଲୋକେ ଚାଷ ଉପରେ ନିର୍ଭର କରି ଚଳନ୍ତି। ମା ମଙ୍ଗଳା ପାଣି ପଞ୍ଚାୟତ ଓ ଶ୍ରୀରାମ ପାଣି ପଞ୍ଚାୟତ ନଂ-୩ ର ଚାଷିମାନେ ମଠକରଗୋଳା ମୌଜା ରେ ଧନ ଫସଲ ଠାରୁ ଆରମ୍ଭ କରି ବିଭିନ୍ନ ପନିପରିବା ଚାଷ କରିଥିଲେ। ଉଠା ଜଳସେଚନର ଦୁଇଟି ପାଣିପମ୍ପ ମଟର ସାହାର୍ଯ୍ୟରେ ଫସଲ ଗୁଡିକରେ ରାମିଆଳ ନଦୀରୁ ପାଣି ଦେଉଥିଲେ। ଫସଲ ମଧ୍ୟ ଭଲ ହୋଇଥିଲା। କିନ୍ତୁ ଗତକାଲି ରାତିରେ କେହି ଦୁର୍ବୁତ୍ତ ପାଣପମ୍ପ ଗୁଡିକ ରୁ ଦୁଇଟି ମଟର ଚୋରି କରି ନେଇଯାଇଛନ୍ତି। ଫଳରେ ପାଣି ପମ୍ପ ଉପରେ ନିର୍ଭର କରୁଥିବା ଚାଷୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି। ଧାର କରଜ କରି ଚାଷ କରିଥିବା ଚାଷୀ ଏବେ କିପରି ଋଣ ପରିଶୋଧ କରିବେ ସେ ଚିନ୍ତା ଘାରିଛି ଚାଷୀଙ୍କୁ। ଆଜି ସକାଳେ ଚାଷୀ କ୍ଷେତରେ ପାଣି ମଡାଇବା ପାଇଁ ଯାଇଥିବାଳବେଳେ ମଟର ଚାଲୁ କରିଲା ବେଳକୁ ମଟର ଚାଲୁ ନାହିଁ। ଦେଖିଲା ବେଳକୁ ପାଣିପମ୍ପର ମଟର ଗୁଡିକ ନାହିଁ। ଶ୍ରୀରାମ ପାଣିପଞ୍ଚାୟତ ନଂ-୩ ଓ ମା ମଙ୍ଗଳା ପାଣିପଞ୍ଚୟତର କାଞ୍ଜଆମଳ ଚକ ଓ ବୁଢାପାଳ ଚକ ପ୍ରାୟ ୧୫୦ ସହ ଏକର ଚାଷ ଜମିକୁ ପାଣି ଯୋଗାଉଥିଲା। ମଟର ଚୋରି ହୋଇଯିବା ଫଳରେ ଏଥିରେ ପାଣି ମଡାଇବା ସମ୍ଭବପର ହେବନାହିଁ। ତେଣୁ ଆଳୁ,ବାଇଗଣ,ଭେଣ୍ଡି, କାକୁଡି ବିଲାତି ବାଇଗଣ ଆଦି ବିଭିନ୍ନ ପନିପରିବା ଓ ଧାନ ଫସଲ ନଷ୍ଟ ହୋଇଯିବ। ତେଣୁ କିପରି ତୁରନ୍ତ ସେହିଠାରେ ମଟର ଲାଗି ପାରିବ ଓ ଚୋରି କରୁଥିବା ଦୁର୍ବୁତ୍ତଙ୍କୁ କିପରି ଧରା ହେବ ସେ ନେଇ ବିଭାଗୀୟ ଅଧିକାରୀ, କାମାକ୍ଷାନଗର ଥାନା ଅଧିକାରୀ ଓ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଚାଷ ବାସ ଉପରେ ନିର୍ଭର କରୁଥିବା ଚାଷିଙ୍କୁ ସରକାର କେତେ ନା କେତେ ସହଯୋଗର ହାତ ବଢଉଛନ୍ତି । କିନ୍ତୁ ମଠକରଗୋଳା ଗ୍ରାମରେ ଚାଷିଙ୍କର ଚୋରୀ ହୋଇଥିବା ମୋଟର ତୁରନ୍ତ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି। 

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହିତ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ତୁମର ସେ ଆଖି

ରାଇରଙ୍ଗପୁର ମହାବିଦ୍ୟାଳୟରେ ଏବିଭିପିର ବିଶାଳ କ୍ୟାମ୍ପସ ୟୁନିଟ ଘୋଷଣା 

Sunil Chandra Nayak

ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୬ ତାରିଖରେରେ ଲଘୁଚାପ,ସମ୍ଭାବ୍ୟ ବାତ୍ୟା ସୂଚନା

Sunil Chandra Nayak

Leave a Comment

error: Content is protected !!