ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ବେଦାନ୍ତ ହସ୍ପିଟାଲ ପକ୍ଷରୁ ଏଥର ରୋଗୀଙ୍କ ପାଇଁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ

ଲାଞ୍ଜିଗଡ଼଼, ୨୪/୧୧(ମନିସ): ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ଦ୍ବାରା ପରିଚାଳିତ ବେଦାନ୍ତ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପାଇଁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ଼ ଶୁଭାରମ୍ଭ କରାଯାଇଛି । କାର୍ଡ଼ରେ ଏକ କ୍ବିକ୍ ରେସପନ୍ସ କୋଡ ଅଛି ଯାହାଦ୍ବାରା ରୋଗୀଙ୍କ ରେକର୍ଡ଼କୁ ତୁରନ୍ତ ସ୍କାନ କରାଯାଇପାରିବ । ଏହା ସହିତ ହସ୍ପିଟାଲରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଇତିହାସକୁ ଯାଂଚ କରାଯାଇ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିବ । ବେଦାନ୍ତ ହସ୍ପିଟାଲରୁ ଚିକିତ୍ସା ସେବା ପାଇବାକୁ ଚାହୁଁଥିବା ପ୍ରତ୍ୟେକ ରୋଗୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ଓ ସବୁ ହିତାଧିକାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ହେବ ବୋଲି ବେଦାନ୍ତ ହସ୍ପିଟାଲ ତଥା ବେଦାନ୍ତ ଲିମିଟେଡ୍ ସୂତ୍ରରୁ ସୂଚନା ମିଳିଛି । ଏହାଦ୍ବାରା ରୋଗୀମାନେ ସେମାନଙ୍କ ଚିକିତ୍ସା ରିପୋର୍ଟ ଓ ଇତିହାସ ଏଥିରୁ ପାଇପାରିବେ । ସୂଚନାଯୋଗ୍ୟ, ପ୍ରତିବର୍ଷ ବେଦାନ୍ତ ହସପିଟାଲ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଛି ଓ ପ୍ରାୟ ୬୦୦୦୦ରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ଏଇ ଅବସରରେ ଅନୁଷ୍ଠିତ ସମାରୋହରେ ଅତିଥି ଭାବେ ବେଦାନ୍ତ ଲିମିଟେଡ୍ ର ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ମାନବ ସମ୍ବଳ ବିଭାଗ ମୁଖ୍ୟ ବିଶାଲ ସିଂହ, ସ୍ବାସ୍ଥ୍ୟ, ସୁରକ୍ଷା ଓ ପରିବେଶ ବିଭାଗ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେ, ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଡେପୁଟି ସିଏସ୍ଆର୍ ବିଭାଗ ମୁଖ୍ୟ ଦିଲିପ ପ୍ରଜାପତି, ଏନ୍ଏସ୍ ସାନୀନ, ଶକ୍ତି ବିଭାଗ ମୁଖ୍ୟ ସୁସୀମ ବେହେରା, ଆର୍ ଏମ୍ ପି ମୁଖ୍ୟ ରଞ୍ଜନ ବାବୁ, ବେଦାନ୍ତ ଲିମିଟେଡ୍ ମୁଖ୍ୟ ଚିକିତ୍ସାଧିକାରୀ ଡା. ଅକ୍ଷୟ କୁମାର ସାହୁ, ବେଦାନ୍ତ ହସ୍ପିଟାଲ ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତି, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ଅଞ୍ଜଳୀ ମାଝୀ, ପରୀକ୍ଷିତ ନାଏକ, ଲାଞ୍ଜିଗଡ଼ ବ୍ଲକ ସମିତିସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ, ମୁନିଗୁଡ଼ା ବ୍ଲକ ଅଧ୍ୟକ୍ଷା ଡୁକୁନୀ ନୁଣ୍ଡ୍ରୁକା, ଉପାଧ୍ୟକ୍ଷ ଆଦର୍ଶ କୁଶଲିଆ ପ୍ରମୁଖ ଯୋଗ ଦେଇଥିଲେ ! କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀମୁଖ ଅଗସ୍ତି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

୨୮୦ ଉପଭୋକ୍ତାଙ୍କୁ ବୁଷ୍ଟର ଡୋଜର ପ୍ରଦାନ

Sunil Chandra Nayak

ଜଗନ୍ନାଥ ସେବା ସମିତି ପକ୍ଷ ରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

ରାଇରଙ୍ଗପୁରରେ ବିଶ୍ବ ରକ୍ତଦାତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!