ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ

ବାଲେଶ୍ଵର,୦୨/୫/୨୩- ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବଳରାମପୁର ଗ୍ରାମ ପଞ୍ଚାୟତ ବଳରାମପୁର ପ୍ରାଥମିକ ବିଦ୍ୟାଳୟରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଶିକ୍ଷକ ନିତ୍ୟାନନ୍ଦ ଦତ୍ତ ଏହି କେମ୍ପକୁ ଫିତାକାଟି ଉଦଘାଟନ କରିଥିଲେ । ଶାନ୍ତି କମିଟିର ସମ୍ପାଦକ ପ୍ରଭୁରାମ ରାଉତ, ଶିକ୍ଷକ ରବିନାରାୟଣ ତ୍ରିପାଠୀ, ବବିତା ଦେ, ଉତ୍ତମ ପଣ୍ଡା, ମୃତୁଜୟ ପଣ୍ଡା, ରବୀନ୍ଦ୍ର କୁମାର ପଣ୍ଡା,ସାମ୍ବାଦିକ ଲଷ୍ମୀଧର ପ୍ରଧାନ ଓ ଗ୍ରାମବାସୀ ମାନଙ୍କ ସହଯୋଗରେ ମାଗଣାରେ ଗରିବ ମାଆ, ମାଉସୀ, ଭାଇ ଓ ଭଉଣୀ ମାନଙ୍କର ଆଖି ପରୀକ୍ଷା କରାଯାଇଥିଲା । ବାଲେଶ୍ୱର ଶ୍ରୀରାମ ହସ୍ପିଟାଲର ଅଭିଜ୍ଞ ଡକ୍ଟର ବିନୋଦ କୁମାର ନାୟକ, ଡକ୍ଟର ଶ୍ରୀ ବିଶ୍ୱାଳ, ପାରାମେଡିକାଲ ପଦ୍ମିନୀ ମଢେଇ, ମେନେଜର ସ୍ୱରଜିତ ଦେ ରୋଗୀଙ୍କ ସହିତ କଥାହୋଇ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ରୋଗୀଙ୍କ ଲକ୍ଷଣ ସମ୍ପର୍କରେ ବୁଝିଥିଲେ । ଗ୍ରାମାଞ୍ଚଳରେ ଥିବା ଲୋକମାନେ ଟଙ୍କା ପଇସା ଅଭାବରୁ ସହରକୁ ଯାଇ ଡାକ୍ତର ଦେଖାଇବା ଅସମ୍ଭବ ହେବାରୁ ସାମ୍ବାଦିକ ଲଷ୍ମୀଧର ପ୍ରଧାନ ଡାକ୍ତରଙ୍କ ସହିତ ପରାମର୍ଶ କରି ଏହି ଆଖି ଜନିତ ରୋଗୀଙ୍କୁ ଚିକିତ୍ସା କରାଇଥିଲେ । ଏହି ମାଗଣା ଚକ୍ଷୁ ଶିବିରରେ ମୋଟ ୭୨ ଜଣ ରୋଗୀ ପରୀକ୍ଷା କରିଥିବା ବେଳେ ଅପରେସନ ପାଇଁ ୬ ଜଣ ରୋଗୀଙ୍କୁ ଶ୍ରୀରାମ ହସ୍ପିଟାଲ ତରଫରୁ ଯିବା ଆସିବା ରହିବା ଖାଇବା ସମସ୍ତ ଖର୍ଚ୍ଚ ହସ୍ପିଟାଲ ବହନ କରିବ ବୋଲି ଡାକ୍ତର କହିଥିଲେ । ଆଗକୁ ଏମିତି ଚିକିତ୍ସା ଜାରି ରହିଲେ ଭଲହେବ ବୋଲି ଗ୍ରାମବାସୀ କହିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଞ୍ଚଳିକ ବସ୍ତରିଣି ମହାବିଦ୍ୟାଳୟ ସାନଚେରଗାଁ ରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଜଗନ୍ନାଥ ସେବା ସମିତି ଆନୁକୂଲ୍ୟରେ ଏପ୍ରିଲ ୨୯ ରେ ମାଗଣା ସ୍ୱାସ୍ଥ୍ୟ ଶିବିର

Sunil Chandra Nayak

ମୁଖ୍ୟମନ୍ତ୍ରୀ ଙ୍କ ଜନକଲ୍ୟାଣ ଯୋଜନା

Leave a Comment

error: Content is protected !!