ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ,କୋରାନା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ 

ରାଇଘର (ମ ନି ସ )୨୪/୦୮ ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସଭାଗୃହରେ  ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ ଓ କରୋନା ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଡେଂଗୁ ଓ କରୋନା କୁ କିଭଳି ରୋକିବା ଏହା ଉପରେ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା l କାର୍ଯ୍ୟକ୍ରମରେ ଗୋଷ୍ଠୀ ଚିକିସ୍ସା ଅଧିକାରୀ ଦଶରଥ ନାଗଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷା ଲିପିକା ବାରୋଇ,ବ୍ଲକ୍ ଅଧ୍ୟକ୍ଷା ନବିନା ନାୟକ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ସୋନା ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ l ଏଥି ସହ ଶିକ୍ଷା ବିଭାଗର ସମସ୍ତ ସିଆରସିସି,ଆସିଡିଏସ ସୁପରଭାଇଜର,ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସହ ବିଭିନ୍ନ ବିଭାଗର ଅଧିକାରୀ ଆଜିର କାର୍ଯ୍ୟକ୍ରମ ସାମିଲ୍ ହୋଇଥିଲେ l ରାଇଘର ବ୍ଲକରେ କରୋନା ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ଏହାକୁ ଗୁରୁତ୍ବ ଦେଇ ଲୋକେ ସଚେତନ ହୋଇ କୋଭିଡ୍ ଟିକା କରଣରେ  ସାମିଲ୍ ହେଲେ କିନ୍ତୁ ଦ୍ବିତୀୟ ପର୍ଯ୍ୟାୟ ଟିକା କରଣ ଠାରୁ ଲୋକେ ଦୂରରେ ରହିଛନ୍ତି l ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସମସ୍ତେ ସଚେତନ ହୋଇ ଜନ ସାଧାରଣଙ୍କୁ ଅବଗତ କରିବା ଆବଶ୍ୟକତା ରହିଛି ବୋଲି ଆଲୋଚନା ହୋଇଥିଲା l ସେହିଭଳି ଡେଙ୍ଗୁ ରୋଗ ରାଇଘର ବ୍ଲକରେ ଗୋଟିଏ ଘଟଣା ସାମ୍ନାକୁ ଆସିବା ପରେ ସ୍ବାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଦୃଷ୍ଟି ଦେଇ ସ୍ବତନ୍ତ୍ର ଭାବେ ଅଂଚଳ ଉପରେ ଗୁରୁତ୍ୱ ଦେଇ ଆସୁଛି l ଡେଂଗୁ ରୋଗ ଠାରୁ କିଭଳି ରକ୍ଷା ପାଇବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅବଗତ କରାଯାଇ ଥିଲା l  କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସୂଚନା ଅବଗତ କରାଯାଇ ଥିବା ବେଳେ ଲୋକ ପ୍ରତିନିଧି ସ୍ତରରେ ମଧ୍ୟ ଚେଙ୍କ ଓ ବିଭିନ୍ନ ସମସ୍ୟା ଉପରେ ଅବଗତ କରାଯାଇ ଥିଲା l ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ସମ୍ପୁର୍ଣ ବିପର୍ଯ୍ୟସ୍ତ ହୋଇ ପଡିଥିବା ବେଳେ ଲୋକେ ଅନ୍ଧ ବିଶ୍ବାସର ବସବତୀ ହେଉଛନ୍ତି ତେଣୁ ଲୋକ ପ୍ରତିନିଧି ଠାରୁ ଆରମ୍ଭ କରି ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ସମସ୍ତ ବିଭାଗର ଅଧିକାରୀ,ଆଶା ଅଙ୍ଗନବାଡି କର୍ମୀ ସହ ଶିକ୍ଷା ବିଭାଗ ସମସ୍ତ ଅଧିକାରୀ ସାମିଲ୍ ହୋଇ ସମସ୍ତେ ଏକତ୍ରିତ ହୋଇ ଏହି ଅଭିଯାନ ରେ ସାମିଲ୍ ହେଲେ ସମସ୍ତ ରୋଗ ଠାରୁ ଦୁରେଇ ରହିବା ସହ ସଚେତନ ହୋଇ ରହି ପାରିବେ ବୋଲି ଗୋଷ୍ଠୀ ଚିକିସ୍ସା ଅଧିକାରୀ ଦଶରଥ ନାଗ ସୂଚନା ଦେଇଥିଲେ l ଡେଙ୍ଗୁ,ମ୍ୟାଲେରିଆ ଭଳି ଦୁରେଇ ରହିବା ନିମନ୍ତେ ପାଣି ରଖିଥିବା ପାତ୍ର,ଟାଙ୍କି,ରୁମ୍ କୁଲର,ଇତ୍ୟାଦି ଦୁଇ ତିନି ଦିନରେ ଥରେ ସଫା କରି ପାଣି ବଦଳାଇବା,ନିୟମିତ ମଶାରୀ ବ୍ୟବହାର କରିବା,ପୁରା ଦେହକୁ ଘୋଡାଇବା ରଖିଲା ପରି ପୋଷାକ ପିନ୍ଧିବା ଆବଶ୍ୟକ କରି ଅଧିକାରୀ ସୂଚନା ଦେଇଥିଲେ l ସେହିଭଳି ଡେଙ୍ଗୁ ହେଲେ ଏହି  ରୋଗର ଲକ୍ଷଣ ହେଲା ଜ୍ବର ସହ ଭୀଷଣ ହାଡ ଓ ଗଣ୍ଠି ବିନ୍ଧା,ଦେହରେ ଲାଲ୍ ଦାଗ ଦେଖାଇବା,ଅନେକ କ୍ଷେତ୍ରରେ ବାନ୍ତି ଓ ମୁଣ୍ଡ ବିନ୍ଧା ହେବା ଇତ୍ୟାଦି ଦେଖାଯାଏ ଏଣୁ ଏହି ପରି ଲକ୍ଷଣ ଦେଖିବା ମାତ୍ରେ ଅତି ଶିଘ୍ର ନିକଟସ୍ଥ ସ୍ବାସ୍ଥ୍ୟ କର୍ମୀ କିମ୍ବା ମେଡିକାଲ୍ ରେ ଯାଇ ଡକ୍ଟରଙ୍କ ପରାମର୍ଶ କରି ରୋଗ ଚିନ୍ହଟ ଓ ପ୍ରତିକାର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦେବେ l ବର୍ତମାନ ସମୟରେ ମଶା ମାଛିଙ୍କ ପାଦୃଭାବ ବୃଦ୍ଧି ସହ ବିଭିନ୍ନ ସ୍ଥାନରେ ବିଶେଷ କରି ବିଦ୍ୟାଳୟ ମାନଙ୍କରେ ମଧ୍ୟ ପାଣି ଜମିବା ଦୃଶ୍ୟ ଦେଖିବାକୁ ମିଳୁଛି l ତେଣୁ ସମସ୍ତେ ଏଥି ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ସଚେତନ ହେବା ଆବଶ୍ୟକତା ରହିଛି l ଦୁର୍ଗମ ଅଞ୍ଚଳର ଲୋକଙ୍କ ନିକଟତର ହେବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଦମନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି l ସ୍ବାସ୍ଥ୍ୟ ବିଭାଗ ସମସ୍ତ ସମସ୍ୟା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଥିବା ବେଳେ ବର୍ତମାନ ସମୟରେ ନିଜେ ସଚେତନ ହୋଇ ଅନ୍ୟକୁ ସଚେତନତା ହେବା ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଥିଲା l  ସ୍ବାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ସାମିଲ୍ ହୋଇଥିଲେ l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ 

Related posts

ଆଜି ସଂନ୍ଧ୍ୟା ୫ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବ୍ଳକ ରୁ ୧୬୨ କରୋନା ପୋଜିଟିବ୍ ଚିହ୍ନଟ 

Sunil Chandra Nayak

ମାରୱାଡି ଯୁବା ମଞ୍ଚର ମେଗା ରକ୍ତଦାନ ଶିବିର  , ୧୧୧ ୟୁନିଟ ରକ୍ତ ସଂଗୃହୀତ

Sunil Chandra Nayak

କଙ୍କଡ଼ାହାଡ଼ଠାରେ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort