Uncategorizedଅରୂପ କୁମାର ବିଶ୍ବାଳ ଙ୍କ କବିତା ଦୁର୍ଦ୍ଦଶା by Sunil Chandra NayakAugust 24, 2022082 Share0 ଦୁର୍ଦ୍ଦଶା ଅରୂପ କୁମାର ବିଶ୍ବାଳ ଦୁଃଖ ଦୁର୍ଦ୍ଦଶା ଯେ ଜୀବନରେ ଆସେ ଦେଇଥାଏ କେତେ ବ୍ୟଥା, କାତର ନହୋଇ ଆଗକୁ ବଢିଲେ ଚାଲିଯାଏ ସବୁ ବାଧା। ଦୁର୍ଦ୍ଦଶାକୁ ଦେଖି ଡରି ଯାଏ ଯିଏ ସେଇ ଅଟେ ପରା ଭୀରୁ, ଦୁଃଖ ଅନ୍ୟ ନାମ ଅଟଇ ଜୀବନ ଖସିଯାଏ ଧରୁଧରୁ। ଦୁର୍ଦ୍ଦଶାରୁ ଯିଏ ପାରି ହୋଇଯାଏ ତାକୁ ମିଳିଥାଏ ସୁଖ, ଦୁର୍ଦ୍ଦଶାକୁ ଯିଏ ସାମନା କରିଥାଏ ସେ ଅଟେ ଉତ୍ତମ ଲୋକ। ଦୁର୍ଦ୍ଦଶାକୁ ଡରି ଭାଗ୍ୟକୁ ନିନ୍ଦିଲେ ଡରାଏ ସେ ବାରମ୍ବାର, ଧୈର୍ଯ୍ୟ ଧରି ଯିଏ ଆଗକୁ ଆଗାଏ ସେଇ ଅଟେ ସିକନ୍ଦର। ଦୁର୍ଦ୍ଦଶା ଅଟଇ ବିପଦର ମାଳା ପିନ୍ଧିଲେ ବଢଇ ଦୁଃଖ, ଯିଏ ଜିତିଯାଏ ଜୀବନର ବାଜି ଅନ୍ତେ ପାଇଥାଏ ସୁଖ। ଦୁର୍ଦ୍ଦଶା ଅଟଇ ସମସ୍ୟାର ଘର ସୁକର୍ମକୁ ଡରେ ସେହି, ସୁକର୍ମ କରିଲେ ଜୀବନ ମଧୁର ଦୁର୍ଦ୍ଦଶା ରହିବ ନାହିଁ। ଦୁର୍ଦ୍ଦଶାରେ ଯିଏ ନହୁଏ ବିକଳ ଉଦ୍ୟମ ଜାରି ରଖଇ, ଲକ୍ଷସ୍ଥଳ କେବେ ନୁହେଁ ତାର ଦୂର ଜଗତେ ଶ୍ରେଷ୍ଠ ସେ ଭାଇ। ଦୁର୍ଦ୍ଦଶା କୁ ଯିଏ ସୁଦଶା କରଇ ସେ ଅଟେ ମହତ ଜନ, ଭାଗ୍ୟକୁ ନିନ୍ଦି ଯେ ରୋଦନ କରଇ ସେ ଅଟେ ସବୁଠୁ ହୀନ। ପାରାଦୀପ, ଜଗତସିଂହପୁର