ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅରୂପ କୁମାର ବିଶ୍ବାଳ ଙ୍କ କବିତା ଦୁର୍ଦ୍ଦଶା

ଦୁର୍ଦ୍ଦଶା

ଅରୂପ କୁମାର ବିଶ୍ବାଳ

ଦୁଃଖ ଦୁର୍ଦ୍ଦଶା ଯେ ଜୀବନରେ ଆସେ
ଦେଇଥାଏ କେତେ ବ୍ୟଥା,
କାତର ନହୋଇ ଆଗକୁ ବଢିଲେ
ଚାଲିଯାଏ ସବୁ ବାଧା।
ଦୁର୍ଦ୍ଦଶାକୁ ଦେଖି ଡରି ଯାଏ ଯିଏ
ସେଇ ଅଟେ ପରା ଭୀରୁ,
ଦୁଃଖ ଅନ୍ୟ ନାମ ଅଟଇ ଜୀବନ
ଖସିଯାଏ ଧରୁଧରୁ।
ଦୁର୍ଦ୍ଦଶାରୁ ଯିଏ ପାରି ହୋଇଯାଏ
ତାକୁ ମିଳିଥାଏ ସୁଖ,
ଦୁର୍ଦ୍ଦଶାକୁ ଯିଏ ସାମନା କରିଥାଏ
ସେ ଅଟେ ଉତ୍ତମ ଲୋକ।
ଦୁର୍ଦ୍ଦଶାକୁ ଡରି ଭାଗ୍ୟକୁ ନିନ୍ଦିଲେ
ଡରାଏ ସେ ବାରମ୍ବାର,
ଧୈର୍ଯ୍ୟ ଧରି ଯିଏ ଆଗକୁ ଆଗାଏ
ସେଇ ଅଟେ ସିକନ୍ଦର।
ଦୁର୍ଦ୍ଦଶା ଅଟଇ ବିପଦର ମାଳା
ପିନ୍ଧିଲେ ବଢଇ ଦୁଃଖ,
ଯିଏ ଜିତିଯାଏ ଜୀବନର ବାଜି
ଅନ୍ତେ ପାଇଥାଏ ସୁଖ।
ଦୁର୍ଦ୍ଦଶା ଅଟଇ ସମସ୍ୟାର ଘର
ସୁକର୍ମକୁ ଡରେ ସେହି,
ସୁକର୍ମ କରିଲେ ଜୀବନ ମଧୁର
ଦୁର୍ଦ୍ଦଶା ରହିବ ନାହିଁ।
ଦୁର୍ଦ୍ଦଶାରେ ଯିଏ ନହୁଏ ବିକଳ
ଉଦ୍ୟମ ଜାରି ରଖଇ,
ଲକ୍ଷସ୍ଥଳ କେବେ ନୁହେଁ ତାର ଦୂର
ଜଗତେ ଶ୍ରେଷ୍ଠ ସେ ଭାଇ।
ଦୁର୍ଦ୍ଦଶା କୁ ଯିଏ ସୁଦଶା କରଇ
ସେ ଅଟେ ମହତ ଜନ,
ଭାଗ୍ୟକୁ ନିନ୍ଦି ଯେ ରୋଦନ କରଇ
ସେ ଅଟେ ସବୁଠୁ ହୀନ।

ପାରାଦୀପ, ଜଗତସିଂହପୁର

Related posts

ବିଭାହିତ ମହିଳା ମୃତ , ହତ୍ୟା ଅଭିଯୋଗ ଆଣିଲେ ବାପା , ଜ୍ୱାଇଁ ଅଟକ

Sunil Chandra Nayak

ରାମୁଡ ଜଙ୍ଗଲ ନିକଟରୁ ୬ ଲକ୍ଷ ୩୦ ହଜାର ଲୁଟ

Sunil Chandra Nayak

ଗଣମାଧ୍ୟମ ନଜର ରେ ପୁଜାରୀଗୁଡ଼ା _ ହରଡ ଘଣା ରେ ଯୋଗାଣ ସହାୟକ

Sunil Chandra Nayak

Leave a Comment

error: Content is protected !!