ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତୃପ୍ତି ରାଣୀ ପାତ୍ର ଙ୍କ କବିତା ଅଭୁଲା ସ୍ମୃତି

ଅଭୁଲା ସ୍ମୃତି

ତୃପ୍ତି ରାଣୀ ପାତ୍ର

ଜୀବନ ସାଗରେ ଭାସମାନ ନୈାକା
ଭାସିବାକୁ ମନେ ଆଶା
ମୃଗତୃଷ୍ଣା ସାଜି ସେ ଅଭିସାରିକା
ମେଣ୍ଟିଥାଏ ମନ ତୃଷା ।
ମରୁ ମରିଚିକା ପଛେ ଧାଇଁ ଥିଲି
ତୁମେ ଏକା ସାହା ହେଲ
ବିଫଳତା ମଧ୍ୟେ ସଫଳ ଲଭିଲି 
ଅନ୍ତରେ ସାହସ ଦେଲ ।
ବିଗତ ଦିନର ସତମିଛ ପ୍ରୀତି
ବନ୍ଧୁ ବାନ୍ଧବୀଙ୍କ କଥା
ମନେ ପଡିଯାଏ ସେ ଅଭୁଲା ସ୍ମୃତି 
ହୃଦ ମନେ ଭରେ ବ୍ୟଥା ।
ସେଦିନର ସେହି ଅଭୁଲା ମୂହୁର୍ତ୍ତ
ହୃଦେ କରେ ଆନ୍ଦୋଳନ
ଗୋପନରେ ନିତି ସ୍ମରେ ତୁମ ସର୍ତ୍ତ  
ନିମିଷକେ କଲ ଛିନ୍ନ ।
ସେଦିନର ସେହି ସଜୀବ ବୃକ୍ଷଟା
ମୂକ ସାକ୍ଷୀ ସେହି ସ୍ଥାନେ
ଶରତ ଋତୁର ଗଙ୍ଗଶିଉଳିଟା
ଚାହିଁ ଥିଲା ଯେ ମଉନେ ।
ସୁବାସ ଅତର ମହକାଇ ଦେଇ
ହୃଦୟକୁ ଦେଲା ଛୁଇଁ 
କ୍ଷଣକେ ସୈାରଭ ଦିଅଇ ବିତରି 
ସୃଷ୍ଟିର ଗୈାରବ ପାଇଁ ।

ସହଦେବଖୁଣ୍ଟା ,ବାଲେଶ୍ଵର 

Related posts

ଜାତିସଂଘ ଦିବସ ଓ ଶିଶୁ ଉତ୍ସବ ପାଳିତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ରେ ଓ ସି ଏ ଭିଜନ୍ ୨୪ ଜୁନିଅର ଆନ୍ତଃ ଜିଲ୍ଲା କ୍ଲବ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Sunil Chandra Nayak

କୋକସରାଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!