ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତିମା ଶତପଥି ଙ୍କ କବିତା   ଶଙ୍ଖା  ସିନ୍ଦୁର 

  ଶଙ୍ଖା  ସିନ୍ଦୁର 

ପ୍ରତିମା ଶତପଥି

   ଶଙ୍ଖା ଓ ସିନ୍ଦୁର ସବୁଠାରୁ ଶ୍ରେଷ୍ଠ
           ଭୂଷଣ ଅଟେ ନାରୀର
ବାହାଘର ବେଳେ ଝିଅଟି ବେଦୀରେ
          ପିନ୍ଧଇ ଶଙ୍ଖା , ସିନ୍ଦୁର.
ଶଙ୍ଖା ଓ ସିନ୍ଦୁର ପିନ୍ଧିଲେ ଝିଅଟି
       ବଦଳେ ତା ପରିଚୟ
କନ୍ୟା ରୁ ସିଏ ନବବଧୂ ହୋଇ
     ଛାଡ଼ିଯାଏ ପିତ୍ରା ଳୟ.
ନୂଆ ଘର ତାର ହୁଅଇ ନିଜର 
       ବାପଘର ହୁଏ ପର
ପର ଲୋକ ମାନେ ହୁଅନ୍ତି ଆପଣା
      ପିନ୍ଧିଲେ, ଶଙ୍ଖା, ସିନ୍ଦୁର.
ନାରୀ ପାଖେ ଆଉ କିଛି ବି ନ ଥାଉ
       ଥିଲେ ତା ଶଙ୍ଖା ସିନ୍ଦୁର
ଶତ ସିଂହ ବଳ ଥାଏ ତାର ଦେହେ
        କାହାକୁ ନ ଥାଏ ଡର.
ଅତି ମୂଲ୍ୟବାନ ଗହଣା ତାହାର
       ଜୀବନଠାରୁ ଅଧିକା
ସବୁବେଳେ ଡାକେ ଠାକୁରଙ୍କୁ କର 
         ମୋ ଶଙ୍ଖା ସିନ୍ଦୁର ରକ୍ଷା.
ନିଜ ଜୀବନକୁ ବଳୀ ଦେଇଦିଏ
       ତା ଶଙ୍ଖା , ସିନ୍ଦୁର ପାଇଁ
ସମୟ ଆସିଲେ ପର ହୋଇଯାନ୍ତି
      ନିଜର ଯେ ବାପା, ଭାଇ.
ସବୁ ନାରୀମାନେ ଚାହାଁନ୍ତି ସେ ଶଙ୍ଖା 
            ସିନ୍ଦୁର ମୁଣ୍ଡରେ ପିନ୍ଧି
ଅହ୍ୟ ସୁଲକ୍ଷଣୀ ହୋଇଣ ଯାଆନ୍ତା 
         ଜୀବନ ତାଙ୍କର ଛାଡି.
କାହାରି ସ୍ବପନ ହୁଅଇ ପୂରଣ
       କାହାର ରହେ ଅଧୁରା
ନାରୀ ମାନଙ୍କର ଅଟଇ ଭୂଷଣ
       ଶଙ୍ଖା, ସିନ୍ଦୁର ଟି ପରା.
ଦୁଇପଟ ଶଙ୍ଖା, ଟୋପାଏ ସିନ୍ଦୁର
         ସବୁଠାରୁ ମୂଲ୍ୟବାନ
ସେତକ ନ ଥିଲେ ନାରୀଟିଏ ପାଇଁ
       ହୋଇଯାଏ ଶିରିହୀନ.

ଜିଲ୍ଲା,, ଯାଜପୁର

Related posts

ଜୟ କୁମାର ମିଶ୍ର ଙ୍କ କବିତା ସାଇବର ଠକ, ସେ ପରା ଘାତକ

Sunil Chandra Nayak

କଂଗ୍ରେସ ଗଡ ଭାଙ୍ଗିଲେ ଚନ୍ଦନ ସାହୁ

Sunil Chandra Nayak

ଏନ ପି ଏସ ଶିକ୍ଷକଙ୍କ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!