ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ମୂଖ୍ୟ ଚିକିତ୍ସାଳୟ ଠାରେ କାଉଚ୍ ଉଦଘାଟିତ 

ନବରଙ୍ଗପୁର— (ମସିହା)ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତ ସଂଗ୍ରହାଳୟ ଠାରେ ଭାରତୀୟ ରେଡ଼କ୍ରସ୍ ଶୋସାଇଟି, ଜିଲ୍ଲା ଶାଖା ନବରଙ୍ଗପୁର ତରଫରୁ ପ୍ରଦତ୍ତ ଏକ ବ୍ଲଡ ଡନର କାଉଚ୍ ର ଉଦଘାଟନ ହୋଇଯାଇଛି । ଏହା ସହ ଉପର ମହଲାର ଆଇ ସି ୟୁର ଶୁଭ ଉଦଘାଟନ ହୋଇଯାଇଛି। ସମାରୋହରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ରକ୍ତଦାନ କାଉଚ୍ ଦ୍ଵାରା ଏଣିକି ରକ୍ତଦାତା ମାନେ ଆଉଜିବା ଭଳି ଚୌକି ରେ ବସିବା ଅବସ୍ଥାରେ ଆରାମଦାୟକ ଭାବେ ରକ୍ତ ଦାନ କରି ପାରିବେ ବୋଲି ଜିଲ୍ଲାପାଳ ଡଃ ମିଶ୍ର ଉଦ୍ ଘାଟନ ଅବସରରେ ମତବ୍ୟକ୍ତ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଓଡିଶା ରାଜସ୍ଵ ଅମଲା ସଂଘର ରାଜ୍ଯ ସଭାପତି ତ୍ରିପତି ବାଲାଜୀ ସାହୁ ଏବଂ ଜ୍ଞାନ ରଞ୍ଜନ ଖଣ୍ଡପାନ ପ୍ରଥମେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ମୌସୁମୀ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ କାହ୍ନୁ ଚରଣ ପାତ୍ର,ରକ୍ତ ଭଣ୍ଡାରର ଅଧିକାରୀ ଡଃ ଦେବବ୍ରତ ଡାକୁଆ , ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ମଳୟ ତ୍ରିପାଠୀ ,ଡଃ ସୁକାନ୍ତ ଶତପଥି,ଲକ୍ଷ୍ମୀନାରାୟଣ ବିଶୋଇ,ଡି ପି ଏମ ସୁଶାନ୍ତ କୁମାର ପ୍ରହରାଜ,ରଶ୍ମି ରଞ୍ଜନ ସାହୁ,ବିଭୁ ପ୍ରସାଦ ପାଣିଗ୍ରାହୀ,ତରୁଣ କୁମାର ସାହୁ,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ, ପ୍ରତାପ କୁମାର ନନ୍ଦ,ଅରୁଣ କୁମାର ସ୍ଵାଇଁ,ରାହୁଲ ବରା,ଆଦିତ୍ୟ ବିକ୍ରମ ତ୍ରିପାଠୀ, ଅରୁଣ କୁମାର ବେହେରା,ନୀଳକଣ୍ଠ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ।

Related posts

ଗୋଳାମୁଣ୍ଡା ବ୍ଲକରେ ବିଦ୍ୟାଳୟ ମାନଙ୍କର ନଗ୍ନ ଚିତ୍ର

Sunil Chandra Nayak

ଗଣେଶ ପୂଜା ପାଇଁ ନଗାରୀ ଗାଁ ଉତ୍ସବ ମୁଖର: ରଙ୍ଗୀନ ଆଲୁଅ ରେ ଝଲସୁଛି ସାରା ଗାଆଁ

Sunil Chandra Nayak

ରୀତା ଅପରlଜିତା ମହାନ୍ତି ଙ୍କ କବିତା ତୁମେ ଆସିଛ ମୌସୁମୀ 

Sunil Chandra Nayak

Leave a Comment

error: Content is protected !!