ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦାହାଣ୍ଡି ବ୍ଲକ ପରିସର ରେ ମୁଖ୍ୟମନ୍ତ୍ରୀ ଏବଂ ଜାତୀୟ ପତାକା କୁ ଅପମାନ

ତେନ୍ତୁଳିଖୁଣ୍ଟି ୧୪/୧୦/୨୨ ରାଜ୍ୟ ର ସର୍ବୋଚ୍ଚ ସ୍ଥାନ ରେ ଥିବା ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ସମସ୍ତ ସ୍ଥାନ ରେ ସମ୍ମାନ ମିଳୁଥିବା ବେଳେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି ନବରଙ୍ଗପୁର ଜ଼ିଲ୍ଲା ନନ୍ଦାହାଣ୍ଡି ବ୍ଲକ ପରିସର ରେ। ବିଗତ ଦିନରେ ହର ଘର ତ୍ରିରଙ୍ଗା ଅଭିଯାନ କରି ସମସ୍ତ ସ୍ଥାନ ରେ ଜାତୀୟ ପତାକା କୁ ସମ୍ମାନ ଦିଆଯାଇଥିବା ବେଳେ ନନ୍ଦାହାଣ୍ଡି ବ୍ଲକ ପରିଷର ରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ବ୍ଲକ ପରିସର ର ଏକ ପରିତ୍ୟକ୍ତ ସ୍ଥାନ ରେ ଅଳିଆ ଆବର୍ଜନା ପଡିରହିଥିବା ସ୍ଥାନ ରେ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ କିଛି ବ୍ୟାନର ଦେଖିବାକୁ ମିଳିଥିଲା। ବିଗତ ଦିନ ରେ ବ୍ଲକ ପରିସର ମଧ୍ୟ ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ବି ଡି ଓ ଙ୍କ ପ୍ରକୋଷ୍ଠ ନିକଟରେ ଆବର୍ଜନା ମଧ୍ୟ ରେ ମୂଖ୍ୟମନ୍ତ୍ରୀ ଙ୍କ ବ୍ୟାନର କେମିତି ଆସିଲା ବୋଲି ବି ଡି ଓ ଶିବ ଶଙ୍କର ମୁର୍ମୁ ଙ୍କୁ ପ୍ରଶ୍ନ କରାଯିବା ରୁ ଜାତୀୟ ପତାକା କିମ୍ବା ମୁଖ୍ୟମନ୍ତ୍ରୀ ଙ୍କୁ ଅପମାନିତ କରିବାର କୌଣସି ଉଦେଶ୍ୟ ନାହିଁ ଯାହା କିଛି ବି ଘଟିଛି ସେ ବିଷୟରେ ମୁଁ ଜାଣିନଥିଲି ଏବେ ଜାଣିବା ପରେ ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବି ବୋଲି ପ୍ରତିକ୍ରିୟା ଦେଇଛନ୍ତି। ପରେ ତରବରିଆ ଭାବେ ବ୍ୟାନର ଗୁଡିକୁ ହଟାଇ ଦିଆଯାଇଥିଲା କିନ୍ତୁ ପରିତାପର ବିଷୟ ଯେ ସେହି ସ୍ଥାନ ରେ କିଛି ଜାତୀୟ ପତାକା ମଧ୍ୟ ଆବର୍ଜନା ଏବଂ ପାନ ଛେପ ମଧ୍ୟରେ ପଡି ରହିଥିଲା। ମୁଖ୍ୟମନ୍ତ୍ରୀ ଙ୍କ ବ୍ୟାନର ଗୁଡିକ ରେ କିଛି ସ୍କୁଲ ର ୟୁଡାଇସ କୋଡ଼ ଉଲ୍ଲେଖ ଥିବାର ଦେଖିବାକୁ ମିଳିଥିଲା । ଏହା ସ୍କୁଲ ଗୁଡିକୁ ବିତରଣ ପାଇଁ ଆସିଥିବା ବେଳେ ଏହା କେଉଁ କାରଣ ରୁ ବିତରଣ କରା ନଯାଇ ଆବର୍ଜନାମୟ ସ୍ଥାନ ରେ ପଡିରହିଅଛି ବୋଲି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ବେହେରା ଙ୍କୁ ପଚାରିବାରୁ ସେ ଏ ବିଷୟ ଅଜ୍ଞ ଅଛନ୍ତି ବୋଲି କହିଛନ୍ତି। ଜାତୀୟ ପତାକା ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଏହି ଭଳି ଅସମ୍ମାନିତ କରାଯିବା ପଛରେ କିଏ ଦାୟୀ ତାହା ପ୍ରଶ୍ନବାଚୀ ହୋଇ ରହିଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଗରିବ କଣ୍ଟା ପୁଟେଲକୁ ଭତ୍ତା ଓ ଏକ ଟ୍ରାଇସାଇକେଲ ଯୋଗାଇ ଦେବା ପାଇଁ ଦାବି

Sunil Chandra Nayak

ରାୟଗଡା – ବିଜେପି ର ଧୂଆଁଧାର ପ୍ରଚାର ଓ ସାଧାରଣ ସଭା

Sunil Chandra Nayak

ଧର୍ମଗଡ ରେ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ତିରୋଧାନ ଦିବସ

Sunil Chandra Nayak

Leave a Comment

error: Content is protected !!