ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପାଟଣାରେ ମିଶନ ଶକ୍ତି ଋଣମେଳା ଅନୁଷ୍ଠିତ

ରାଜ୍ୟ ସରକାରଙ୍କ ଦ୍ୱାରା ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସରୁ ମିଶନ ଶକ୍ତି ଯୋଜନା ପ୍ରଚଳନ କରାଯାଇଥିଲା । ଏହାର ମୂଳ ଉଦ୍ଦେଶ୍ୟ ମହିଳା ସ୍ୱୟଂ ସହୟିକା ଗୋଷ୍ଠୀ ଗୁଡିକୁ ସଂଗଠିତ ଓ ମଜବୁତ କରିବା । ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଓ ମିଶନ ଶକ୍ତି ଯୋଜନା ଏକତ୍ର କାର୍ଯ୍ୟ କରନ୍ତି । ୨୦୨୦ ମସିହା ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସରେ, ଓଡ଼ିଶା ସରକାର ମିଶନ ଶକ୍ତିକୁ ଏକ ସ୍ୱତନ୍ତ୍ର ବିଭାଗ ଭାବରେ ଘୋଷଣା କରିଥିଲେ ।

ଆଜି ଜୟପାଟଣା ବ୍ଲକ ପରିସରରେ ମିଶନ ଶକ୍ତି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବରେ ଲାଞ୍ଜିଗଡ଼ ଏମ୍ଏଲଏ ପ୍ରଦୀପ ଦିଶାରୀ,ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ ଥବୀର ବାଗ,ବିଡ଼ିଓ ସ୍ନିଗ୍ଧାରାଣୀ ପ୍ରଧାନ,ଜିଲ୍ଲା ପରିଷଦ ଅଙ୍ଗଦ ମାଝୀ,ଦେବ ପୁଝାରି, ସିଡିପିଓ ବନିତା ଜେଠି,ଉପାଧ୍ୟକ୍ଷ ପ୍ରତିନିଧି ଲାବାନ୍ୟ ବାଣୁଆ,ସମିତି ସଭ୍ୟ ରଶ୍ମିତା ଦୁର୍ଗା, ବିପିଏମ ମଳୟ ଦଳପତି,ବିପିସି ମିଶନ ଶକ୍ତି ହେମନ୍ତ କୁମାର ସାହୁ,ବିଏଲସି ଦୀପକ କୁମାର ମାଝୀ ତଥା ସମସ୍ତ ଜିପିଏଲଏଫ,ବିଏଲଏଫ, ଏମବିକେ, ବ୍ୟାଙ୍କ ମିତ୍ରା, ସିଆରପି,ଏସଏଚଜି ମହିଳା ମାନେ ଉପସ୍ଥିତ ଥିଲେ । ଏହି ମେଳାରେ ସମୁଦାୟ ୮୦ଟି ଏସଏଚଜି ଙ୍କୁ ୨୭୦ଲକ୍ଷ ଋଣ ରାଶି ପ୍ରଦାନ କରାଗଲା ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ବିଦ୍ୟୁତ ତାର ଚୋରୀ ଅଭିଯୋଗରେ ଯୁବକ ଗିରଫ

Sunil Chandra Nayak

ବାଇକ୍ ଦୁର୍ଘଟଣା ରେ ୩ ଗୁରୁତର

Sunil Chandra Nayak

ସଂଯୁକ୍ତା ସାହୁ ଙ୍କ କବିତା ଚିଠି

Leave a Comment

error: Content is protected !!