ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଲମପୁର ବ୍ଳକ-କିରୋସିନ ଯୋଗାଣ ରେ ଦୁର୍ନୀତି ର ଗନ୍ଧ

ଡିପୋରୁ ଉଠିଛି ଖାଉଟିଙ୍କ ପାଖକୁ ପହଞ୍ଚି ନି ତେବେ ହଜାର ହଜାର ଲିଟର ଗଲା କୁଆଡେ?
ଆଗକୁ ବର୍ଷା, କେଉଁଠି ବି ଷ୍ଟକ ନାହିଁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ହେବ କିପରି ?

କଲମପୁର-୮/(ମସିହା) କିରୋସିନ ଯୋଗାଣ ଓ ବଣ୍ଟନରେ ବ୍ୟାପକ ଅସାଧୁ କାରବାର ଜଳଜଳ ଭାବେ ବାରିହୋଇ ପଡିଛି ।ବିଭାଗୀୟ କର୍ମଚାରୀ ମାନଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉନ ଥିବାରୁ ଏଭଳି ଅତ୍ୟନ୍ତ ଆବଶ୍ୟକ ସାମଗ୍ରୀ ବ୍ୟବସାୟରୁ ଅଧିକାରୀ ଓ ବ୍ୟବସାୟୀ ମାଲେମାଲ ହେଉଥିବା ବେଳେ ଗରିବଙ୍କ ଡିବିରି ବତି ଉପରେ ଚଡକ ପଡିଛି ।କଲମପୁର ବ୍ଳକର ୧୧ଗୋଟି ପଞ୍ଚାୟତ ପାଇଁ ୯ଟି ପଞ୍ଚାୟତ ଓ ୧ଟି ଏସ ଏଚ ଜି ମାଧ୍ୟମରେ ୧୫୩୩୮ ପରିବାର ର ୫୧୦୯୪ଜଣ ସଦସ୍ୟଙ୍କୁ ୧୫୫୫୨,୭୩ଲିଟର କିରୋସିନ ଯୋଗାଣ ହେଉଛି ।ଧର୍ମଗଡ଼ର ଏମ ଏସ କେକେ ଏଜେନ୍ସି ସମୁଦାୟ ବ୍ଳକ କୁ କିରୋସିନ ଯୋଗାଇ ଆସୁଛନ୍ତି । ସେଥି ମଧ୍ୟରେ ବଡକୁଟୃ ପଞ୍ଚାୟତ ପିଇଓ ୯୮୫ଟି ପରିବାର ଓ ୩୩୩୮ ଜଣ ସଦସ୍ୟ ପାଇଁ୯୯୮,୭୯ଲିଟର । ବନ୍ଧକନା ପିଇଓ ୧୨୮୮ପରିବାର ଓ ୪୩୪୩ ସଦସ୍ୟ ପାଇଁ ୧୩୦୬,୩ଲିଟର । ବିଜମରା ପିଇଓ ୨୦୪୦ ପରିବାର ଓ ୬୭୨୨ ସଦସ୍ୟ ପାଇଁ ୨୦୬୮,୫୬ ଲିଟର । ଦେପୁର ପିଇଓ ୧୯୧୮ପରିବାର ଓ ୬୩୨୩ ସଦସ୍ୟ ପାଇଁ ୧୯୪୪,୮୫ ଲିଟର । ସମ୍ପାଦକ ଗୀତାଞଳୀ ୨୩୯ ପରିବାର ୭୮୭ ସଦସ୍ୟ ପାଇଁ ୨୪୨,୩୫ ଲିଟର । ହାରାମାଲ ପିଇଓ ୧୩୫୩ ପରିବାର ୪୬୬୨ ସଦସ୍ୟ ପାଇଁ ୧୩୭୧,୯୪ ଲିଟର । କଲମପୁର ପିଇଓ ୧୭୨୦ ପରିବାର ୫୭୨୪ ସଦସ୍ୟ ପାଇଁ ୧୭୪୪,୦୮ ଲିଟର । ମଣ୍ଡଳ ପିଇଓ ୨୫୧୨ ପରିବାର ୮୩୧୦ ସଦସ୍ୟ ପାଇଁ ୨୫୪୭,୧୭ ଲିଟର । ମୀନଗୁର ପିଇଓ ୧୯୬୩ ପରିବାର ୬୫୮୪ ସଦସ୍ୟ ପାଇଁ ୧୯୯୦,୪୮ ଲିଟର । ପଣ୍ଡିଗାଁ ପିଇଓ ୧୩୨୦ ପରିବାର ୪୩୦୧ ସଦସ୍ୟ ପାଇଁ ୧୩୩୮,୪୮ ଲିଟର କିରୋସିନ ଯୋଗାଇ ଆସୁଛନ୍ତି । ବିଭାଗ କହୁଛି ପ୍ରତି ମାସରେ ଧାର୍ଯ୍ୟ ମୁତାବକ କିରୋସିନ ଉଠାଣ ହେଉଛି ଓ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯାଇଛି ।କିନ୍ତୁ ବାସ୍ତବିକ ଚିତ୍ର ସଂପୂର୍ଣ୍ଣ ଭିନ୍ନ ମତ ରଖୁଛି ।ଏମାନଙ୍କ ମଧ୍ୟରୁ କେହିବି ଧାର୍ଯ୍ୟ ଅନୁଯାୟୀ କିରୋସିନ ଉଠାଣ କରି ନାହାନ୍ତି ।ଏପରିକି ଅଧିକାଂଶ ଲୋକେ ମାସକୁ ଥରେ ଲେଖାଏ ବି କିରୋସିନ ପାଇପାରି ନାହାନ୍ତି । ତେବେ ଏତେ ପରିମାଣର କିରୋସିନ ଗଲା କୁଆଡେ ତାହା ହି ପ୍ରଶ୍ନବାଚୀ ସୃଷ୍ଟି କରିଛି । କାଗଜପତ୍ର ରେ ଚାଲିଛି ଏହି ଗୋଳକଧନ୍ଧା । ବିଭାଗୀୟ ଅଧିକାରୀ ଙ୍କ ପାଖରେ ରହିନାହିଁ ଏସବୁର ସଠିକ ତଥ୍ୟ । ଏବେ ବର୍ଷା ଋତୁ । ଏଭଳି ସମୟରେ ବି କୌଣସି ଠାରେ କିରୋସିନ ଗଚ୍ଛିତ ନାହିଁ । ଯଦି ପ୍ରାକୃତିକ ବିପର୍ଯ୍ୟୟ କୁ ସାମ୍ନା କରିବାକୁ ପଡେ ତେବେ ତାହାନେଇ କି ପ୍ରକାର ମୁକାବିଲା କରାଯାଇ ପାରିବ ସେ ନେଇ କୌଣସି ଉତ୍ତର ମିଲିପାରୁ ନାହିଁ ।ଏସମ୍ଭନ୍ଧେ ସଂପୃକ୍ତ ଡିଲର ଉପଖଣ୍ଡ ଯୋଗାଣ ଅଧିକାରୀ ଓ ବ୍ଳକ ଯୋଗାଣ ନିରୀକ୍ଷକ ଦେବଧର ଧରୁଆଙ୍କ ସହ ବାରମ୍ବାର ଯୋଗାଯୋଗ କରି ଆସୁଥିଲେ ମଧ୍ୟ ଫୋନ ନ ଉଠାଇବାରୁ ପ୍ରତିକ୍ରିୟା ମିଲିପାରି ନ ଥିବା ବେଳେ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କଲେ ଏଥିରେ ଲୁଚି ରହି ଥିବା ଅନେକ ରହସ୍ୟ ଉନ୍ମୋଚନ ହୋଇ ପାରିବ ବୋଲି ଉପଭୋକ୍ତା ମହଳରେ ଦାବୀ ହୋଇଛି ।

ପରମାନନ୍ଦ ଠାକୁର, ମସିହା ପ୍ରତିନିଧି ,କଲମପୁର, କଳାହାଣ୍ଡି

Related posts

ସମାଜସେବୀକା ସରସ୍ୱତୀ ମାଝୀଙ୍କୁ ମିଳିଲା ରମାଦେବୀ ସମ୍ମାନ 

Sunil Chandra Nayak

ଗଅଁଲିଆ କବି ସୁଧୀର୍‌ ପଂଡା ଙ୍କ କବିତା ମୁଇଁ ଗୁଟେ ଗଅଁଲିଆ କବି

Sunil Chandra Nayak

ଯୁବ ସମାଜସେବୀ ଗତିକୃଷ୍ଣଙ୍କ ନିଆରା ଢଙ୍ଗରେ ୪୦ ତମ ଜନ୍ମଦିନ ପାଳନ

Sunil Chandra Nayak

Leave a Comment

error: Content is protected !!