ମୟୂରଭଞ୍ଜ -୮/୭/୨୨(ମସିହା) –ଆଶାଢମାସ ;ବର୍ଷାପାଣି ଚାରିଆଡ଼େ ପଶିବାରୁ ସାପ ସବୁ ଘର ମୁହାଁ । ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ଧଳପୁର ଖଇରିପାଳ ଗ୍ରାମର ଡାଙ୍ଗରାସାହିର ରାଜୁ ମୁଣ୍ଡା ଇରା(୨୭) ଗୁରୁବାର ଦିନ ରାତିରେ ଖାଇ ପିଇ ଘର ଭିତରେ ସାରି ଟାଙ୍ଗି ଶୋଇଥିଲା । ରାତି ପ୍ରାୟ ୧୦ ଟା ପାଖାପାଖି ସମୟରେ ହଠାତ୍ କାଳ ସର୍ପ ଚିତି କେଉଁ ବାଟେ ମାରି ଭିତରେ ପଶି ରାଜୁକୁ କାମୁଡି ଥିଲା । ତାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ