ମୟୂରଭଞ୍ଜ – ୮/୭/୨୨ (ମସିହା) ଦିନକୁ ଦିନ ଦୁର୍ନୀତି ,ଲାଞ୍ଚ କାରବାର ସରକାରୀ ବିଭାଗରେ ହୁ ହୁ ବୃଦ୍ଧି ପାଉଛି ।ଲାଞ୍ଚ ନ ଦେଲେ ଫାଇଲ ଆଗୋଉ ନାହିଁ ।୬ଟି ଖାତିର ନାହିଁ।୬ଟି ମାତ୍ର ନାମକୁ । ସରକାର ଦୁର୍ନିତିଖୋରଙ୍କ ପାଇଁ ଯେତେ କଠିନ ଆଇନ କଲେ ମଧ୍ୟ ଦୁର୍ନୀତିଖୋର କର୍ମଚାରୀଙ୍କ ଖାତିର ନାହିଁ । ଦୁର୍ନିତିଖୋର ସରକାରୀ ଚାକିରିଆଙ୍କ ମୁଣ୍ଡରେ ପଶିଛି ସରକାରୀ ଚାକିରୀ କରିବୁ;ଇଲିଶି ଖାଇବୁ ! ଆଜି ମୟୂରଭଞ୍ଜ ଜିଲ୍ଲାର ରରୁଆଁ ତହସିଲଦାର ସତ୍ୟ ସୁନ୍ଦର ରାଉତ ବଲାଣପଶିମୌଜାର ଜମି କିଶମ ପରିବର୍ତ୍ତନ ଓ ପଟ୍ଟା ପାଇଁ ଅମିନ କମଲ ଲୋଚନ ପାତ୍ରଙ୍କ ଜରିଆରେ ଭଂଜକିଆ ଗ୍ରାମର ଚକ୍ରଧର ମହାନ୍ତଙ୍କ ଠାରୁ ବକେୟା ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ କାର୍ଯ୍ୟାଳୟ ଭିତରେ ରଙ୍ଗାହାତରେ ତହସିଲଦାର ଏବଂ ଅମିନକୁ ମାଡିବସିଥିଲେ । ବାଲେଶ୍ଵର ଭିଜିଲାନ୍ସ ଏବଂ ମୟୂରଭଞ୍ଜ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ମାଡ଼ି ବସିଥିଲେ । ସୂଚନାଯୋଗ୍ୟ କିସମ ପରିବର୍ତ୍ତନ ପାଇଁ ତହସିଲଦାର ତାଙ୍କ ତଳସ୍ତନ କର୍ମଚାରୀ କମଲଙ୍କ ଦ୍ବାରା ଚକ୍ରଧର ମହାନ୍ତଙ୍କଠାରୁ ଅଗ୍ରିମ ୨୫,୦୦୦ ଟଙ୍କା ଲାଞ୍ଚ ନେଇଥିଲେ ।ସେତିକିରେ ତହସିଲଦାର ମହାଶୟ ସନ୍ତୁଷ୍ଟ ନ ଥିଲେ ।ବାକି ୧୫,୦୦ ଟଙ୍କା ଦେଲେ ଫାଇଲ ଆଗେଇବ ନେଇ ବାରମ୍ବାର ହଇରାଣ କରୁଥିଲେ । ଶେଷରେ ପିଡିତ ଚକ୍ରଧର ମହାନ୍ତ ଭିଜିଲାନ୍ସର ଶରଣ ପଶିଥିଲେ । ଭିଜିଲାନ୍ସ ତରଫରୁ ଏକ ମାମଲା କେଶ ନଂ ୧୯/୨୨ ଅଣ୍ଡର ସେକ୍ସନ ୭ପିସି ନିୟମାବଳୀ ୨୦୧୮ ରୁଜୁ ହୋଇଛି ।ଏକ କାଳିନ ଶ୍ରୀ ରାଉତଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଛି ।ଚଢ଼ାଉ ଜାରି ରହିଛି ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ